କେଉଁ ବସ୍ତୁ ଦାନ କଲେ ମନୁଷ୍ୟ ଦରିଦ୍ର ହୋଇଯାଏ ? ଜୀବନରେ ସମସ୍ଯା ଆସିଥାଏ…Anuchinta

ବନ୍ଧୁଗଣ ଦାନ କରିବା ହେଉଛି ବହୁତ ବଡ ଏକ ପୂଣ୍ୟ କାମ । କିଛି ଜିନିଷର ଆବଶ୍ୟକତା ଥିବା ଲୋକଙ୍କୁ ଯଦି କୌଣସି ବ୍ୟକ୍ତି ନିଜର ସାମର୍ଥ୍ୟ ଅନୁସାରେ ଦାନ ଧର୍ମ ଭଳି କାର୍ଯ୍ୟ କରିଥାଏ । ତେବେ ସେହି ଲୋକଙ୍କ ଉପରେ ସବୁବେଳେ ଭଗବାନଙ୍କର କୃପା ବଜାୟ ରହିଥାଏ । ଯେପରି ଖାଦ୍ୟର ଆବଶ୍ୟକ କରୁଥିବା ଲୋକଙ୍କୁ ଭୋଜନ, ପିନ୍ଧିବାର ଆବଶ୍ୟକ କରୁଥିବା ଲୋକଙ୍କୁ ବସ୍ତ୍ର ଆଦି ଜିନିଷ ଦାନ କରିବା ବହୁତ ଭଲ କାମ ହୋଇଥାଏ ଏହା ସମସ୍ତେ ଜାଣିଛନ୍ତି । ହେଲେ ବନ୍ଧୁଗଣ ଏପରି କିଛି ଜିନିଷ ରହିଛି । ଯେଉଁ ଜିନିଷକୁ ଯଦି ଆପଣ ନିଜ ଘରୁ କାଢିକି ଦାନ କରିଥାନ୍ତି । ତେବେ ଆପଣଙ୍କୁ ଗରିବୀର ସାମ୍ନା କରିବାକୁ ପଡିଥାଏ ।

1- ବ୍ଲେଡ, ଛୁରୀ, ପନିକି ଏବଂ ଛୁଞ୍ଚି, ଶାବଳ, କଇଁଚି ଏଭଳି ଧାରୁଆ କିମ୍ବା ମୁନିଆ ଜିନିଷ ଭୁଲ୍ ରେ ବି କାହାକୁ ଦିଅନ୍ତୁ ନାହିଁ । ନହେଲେ ଆପଣଙ୍କୁ ଗରିବୀର ସାମ୍ନା କରିବାକୁ ପଡିବା ସହ ଘର ମଧ୍ୟରେ ଅଯଥା କଳହ ଲାଗି ରହିଥାଏ ।

2- ଘରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ କିମ୍ବା ଷ୍ଟିଲର କୌଣସି ବି ଜିନିଷ ଅନ୍ୟକୁ ଦାନ ଦିଅନ୍ତୁ ନାହିଁ । ଏହା ଦ୍ୱାରା ଆପଣଙ୍କର ତଥା ଆପଣଙ୍କ ପରିବାରର ଅଶୁଭ ହେଇଥାଏ । ଏଥିସହ ଆର୍ଥିକ ସ୍ଥିତି ମଧ୍ୟ ଖରାପ ହୋଇଥାଏ ।

3- ଘରେ ବ୍ୟବହୃତ ଝାଡୁକୁ ଅନ୍ୟକୁ ଦିଅନ୍ତୁ ନାହିଁ । ଏଭଳି କାର୍ଯ୍ୟ ଦ୍ୱାରା ମାଆ ଲକ୍ଷ୍ମୀ କ୍ରୋଧିତ ହେଇଥାନ୍ତି । ଯାହାଦ୍ୱାରା ଘରର ଆର୍ଥିକ ଅବସ୍ଥା ଖରାପ ହୋଇଯାଇଥାଏ ।

4- ଶାସ୍ତ୍ର ଅନୁଯାଇ ଯଦି କୌଣସି ବ୍ୟକ୍ତିର ଶନିଦଶା ପଡିଥାଏ । ତେବେ ତେଲ ଦାନ ଦ୍ୱାରା ଭଗବାନ ଶନିଙ୍କ କୋପରୁ ରକ୍ଷା ମିଳିଥାଏ । ହେଲେ କାହାକୁ ଖରାପ ତେଲ ଦିଅନ୍ତୁ ନାହିଁ ଏହା ଦ୍ୱାରା ଭଲ ହେବା ବଦଳରେ ଅଧିକ କ୍ଷତି ହୋଇଥାଏ ।

5- ସାଧାରଣତଃ ଘରେ ରାତିରୁ ବଳିଥିବା ବାସି ଖାଦ୍ୟକୁ ଆମେ ଭିକାରି ମାନଙ୍କୁ ଦାନ କରି ଦେଇଥାଉ । ତେବେ ଯଦି ସମ୍ଭବ ଆପଣ ଅନ୍ୟଙ୍କୁ କିଛି ଭଲ ଖାଦ୍ୟ ରୋଷେଇ କରି ଖାଇବାକୁ ଦିଅନ୍ତୁ । ଯାହାଦ୍ୱାରା ସେହି ଲୋକଙ୍କର ଆଶ୍ରୀବାଦ ଆପଣଙ୍କୁ ମିଳିବ । ହେଲେ ଘରର ବଳିପଡିଥିବା ବାସୀ ଖାଦ୍ୟ ଅନ୍ୟକୁ ଭୋଜନ କରିବାକୁ ଦିଅନ୍ତୁ ନାହିଁ ।

ଆଶା କରୁଛୁ । ବନ୍ଧୁଗଣ ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *