Vastu Tips- ଏହି ଦିଗକୁ ମୁଣ୍ଡ କରି ଶୋଇଲେ ହୋଇଥାଏ ସର୍ବନାଶ, ଜାଣନ୍ତୁ କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ହୋଇଥାଏ ଧନବୃଦ୍ଧି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣଙ୍କ ଶୋଇବା ଶୈଳୀ ଏବଂ ଆପଣ କେଉଁ ଦିଗ ଆଡ଼କୁ ମୁଣ୍ଡ କରି ଶୋଉଛନ୍ତି ଏହା ଆପଣଙ୍କ ଜୀବନରେ ଅନେକ ପ୍ରଭାବ ପକାଇଥାଏ । କୁହାଯାଏ ଯେ, ଯଦି ଆପଣ ଶୋଇବା ସମୟରେ ଆପଣଙ୍କ ମୁଣ୍ଡ ଓ ଗୋଡ଼ ଭୁଲ ଦିଗ କୁ ରହିଥାଏ ତେବେ ଏହାଦ୍ବାରା ଆପଣଙ୍କ ଜୀବନ ରେ ଅନେକ ସମସ୍ୟା ସୃଷ୍ଟି କରିଥାଏ ।

ତେଣୁ ଶୋଇବା ସମୟ ରେ ଉଚିତ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ନିହାତି ଆବଶ୍ୟକ । ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ କେଉଁ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଉଚିତ ହୋଇଥାଏ ଏବଂ କେଉଁ ଦିଗ ରେ ଶୋଇବା ଅନୁଚିତ ହୋଇଥାଏ । ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ପ୍ରଥମତଃ,ବିଛଣାରେ ଏହିପରି ଭାବରେ ଶୋଇବା ଉଚିତ ଯେପରି ଆପଣଙ୍କ ମୁଣ୍ଡ ପୂର୍ବ ବା ଦକ୍ଷିଣ ଦିଗରେ ରହିବ । ଶାସ୍ତ୍ର ଅନୁସାରେ ପୂର୍ବ ଦିଗ ରେ ମୁଣ୍ଡ କରି ଶୋଇବା ଦ୍ୱାରା ଆପଣଙ୍କ ବୁଦ୍ଧି ପ୍ରଖର ହୋଇଥାଏ ଏବଂ ଦକ୍ଷିଣ ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଦ୍ୱାରା ଆପଣଙ୍କ ଆୟୁ ବୃଦ୍ଧି ହୋଇଥାଏ । ତେଣୁ ଏଥିପ୍ରତି ଧ୍ୟାନ ଦିଅନ୍ତୁ ।

୨. ବନ୍ଧୁଗଣ ଦ୍ବିତୀୟତଃ, ଯେଉଁ ବ୍ୟକ୍ତି ପଶ୍ଚିମ ଦିଗ ଆଡ଼କୁ ମୁଣ୍ଡ କରି ଶୋଇଥାନ୍ତି ସେମାନଙ୍କୁ ଆର୍ଥିକ ସମସ୍ୟା ସ୍ଥିତି ର ସାମ୍ନା କରିବାକୁ ପଡ଼ିଥାଏ । ଏହା ସହିତ ଏହି ଦିଗ ଆଡ଼କୁ ମୁଣ୍ଡ କରି ଶୋଇବା ଦ୍ଵାରା ଶୋଇବା ସମୟ ରେ ମଧ୍ୟ ଆପଣଙ୍କ ମସ୍ତିଷ୍କ ବିଚଳିତ ରହିଥାଏ । ତେଣୁ ଏପରି ଭୁଲ କରନ୍ତୁ ନାହିଁ ।

୩. ବନ୍ଧୁଗଣ ତୃତୀୟତଃ, ଯଦି ଆପଣ ଉତ୍ତର ଦିଗ ଆଡ଼କୁ ମୁଣ୍ଡ କରି ଶୋଉଛନ୍ତି ତେବେ ଆପଣଙ୍କୁ ଅନେକ କ୍ଷତି ର ସାମ୍ନା ହେବାକୁ ପଡ଼ିଥାଏ ଏବଂ ଏହା ସହିତ ଆୟୁ ହ୍ରାସ ମଧ୍ୟ ହୋଇଥାଏ । ତେଣୁ ଯଦି ଆପଣ ଏହି ଦିଗ ଆଡ଼କୁ ମୁଣ୍ଡ କରି ଶୋଉଛନ୍ତି ତେବେ ତୁରନ୍ତ ନିଜର ଦିଗ ବଦଳାଇ ଦିଅନ୍ତୁ ଏବଂ ସଠିକ ଦିଗରେ ଶୁଅନ୍ତୁ ।

୪. ବନ୍ଧୁଗଣ ଚତୁର୍ଥତଃ, ଶୋଇବା ଦିଗ ବ୍ୟତୀତ ଆପଣ ଯେଉଁ ବିଛଣା ବା ଖଟ ରେ ଶୋଉଛନ୍ତି ତାହା ମଧ୍ୟ ସଠିକ ରହିବା ଆବଶ୍ୟକ । ବାଉଁଶ ବା ପଳାଶ କାଠ ରେ ତିଆରି ଖଟ ରେ ଶୋଇବା ଆଦୋୖ ଉଚିତ ହୋଇ ନଥାଏ । ଏହା ଅଶୁଭଦାୟକ ହୋଇଥାଏ । ଏହି ଖଟ କ୍ରୟ କରିବା ମଧ୍ୟ ଅନୁଚିତ ଅଟେ । ତେଣୁ ଏହି କାଠରେ ନିର୍ମିତ ଖଟ ରେ ଶୁଅନ୍ତୁ ନାହିଁ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *