ବନ୍ଧୁଗଣ, ଆଜି ଆମେ ଆପଣଙ୍କୁ କହିବୁ କେଉଁ ବାରରେ ଜନ୍ମ ହୋଇଥିବା ବ୍ୟକ୍ତି କେଉଁ ସ୍ୱଭାବର ଅଟନ୍ତି ? ବିଭିନ୍ନ ବାରରେ ଜନ୍ମ ହୋଇଥିବା ଜାତକ ବା ମନୁଷ୍ୟର ଭିନ୍ନ ଭିନ୍ନ ପ୍ରକାରର ଚାଲିଚଳନ, ଆଚାର ବ୍ୟବହାର, ବିଦ୍ୟା, ବୁଦ୍ଧି, ଜ୍ଞାନୀ, ପଣ୍ଡିତ ଏବଂ କ୍ରୋଧୀ ଇତ୍ୟାଦି ହୋଇଥିବାର ଜଣାଯାଏ । କେଉଁ ବାରରେ ଜନ୍ମ ହେଲେ ଆପଣଙ୍କ ସ୍ଵଭାବ କିପରି ହୋଇଥାଏ ? ଚାଲନ୍ତୁ ଜାଣିବା ।
୧;- ରବିବାର, ରବିବାରରେ ଜନ୍ମ ହୋଇଥିବା ବ୍ୟକ୍ତି ଅଭିମାନୀ, କ୍ରୋଧୀ, କାମାଆତୁର, ରିତିଇକ୍ରିଡ଼ା ରେ ପାରଙ୍ଗମ ଓ ସ୍ତ୍ରୀ କୁ ଭରପୁର ସୁଖ ପ୍ରଦାନ କରନ୍ତି । ମିଷ୍ଟ ଭାଷାରେ ବା ମିଠା ମିଠା କଥା କହି ସମସ୍ତଙ୍କୁ ମୁଗ୍ଧ କରିବା ସହିତ ଭ୍ରମଣ ପ୍ରିୟ ମଧ୍ୟ ହୋଇଥାଏ । ଏହି ବାରର ବ୍ୟକ୍ତି ଧାର୍ମିକ ତଥା ଭକ୍ତି ପ୍ରିୟ ହୋଇଥାନ୍ତି ।
୨;- ସୋମବାର, ସୋମବାର ଦିନ ଜନ୍ମ ହୋଇଥିବା ବ୍ୟକ୍ତି ବହୁତ ଅଳସୁଆ ବା ଧୀର ସ୍ୱଭାବର ହୋଇଥାନ୍ତି । ଏବଂ ସେମାନେ ପ୍ରୀୟଭାଷୀ ଓ ଭୋଗବିଳାଆସରେ ଜୀବନ ଅତିବାହିତ କରିବାକୁ ଭଲ ପାଇଥାନ୍ତି । ଏମାନେ ବହୁତ ନ୍ୟାୟ ପରାୟଣ ଏବଂ ଶାନ୍ତ ସ୍ୱଭାବର ମଧ୍ୟ ହୋଇଥାନ୍ତି ।
୩;- ମଙ୍ଗଳବାର, ମଙ୍ଗଳବାର ଦିନ ଯେଉଁ ବ୍ୟକ୍ତି ଜନ୍ମ ଗ୍ରହଣ କରିଥାନ୍ତି, ସେହି ବ୍ୟକ୍ତି ବହୁତ ସାହସୀ ଓ ଚଞ୍ଚଳ ପ୍ରକୃତିର ହୋଇଥାନ୍ତି । ଏମାନେ ଶତ୍ରୁ ବିରୋଧୀ । ଏହି ବାରର ବ୍ୟକ୍ତି ବୁଦ୍ଧିମାନ ହୋଇଥାନ୍ତି । ଏମାନଙ୍କର ବିଦ୍ୟା ପ୍ରବଳ ହୋଇଥାଏ, ଏମାନେ ଭଲ ପାଠ ପଢନ୍ତି, ଏମାନଙ୍କର କାର୍ଯ୍ୟ କରିବାର କୌଶଳ ଭଲ ଥାଏ । ଏବଂ ଏମାନେ ବହୁତ ଚିନ୍ତା କରିଥାନ୍ତି ।
୪;- ବୁଧବାର, ବୁଧବାରରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଗଭୀର ଚିନ୍ତାରେ ଚିନ୍ତିତ ହୋଇ ରୁହନ୍ତି । ଏମାନେ ନ୍ୟାୟବନ୍ତ । ଏମାନଙ୍କର ଗୁଣ ବହୁତ ଭଲ ଏବଂ ଏମାନେ ବହୁତ ଚତୁର ହୋଇଥାନ୍ତି । ଯେକୌଣସି ଧର୍ମକାର୍ଯ୍ୟରେ ଏମାନେ ଆଗରେ ଥାନ୍ତି ଏବଂ ଏହି ବାରର ବ୍ୟକ୍ତି ଭୋଗବିଳାଆସ ରେ ଜୀବନ ଅତିବାହିତ କରିବାକୁ ଭଲ ପାଇଥାନ୍ତି ଓ ନିଜ କର୍ମକୁ ଆଗରେ ରଖି ଚାଲିଥାନ୍ତି ।
୫;- ଗୁରୁବାର, ଯେଉଁ ବ୍ୟକ୍ତି ଗୁରୁବାରରେ ଜନ୍ମଗ୍ରହଣ କରିଛନ୍ତି ସେମାନେ ବହୁ ଗୁଣରେ ଅଧିକାରୀ ହୋଇଥାନ୍ତି । ଏମାନେ ବୁଦ୍ଧି ଓ ବିଦ୍ୟାରେ ବିଚକ୍ଷଣ ହୋଇଥାନ୍ତି ଏବଂ ଏମାନେ ପଶୁ ପରି ସ୍ଵଭାବ ଦେଖାଇଥାନ୍ତି । ଏମାନେ ଅନ୍ୟକୁ ବହୁତ ଶୀଘ୍ର କ୍ଷମା ଦେଇ ଦେଇଥାନ୍ତି । ଏବଂ ବହୁତ ଧାର୍ମିକ ଅଟନ୍ତି ।
୬;- ଶୁକ୍ରବାର, ଯେଉଁ ବ୍ୟକ୍ତି ଶୁକ୍ରବାର ଦିନ ଜନ୍ମ ହୋଇଥାନ୍ତି, ସେହି ବ୍ୟକ୍ତି ନୀତି ନିୟମ କୁ ଆଖି ଆଗରେ ରଖି ଚଳିବାକୁ ଚେଷ୍ଟା କରନ୍ତି । ସେମାନେ ପରୋପକାରୀ ତଥା ପରର ଉପକାର କରିବାକୁ ଏମାନଙ୍କୁ ଭଲ ଲାଗିଥାଏ, ଏବଂ ଏହି ବାରର ବ୍ୟକ୍ତି ବୁଲିବାକୁ ବା ଭ୍ରମଣ କରିବାକୁ ଭଲ ପାଇଥାଏ ।
୭;- ଶନିବାର, ଶନିବାର ଦିନ ଯେଉଁ ବ୍ୟକ୍ତି ଜନ୍ମଗ୍ରହଣ କରିଛନ୍ତି ସେହି ବ୍ୟକ୍ତି ବହୁତ ଚଞ୍ଚଳ ସ୍ୱଭାବର ଅଟନ୍ତି । ଏମାନେ ପାଠକୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଏମାନଙ୍କ ମନରେ ଅହଙ୍କାର ଅଧିକ ଥାଏ । ଏବଂ ଏମାନେ ପରର ଧନରେ ଲୋଭ ରଖିଥାନ୍ତି ଓ ଏମାନେ ଯଶସ୍ଵି ଅଟନ୍ତି । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।