ବନ୍ଧୁଗଣ, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେପରି ବ୍ୟକ୍ତିର ରାଶି, ଗ୍ରହ ଏବଂ ନକ୍ଷତ୍ର ଦେଖି ବ୍ୟକ୍ତି ର ବ୍ୟକ୍ତିତ୍ଵ ତଥା ସ୍ଵଭାବ ଜାଣି ହୁଏ ଠିକ ସେହିପରି ଜ୍ୟୋତିର୍ବିଦ ଙ୍କ ଅନୁସାରେ ବ୍ୟକ୍ତି ର ଜନ୍ମବାର ଦେଖି ବ୍ୟକ୍ତି ର ଲକ୍ଷଣ ସମ୍ବନ୍ଧରେ କୁହାଯାଇପାରେ । ତେବେ ବନ୍ଧୁଗଣ ଆଜି ଆମ୍ଭେ ଜାଣିବା ଯେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିଭିନ୍ନ ବାର ମାନଙ୍କରେ ଜନ୍ମ ନେଇଥିବା ବ୍ୟକ୍ତି ମାନଙ୍କର ଲକ୍ଷଣ ସବୁ କ’ଣ ରହିଥାଏ ?
୧- ରବିବାର, ଏହି ବାରରେ ଜନ୍ମ ନେଇଥିବା ବ୍ୟକ୍ତି ସ୍ଵଭାବରେ ଅଭିମାନୀ, କ୍ରୋଧୀ, କାମାତୁର, ରୀତିକ୍ରମ ରେ ପାରଙ୍ଗମ, ମିଷ୍ଠବାସୀ, ଭ୍ରମଣ ପ୍ରିୟ, ଧାର୍ମିକ ଏବଂ ଭକ୍ତିମତ ହୋଇଥାନ୍ତି । ୨- ସୋମବାର, ଯେଉଁ ବ୍ୟକ୍ତି ସୋମବାର ରେ ଜନ୍ମ ହୋଇଥାନ୍ତି ସେମାନେ ସ୍ଵଭାବରେ ଅଳସୁଆ, ଧୀର ନୀତି, ପ୍ରିୟଭାଷୀ, ଭୋଗ ବିଳାସୀ ପୂର୍ଣ୍ଣ, ରୀତିକାର୍ଯ୍ୟ ରେ ଉତ୍ତେଜିତ, ସ୍ତ୍ରୀ କୁ ସୁଖ ପ୍ରଦାନକାରୀ, ନ୍ୟାୟ ପରାୟଣ, ଶାନ୍ତ, ସରଳ, ଏବଂ ଧାର୍ମିକ ସ୍ଵଭାବର ହୋଇଥାନ୍ତି ।
୩- ମଙ୍ଗଳବାର, ଯେଉଁ ବ୍ୟକ୍ତି ଏହି ବାରରେ ଜନ୍ମ ନେଇଥାନ୍ତି ସେମାନଙ୍କ ସ୍ଵଭାବ ସାହାସୀ, ଚଳଚଞ୍ଚଳ, ଚଞ୍ଚଳମତୀ, ଶତ୍ରୁ ବିରୋଧୀ, କ୍ଷଣକପି, ବୁଦ୍ଧିମନ୍ତ, ବିଦ୍ୟାପ୍ରବୀଣ, କାର୍ଯ୍ୟ କରିବାରେ କୌଶଳ, ରୀତି ସୁଖରେ ସୁଖୀ ଏବଂ ଧାର୍ମିକ ସ୍ଵଭାବର ହୋଇଥାନ୍ତି ।
୪- ବୁଧବାର, ଯେଉଁ ବ୍ୟକ୍ତି ଏହି ବାରରେ ଜନ୍ମ ନେଇଥାନ୍ତି ସେମାନେ ଗଭୀର ଚିନ୍ତା ମଗ୍ନ, ନ୍ୟାୟଧିଶ, ସର୍ବଗୁଣୀସମ୍ପର୍ଣ୍ଣ, ଅତିଚତୁର, ଧର୍ମ କାର୍ଯ୍ୟ ରେ ଆଗ୍ରହୀ, ରୋଗ ବିଳାସ ପ୍ରିୟ, ଅନେଇତିକ ସମ୍ପର୍କ ରେ ଲୁପ୍ତ, କୂଟନୀତି ରେ ପାରଙ୍ଗମ ସ୍ଵଭାବର ହୋଇଥାନ୍ତି ।
୫- ଗୁରୁବାର, ଯେଉଁ ବ୍ୟକ୍ତି ଏହି ବାରରେ ଜନ୍ମିତ ହୋଇଥାନ୍ତି ସେହି ବ୍ୟକ୍ତି ବହୁତ ଗୁଣର ଅଧିକାରୀ ହୋଇଥାନ୍ତି । ଅର୍ଥାତ ବୁଦ୍ଧି ତଥା ବିଦ୍ୟା ରେ ପାରଙ୍ଗମ, ହିଂସାତ୍ମକ, ଶାସ୍ତ୍ର ଧର୍ମ ରେ ପାରଙ୍ଗମ, ଜ୍ଞାନୀ, ଧନିଶୀଳ, କୋମଳ, ଚତୁର, ଦୟାଳୁ, ଉଚ୍ଚ ଆକାଂକ୍ଷାବାଦୀ, ଧାର୍ମିକ ଏବଂ ଗୁଣୀ ସ୍ଵଭାବର ହୋଇଥାନ୍ତି ।
୬- ଶୁକ୍ରବାର, ଯେଉଁ ବ୍ୟକ୍ତି ଏହି ବାରରେ ଜନ୍ମିତ ହୋଇଥାନ୍ତି ସେମାନେ ନୀତି ନିୟମ ପରାୟଣ, କଠୋର, ପରୋପକାରୀ, ଭ୍ରମଣ ପ୍ରିୟ, କାମ ବିଳାଷୀ, ନେତୃତ୍ଵବାଦୀ, ଶାନ୍ତ, ଆକର୍ଷିତ, ସଚ୍ଚୋଟ, ଏବଂ ନ୍ୟାୟବାଦୀ ସ୍ଵଭାବର ହୋଇଥାନ୍ତି ।
୭- ଶନିବାର, ଯେଉଁ ବ୍ୟକ୍ତି ଏହି ବାରରେ ଜନ୍ମିତ ହୋଇଥାନ୍ତି, ଏହି ପ୍ରକାରର ବ୍ୟକ୍ତି କ୍ଷଣକପି, ଚଞ୍ଚଳମତୀ, ବହୁ ଗୁଣର ଅଧିକାରୀ, ତାମସୀ ବିଦ୍ୟାରେ ପ୍ରବୀଣ, ପରଧନରେ ଲୋଭ, ଯଶସ୍ଵୀ, ଭୋଗବିଳାଷୀ, ଚତୁର, ତୀକ୍ଷଣ ବୁଦ୍ଧି, ଏବଂ ଧାର୍ମିକ ସ୍ଵଭାବର ହୋଇଥାନ୍ତି । ଏହାଥିଲା କେଉଁ ବାରରେ ଜନ୍ମ ନେଇଥିବା ବ୍ୟକ୍ତି ର କ’ଣ ସବୁ ଲକ୍ଷଣ ରହିଥାଏ ।
ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ ।