କେମିତି ଜାଣିବେ ଆପଣଙ୍କ Liver ସୁସ୍ଥ ନା ଅସୁସ୍ଥ ? ଜାଣନ୍ତୁ ଏ ନେଇ କୁହନ୍ତି Dr Satya Patnaik

ନମସ୍କାର ବନ୍ଧୁଗଣ, ଦେହ ସୁସ୍ଥ ରହିଲେ ସବୁ ଭଲ ନଚେତ କୌଣସି କାର୍ଯ୍ୟରେ ମନ ଲାଗିନଥାଏ । ମନ ଭଲ ନ ଲାଗିବା ସହ ଦେହ ପୀଡା ମଧ୍ୟ ଭୋଗ କରିବାକୁ ପଡିଥାଏ । ତା ସହିତ ମାନସିକ ଚିନ୍ତା ମଧ୍ୟ ଘେରି ଯାଏ । ତେବେ ଆଜିକାଲି ଲିଭର ଜନିତ ସମସ୍ୟା ବହୁତ ଦେଖିବା ପାଇଁ ମିଳୁଛି । ଏହି ଲିଭର ସମସ୍ୟା କାହିଁକି ଏତେ ଦେଖିବା ପାଇଁ ମିଳୁଛି ଏହା ହେବାର କାରଣ କଣ ରହିଛି ଏବଂ ଚିକିତ୍ସା କଣ ରହିଛି ତାହା ସମ୍ପର୍କରେ ଆଜି ଆମେ ଆପଣ ମାନଙ୍କୁ ଜଣାଇବା ପାଇଁ ଯାଉଛୁ ।

ଲିଭର ଖରାପ ହେବାର କେତେ ଗୁଡିଏ ଲକ୍ଷଣ ଦେଖା ଦେଇଥାଏ । ଖାଦ୍ୟ ଖାଇବା ପ୍ରତି ଆପଣଙ୍କ ଆଗ୍ରହ କମିବା ଏବଂ ଯଦି ଆପଣ କିଛି ଖାଉଛନ୍ତି ତାହାଲେ ଆପଣଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେବା, ଶୂଳ ହେବା, ବିନା କାରଣରେ ଆପଣଙ୍କ ଶରୀର ଓଜନ କମିବା, ଅନେକ ସମୟରେ ଆପଣଙ୍କ ପେଟ ଫୁଲିକି ରହିବା, ପେଟର ଡାହାଣ ପଟର ଉପରି ଭାଗରେ ଆପଣଙ୍କୁ କଷ୍ଟ ଅନୁଭବ ହେବା ଇତ୍ୟାଦି ହେଉଛି ଆପଣଙ୍କ ଲିଭର ଖରାପ ହେବାର କିଛି କିଛି ଲକ୍ଷଣ ।

ଲିଭର ଜନିତ ସମସ୍ୟା ଥିଲେ ଶରୀରରେ ବହୁତ ଅଧିକ ଆଳସ୍ୟ ଦେଖା ଦେଇଥାଏ । ପୁରା ଶରୀରରେ ପୀଡା ଅନୁଭୂତ ହୋଇଥାଏ । ଏହିସବୁ ଲକ୍ଷଣ ଆପଣଙ୍କୁ ସୂଚନା ଦେଇଥାଏ କି ଆପଣଙ୍କ ଲିଭର ସୁସ୍ଥ ନାହିଁ । ଯଦି ଏହିସବୁ କଷ୍ଟ ବଢିବାକୁ ଲାଗେ ତେବେ ଏହା ଜଣ୍ଡିସ ଏବଂ ରକ୍ତ ସ୍ରାବର ରୂପ ନେଇଥାଏ ।

ଲିଭର ଖରାପ ହେବା ପରେ ଶରୀରରେ ବହୁତ କିଛି ରୋଗ ହେବାକୁ ଲାଗିଥାଏ । ଯଦି ଆପଣଙ୍କ ଲିଭର ଖରାପ ହୁଏ ତେବେ ଆପଣ ଏହାର ଖରାପ ଉପଚାର କରି ଠିକ କରିପାରିବେ । ଆପଣ ସାମାନ୍ୟା ଉଷୁମ ପାଣିରେ କିଛି ଅଦା ରସ ଏବଂ ଲେମ୍ବୁ ରସ ମିଶାଇ ଯଦି ପିଅନ୍ତି ତେବେ ଏହି ପାଣି ଆପଣଙ୍କ ଲିଭରକୁ ସଫା ରଖିବାର କାମ କରିଥାଏ ।

ଘିକୁଆଁରୀର ରସ ବାହାର କରି ମଧ୍ୟ ଆପଣ ପିଇ ପାରିବେ । ଏହା ମଧ୍ୟ ଆପଣଙ୍କ ଲିଭର ସଫା କରିବାରେ ସାହାର୍ଯ୍ୟ କରିଥାଏ । ବାଡିରେ ହୋଇଥିବା ଆଁଳା ଗଛକୁ ଆପଣ ଓପାଡି ଭଲ ଭାବରେ ଧୋଇ ତାହାର ପଞ୍ଚାଙ୍ଗ ସହ ଛେଚି ତାହାର ରସକୁ ସେବନ କରିବା ଆପଣଙ୍କ ପାଇଁ ବହୁତ ଉପକାରୀ ସାବ୍ୟସ୍ତ ହୋଇଥାଏ ।

ଅଙ୍ଗୁର ରସ ମଧ୍ୟ ଆପଣ ପିଇବା ଦ୍ଵାରା ଆପଣଙ୍କ ଲିଭର ସଫା ହୋଇଯାଇଥାଏ । ଆପଣ ଲିଭରକୁ ସୁସ୍ଥ ରଖିବା ପାଇଁ ଡାକ୍ତରଙ୍କ ପରମର୍ଶ ସାହାର୍ଯ୍ୟରେ କିଛି ଔଷଧ ମଧ୍ୟ ନେଇପାରିବେ । ଏହିସବୁ ଉପାୟାରେ ଆପଣ ନିଜର ଲିଭରକୁ ସୁସ୍ଥ ରଖିପାରିବେ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *