କେଶର ସବୁ ସମସ୍ଯାକୁ ଦୂର କରନ୍ତୁ ବାସ୍ ଏହି ଉପାୟରେ…କେଶ ଏତେ ଘନ ଓ ଲମ୍ବା ହେବ ଆପଣ ସମ୍ଭାଳି ପାରିବେ ନାହିଁ – Hair care tips

ବନ୍ଧୁଗଣ ଆପଣଙ୍କ କେଶ ଲମ୍ବା, ଘନ ଓ ମଜବୁତ କରିବାକୁ ଚାହୁଁଛନ୍ତି କି ? ଏହି ତେଲ ପାଇଁ ଆପଣଙ୍କୁ ବହୁତ କମ ଟଙ୍କା ଖର୍ଚ କରିବାକୁ ପଡିବ । ଯଦି ଆପଣ ଲଗାତାର ଦୁଇ ସପ୍ତାହ ପର୍ଯ୍ୟନ୍ତ  ଲଗାଇବେ ତେବେ ଆପଣଙ୍କ କେଶ ଲମ୍ବା ହୋଇଯିବ । କେଶ ଝଡିବା, କେଶ ଦୁଇ ମୁହାଁ ଭଳି ସମସ୍ୟା ପାଇଁ ପାନପତ୍ରର ଏହି ଉପାୟ ବହୁତ ହିଁ ଲାଭଦାୟକ ଅଟେ । ପ୍ରଥମେ ଆପଣ ଗୋଟିଏ ପାନ ପତ୍ରକୁ ନେଇ ତାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ ।

୫ ରୁ ୬ ଟି କଞ୍ଚା ରସୁଣ ନେଇ ତାକୁ ଛୋଟ ଛୋଟ କରି କାଟି ଦିଅନ୍ତୁ । ଆପଣ ଏକ ଲୁହା କଢେଇ ନେଇ ସେଥିରେ ୧୦୦ ରୁ ୧୫୦ ଗ୍ରାମ ନଡିଆ ତେଲ ଢାଳନ୍ତୁ । ଏଥିରେ ଦୁଇ ରୁ ତିନି ଚାମଚ ମେଥି ଦାନା ମିଶାନ୍ତୁ । ତାପରେ ରସୁଣ ଓ ପାନ ପତ୍ର ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ଗ୍ୟାସକୁ କମ କରି ଏହାକୁ ଗରମ କରନ୍ତୁ ।

ସେହି ସମୟ ପର୍ଯ୍ୟନ୍ତ ଫୁଟାନ୍ତୁ ଯେଉଁ ସମୟ ପର୍ଯ୍ୟନ୍ତ ପାନ ପତ୍ର ଓ ରସୁଣ କଳା କଳା ନ ହୋଇ ଯାଇଛି । ଯେତେବେଳେ ଏହାର ରଙ୍ଗ ବଦଳିଯିବ ତେବେ ଆପଣ ଏହି ତେଲକୁ ଥଣ୍ଡା କରି ଗୋଟିଏ ପାତ୍ରରେ ଛାଣି ବାହାର କରି ଦିଅନ୍ତୁ । ବର୍ତ୍ତମାନ ଆପଣଙ୍କ ତେଲ ପ୍ରସ୍ତୁତ ହୋଇଗଲା ।  ଆପଣ ଏହି ତେଲକୁ କୌଣସି ବି କାଚ ବୋତଲରେ ରଖି ପାରିବେ କିନ୍ତୁ ତେଲକୁ ତିଆରି କରିବା ଠାରୁ ତାକୁ କେମିତି ପ୍ରୟୋଗ କରିବେ ଏହା ଜାଣିବା ନିହାତି ଆବଶ୍ୟକ ।

କିନ୍ତୁ ଏହି ତେଲକୁ ଲଗାଇବା ସମୟରେ ଆପଣଙ୍କୁ ଦୁଇଟି କଥା ପ୍ରତି ଧ୍ୟାନ ରଖିବେ ଯେମିତି ଏହି ତେଲ ଲଗାଇବା ପୂର୍ବରୁ ଆପଣଙ୍କ ମୁଣ୍ଡରେ ଅନ୍ୟ କୌଣସି ବି ତେଲ ଲାଗି ନ ଥିବା । ଏହି ତେଲକୁ ଲଗାଇବା ପୂର୍ବରୁ ଏହାକୁ ଭଲ ଭାବରେ ମିକ୍ସ କରି ଲଗାନ୍ତୁ ।

ଯଦି ଆପଣ ପୁରୁଷ ତେବେ ଏକ ଚାମଚ ଓ ମହିଳା ହେଲେ ଦୁଇ ଚାମଚ ନିଜ କେଶରେ ଲଗାନ୍ତୁ । ଆପଣ ଏହି ତେଲକୁ ନିଜର ଆଙ୍ଗୁଠି ଦ୍ଵାରା ନିଜ କେଶର ମୂଳରେ ଭଲ ଭାବରେ ମସାଜ କରନ୍ତୁ । ଆପଣ ଏହି ତେଲକୁ ନିଜ କେଶରେ ଭଲ ଭାବେ ଲଗାନ୍ତୁ । ଏହି ତେଲକୁ ଆପଣ ସପ୍ତାହକୁ ଦୁଇରୁ ତିନି ଥର ଲଗାନ୍ତୁ । ତେଲ ଲଗାଇବାର 2 ରୁ 3 ଘଣ୍ଟା ପରେ ନିଜ କେଶକୁ କୌଣସି ଶ୍ୟାମ୍ପୁ ଦ୍ଵାରା ଧୋଇ ଦିଅନ୍ତୁ ।

କିଛି ଦିନ ବ୍ୟବାହାର କରିବା ପରେ ଆପଣ ଏହାର ଲାଭ ଦେଖି ପାରିବେ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ କରିବା ସହ ଏହାକୁ ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ମଧ୍ୟ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *