ବନ୍ଧୁଗଣ ନମସ୍କାର । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କୌଣସି ବ୍ୟକ୍ତି ର ଆସୁଥିବା ସମୟ ବିଷୟ ରେ ଜାଣିବା ପାଇଁ ସେହି ବ୍ୟକ୍ତି ର ଜନ୍ମ ସମୟ ତାରିଖ ଓ ବାର ବହୁତ ଜରୁରୀ ହୋଇଥାଏ । ବ୍ୟକ୍ତି ଜଣକ କେଉଁ ବାର କେଉଁ ଦିନ ରେ ଜନ୍ମ ହେଲେ ତାର ସ୍ଵଭାବ ଚରିତ୍ର ଓ ଭାଗ୍ୟ କିପରି ହେବ ସେ ସବୁ ଜାଣି ହୋଇ ଯାଇଥାଏ । ବନ୍ଧୁଗଣ ଆମ ସପ୍ତାହ ର ସାତ ବାର କୌଣସି ନା କୌଣସି ଗ୍ରହ ନକ୍ଷେତ୍ର ର ସ୍ଵାମୀ ଙ୍କୁ ନେଇ ଜଡିତ ।
ଯେପରି ସପ୍ତାହ ର ପ୍ରଥମ ବାର ରବିବାର ର ସ୍ଵାମୀ ସୂର୍ଯ୍ୟ ହୋଇଥିବା ବେଳେ, ଚନ୍ଦ୍ର ସୋମବାର ର ସ୍ଵାମୀ ଅଟନ୍ତି । ମଙ୍ଗଳବାର ର ସ୍ଵାମୀ ମଙ୍ଗଳ ଗ୍ରହ ହେବା ବେଳେ ବୁଧବାର ର ସ୍ଵାମୀ ବୁଧ ଗ୍ରହ ଅଟନ୍ତି । ଗୁରୁବାର ର ସ୍ଵାମୀ ବୁହସ୍ପତି ଅଟନ୍ତି । ଶୁକ୍ରବାର ର ସ୍ଵାମୀ ଶୁକ୍ରଗ୍ରହ ହେବା ସମୟ ରେ ଶନିବାର ର ସ୍ଵାମୀ ଶନି ଗ୍ରହ ହୋଇଥାନ୍ତି । ଏହି ଗ୍ରହ ମାନେ ଏହି ଦିନ ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କୁ ପ୍ରଭାବିତ ମଧ୍ୟ କରିଥାନ୍ତି ।
ଯେଉଁ ବ୍ୟକ୍ତି ମାନେ ସୋମବାର ଦିନ ଜନ୍ମ ହୋଇଥାନ୍ତି, ସେମାନେ ନିଜର ସୁଖ ଦୁଃଖ କୁ ଖୁବ ଭଲ ଭାବରେ ଜୀବନରେ ହାଣ୍ଡେଲ କରି ପାରିଥାନ୍ତି । ଯେଉଁ ବ୍ୟକ୍ତି ମାନେ ମଙ୍ଗଳବାର ରେ ଜନ୍ମ ହୋଇଥାନ୍ତି, ସେମାନେ କିଛି କ୍ଷେତ୍ର ରେ ରାଗି ସ୍ଵଭାବର ହୋଇଥାନ୍ତି । ଏହି କାରଣ ରୁ ଏମାନେ ନିଜ ଲୋକଙ୍କ ଠାରୁ ମଧ୍ୟ ଦୂରେଇ ଯାଇଥାନ୍ତି ।
ବୁଧବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ରୁଚି ସବୁବେଳେ ଧାର୍ମିକ କାର୍ଯ୍ୟ ରେ ଲାଗି ରହିଥାଏ ।ଗୁରୁବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ବୁଦ୍ଧିମାନ ହୋଇଥାନ୍ତି । ଯାହା ଫଳରେ ଏମାନେ କଠିନ ରୁ କଠିନ ପରିସ୍ଥିତି ରେ ମଧ୍ୟ ଖୁବ ଭଲ ଭାବରେ ବାହାରି ଯାଆନ୍ତି । ଶୁକ୍ରବାର ରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କର ହୃଦୟ ସବୁବେଳେ ଖୋଲା ଥାଏ । ଏମାନେ ସବୁବେଳେ ଖୁସି ରେ ରହିଥାନ୍ତି ।
ଯେଉଁ ବ୍ୟକ୍ତି ମାନେ ଶନିବାର ଦିନ ଜନ୍ମ ହୋଇଥାନ୍ତି, ସେମାନଙ୍କର ରୁଚି ସବୁବେଳେ କୃଷି, ବ୍ୟାପାର ଓ ଟେକନିକ ଲାଇନ ରେ ରହିଥାଏ । ଯେଉଁ ବ୍ୟକ୍ତି ମାନେ ରବିବାର ଦିନ ଜନ୍ମ ହୋଇଥାନ୍ତି, ସେମାନେ ଅଧିକ ଆକ୍ଟିଭ ହୋଇଥାନ୍ତି । ଏମାନେ ସବୁକାମ ରେ ଆଗରେ ରହିଥାନ୍ତି । ଏମାନଙ୍କର ଭାଗ୍ଯ ଏମାନଙ୍କୁ ସବୁବେଳେ ସାଥ ଦେଇଥାଏ ।
ଭାଗ୍ୟର ସମର୍ଥନ ସମସ୍ତ କାର୍ଯ୍ୟ ରେ ପାଉଥିବାରୁ ଏମାନେ ଜୀବନରେ ଅଧିକ ରୁ ଅଧିକ ସଫଳତା କୁ ପ୍ରାପ୍ତ କରି ମଧ୍ୟ ଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ