ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ ମନ୍ଦାର ଫୁଲ ବିଷୟରେ କହିବାକୁ ଯାଉଅଛୁ । ମନ୍ଦାର ଫୁଲ ସବୁ ଦେବାଦେବୀଙ୍କୁ ଅର୍ପଣ କରାଯାଇନଥାଏ । ବ୍ରାହ୍ମଣ ଓ ପୁରୋହିତ ମାନଙ୍କ ମତକୁ ୯୦ ପ୍ରତିଶତ ଲୋକ ମାନିଥାନ୍ତି । ଏବଂ କିଛି ଲୋକ ଯେଉଁମାନେ ଜାଣିନାହାନ୍ତି ସେମାନେ ମନ୍ଦାର ଫୁଲକୁ ସବୁ ଠାକୁରଙ୍କୁ ଅର୍ପଣ କରିଥାନ୍ତି । ତେବେ ଆସନ୍ତୁ ଏହି ବିଷୟରେ ବିସ୍ତାର ରୂପରେ ଜାଣିବା । ୧- ଆମ ହିନ୍ଦୁ ଧର୍ମରେ ଭଗବାନ ବିଷ୍ଣୁଙ୍କର ବହୁତ ଅବତାର ଅଛନ୍ତି ।
ବିଷ୍ଣୁ ଭଗବାନଙ୍କ ପୂଜା ଯେଉଁ ଭକ୍ତମାନେ କରିଥାନ୍ତି, ସେହି ଭକ୍ତମାନଙ୍କୁ ବୈଷ୍ଣବ ବୋଲି କୁହାଯାଏ । ବୈଷ୍ଣବ ଭକ୍ତମାନେ ବୈଷ୍ଣବୀୟ ପଦ୍ଧତିରେ ଭଗବାନ ବିଷ୍ଣୁଙ୍କୁ ପୂଜା କରିଥାନ୍ତି ।ବୈଷ୍ଣବୀୟ ପୂଜା ପଦ୍ଧତି ଅନୁସାରେ କେବେବି ମନ୍ଦାର ଫୁଲ ଭଗବାନ ବିଷ୍ଣୁଙ୍କର କୌଣସି ଅବତାରଙ୍କୁ ଅର୍ପଣ କରାଯାଇ ନଥାଏ ।
୨- ହିନ୍ଦୁ ଧର୍ମରେ ମୁଖ୍ୟ ଦେବତାଙ୍କ ଭିତରେ ଭଗବାନ ବିଷ୍ଣୁ, ଦେବଦେବ ମହାଦେବ, ଓ ମା ପାର୍ବତୀ ଆସିଥାନ୍ତି । ତେଣୁ ଦେବଦେବ ମହାଦେବଙ୍କ ର ଯେଉଁମାନେ ଭକ୍ତ ସେହିମାନଙ୍କୁ ଶୈବ ବୋଲି କୁହାଯାଇଥାଏ । ଶିବଙ୍କ ଭକ୍ତମାନେ ଯେଉଁ ପଦ୍ଧତିରେ ଭଗବାନ ଶିବଙ୍କୁ ପୂଜା କରିଥାନ୍ତି ସେହି ପଦ୍ଧତିକୁ ଶୈବ ପୂଜା ପଦ୍ଧତି ବୋଲି କୁହାଯାଇଥାଏ । ସେହି ଶୈବ ପୂଜା ପଦ୍ଧତିରେ ଆପଣ ଶିବଙ୍କୁ ମନ୍ଦାର ଫୁଲ ଅର୍ପଣ କରିପାରିବେ । କିନ୍ତୁ ଲାଲ ରଙ୍ଗର ମନ୍ଦାର ଶିବଙ୍କୁ ଅର୍ପଣ କରାଯାଏ ନାହିଁ । ପ୍ରଭୁଙ୍କର ପ୍ରିୟ ହେଉଛି ଶ୍ୱେତ ରଙ୍ଗର ମନ୍ଦାର ବା ଧଳା ରଙ୍ଗର ମନ୍ଦାର । ଆପଣ ଏହାକୁ ଅର୍ପଣ କରିପାରିବେ ।
୩- ସୂର୍ଯ୍ୟ ଭଗବାନଙ୍କୁ ଲାଲ ମନ୍ଦାର ଆପଣ ଅର୍ପଣ କରି ପାରିବେ । କିନ୍ତୁ ଧଳା କିମ୍ବା ଅନ୍ୟ କୌଣସି ରଙ୍ଗର ମନ୍ଦାର କୁ ସୂର୍ଯ୍ୟ ଦେବତାଙ୍କୁ ଅର୍ପଣ କରନ୍ତୁ ନାହିଁ ।
୪- ମା’ଲକ୍ଷ୍ମୀ ଙ୍କୁ ମଧ୍ୟ ମନ୍ଦାର ଫୁଲ ଅର୍ପଣ କରାଯାଏ ନାହିଁ । କାରଣ ହେଉଛି ମା’ଲକ୍ଷ୍ମୀଙ୍କୁ ସର୍ବଦା ପ୍ରଭୁ ନାରାୟଣ ଙ୍କ ସାଙ୍ଗରେ ଏକାଠି ବସାଇ ପୂଜା କରାଯାଏ । ପ୍ରଭୁଙ୍କ ଦେହକୁ ମା’ଲକ୍ଷ୍ମୀ ଲାଗିକି ରହିଥାନ୍ତି । ସେଥିପାଇଁ ଭୁଲରେ ବି ଆପଣ ମନ୍ଦାର ଫୁଲ ମା’ଲକ୍ଷ୍ମୀଙ୍କୁ ଅର୍ପଣ କରନ୍ତୁ ନାହିଁ । ତେଣୁ ମାଣବସା ହେଉ କିମ୍ବା ସୁଦଶା ବ୍ରତ ଓ ଅନ୍ୟ ସମୟରେ ମଧ୍ୟ ଆପଣ ମା’ ଙ୍କୁ ପୂଜା କଲାବେଳେ କେବେବି ମନ୍ଦାର ଫୁଲ ଅର୍ପଣ କରିବେ ନାହିଁ ।
୫- ମା’ ଶକ୍ତିଙ୍କୁ ପୂଜା କଲାବେଳେ ପ୍ରଥମେ ମନ୍ଦାର ଫୁଲ ର ଆବଶ୍ୟକ ହୋଇଥାଏ । ଏହାଛଡା ମା’ ଚଣ୍ଡୀ ହୁଅନ୍ତୁ କିମ୍ବା ମା’ ମଙ୍ଗଳା ଏବଂ ମା’ ସମଲେଶ୍ଵରୀ ଙ୍କୁ ମଧ୍ୟ ମନ୍ଦାର ଅର୍ପଣ କରାଯାଇଥାଏ । ଏହି ମା’ ମାନଙ୍କୁ ଯେକୌଣସି ରଙ୍ଗର ମନ୍ଦାର ଆପଣ ଅର୍ପଣ କରିପାରିବେ । କିନ୍ତୁ ଲାଲ ମନ୍ଦାର ମା’ଙ୍କର ଅତି ପ୍ରିୟ ହୋଇଥାଏ । ମା’ ଦୁର୍ଗା ଏବଂ ମା’ କାଳୀଙ୍କୁ ମଧ୍ୟ ଆପଣ ମନ୍ଦାର ଅର୍ପଣ କରିପାରିବେ ।
୬- ମା’ ବୃନ୍ଦାବତୀ ହେଉଛନ୍ତି ମା’ଲକ୍ଷ୍ମୀଙ୍କ ଅଂଶ । ମା ଲକ୍ଷ୍ମୀଙ୍କ ଅଂଶରୁ ବୃନ୍ଦାବତୀ ଜନ୍ମ ନେଇଥିଲେ । ଯେହେତୁ ମା’ ଲକ୍ଷ୍ମୀଙ୍କ ଅଂଶ ମା ହେଉଛନ୍ତି ବୈଷ୍ଣବୀ । ବୃନ୍ଦାବତୀ ମା’ଙ୍କୁ ମଧ୍ୟ ମନ୍ଦାର ଅର୍ପଣ କରାଯାଏ ନାହିଁ । ଆମ ଓଡ଼ିଆ ଘରର ଗୃହିଣୀ ନିଶ୍ଚିତ ରୂପେ ଏହି ସବୁ ବିଷୟରେ ଜାଣିବା ଦରକାର । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।