Health Tips- କେବଳ ୫ ମିନିଟରେ ଥଣ୍ଡା, କାଶ ଓ କଫରୁ ପାଆନ୍ତୁ ଆରାମ, ବାସ ଏହାକୁ ବନେଇ ପିଇ ନିଅନ୍ତୁ…ସବୁ କିଛି ଗାୟବ ହେଇଯିବ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ଏପରି ଘରୋଇ ଉପଚାର ଯାହାକୁ ଆପଣ ବ୍ୟବହାର କରି ବହୁ ପୁରୁଣା ରୁ ପୁରୁଣା ଥଣ୍ଡା କଫ ସମସ୍ୟା ରୁ ମୁକ୍ତ ହୋଇ ପାରିବେ । ଥଣ୍ଡା, କଫ ବାତ ଏକ ଏଭଳି ସମସ୍ଯା ଯାହାକି ଆଜିକାଲି ଛୋଟ ରୁ ବଡ ସାଧାରଣତଃ ସମସ୍ତଙ୍କ ଠାରେ ଦେଖିବାକୁ ମିଳୁଛି । ଏହାର କାରଣ ହେଉଛି ବର୍ତ୍ତମାନ ର ପାଗ । ସେଥିରେ ପୁଣି ଆଗକୁ ଶୀତ ଦିନ ମାଡି ଆସୁଅଛି ।

ସେଥିପାଇଁ ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏକ ଏପରି ଉପଚାର ଯାହାକୁ ଆପଣ ଅତି ସହଜ ଓ ସୁବିଧାରେ ଘରେ ପ୍ରସ୍ତୁତ କରି ନିଜ ଶରୀରକୁ ରୋଗ ମୁକ୍ତ କରି ପାରିବେ । ତାହାଛଡା ଏହାର ସେବନ ଦ୍ଵାରା ଶରୀରକୁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ମିଳିଥାଏ ।

ତାହାଛଡା ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣଙ୍କୁ କୌଣସି ଅଧିକ ଜିନିଷ ର ମଧ୍ୟ ଆବଶ୍ୟକ ପଡିବ ନାହିଁ । ସମସ୍ତ ସମଗ୍ରୀ ଆପଣ ଙ୍କୁ ନିଜର ଘରେ ହିଁ ଅତି ସହଜରେ ମିଳିଯିବ ।  ବନ୍ଧୁଗଣ ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଫୁଲ ଲାଗିଥିବା 4 ଟି ଲବଙ୍ଗ ନିଅନ୍ତୁ । ତାହାସହ ପାଖାପାଖି 15 ଟି ଗୋଲମରୀଚ ନିଅନ୍ତୁ ।

ଏହାକୁ ଏକ ଶୁଖିଲା ତାୱା କିମ୍ବା କଢେଇ ରେ କିଛି ସମୟ ହାଲ୍କା ଭାଜି ଗୁଣ୍ଡ କରି ଦିଅନ୍ତୁ । ଏହି ଗୁଣ୍ଡକୁ ଏକ ପାତ୍ର ରେ ନେଇ ସେହି ଗୁଣ୍ଡରେ ଦୁଇ ଚାମଚ ମହୁ ମିଶାଇ ଭଲ ଭାବରେ ଏହାର ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ବନ୍ଧୁଗଣ ଏହାର ସେବନ ଯଦି କୌଣସି ବଡ ମଣିଷ କରୁଛନ୍ତି, ତେବେ ଏହି ମିଶ୍ରଣ ରୁ ଏକ ଚାମଚ ସେବନ କରନ୍ତୁ । ଯଦି ବାର ବର୍ଷରୁ ବଡ ପିଲା ମାନେ ଏହାକୁ ସେବନ କରୁଛନ୍ତି, ତେବେ ଏହାର ଅଧା ଚାମଚ ସେବନ କରନ୍ତୁ ।

ଅତି ଛୋଟ ପିଲା ମାନଙ୍କୁ ଯଦି ଆପଣ ଏହି ଉପଚାର ଟିକୁ ଦେଉଛନ୍ତି, ତେବେ ଆପଣ ଏହି ମିଶ୍ରଣ କୁ ଅଙ୍ଗୁଠିରେ ମାତ୍ର କିଛି ବୁଡାଇ ନେଇ ସେମାନଙ୍କ ଜିଭ ରେ ଲଗାଇ ଦିଅନ୍ତୁ । କିନ୍ତୁ ମନେରଖନ୍ତୁ, ଏହାର ସେବନ ପରେ କେବେ ମଧ୍ୟ ଭୁଲରେ ପାଣି କିମ୍ବା ଅନ୍ୟ କିଛି ସେବନ କରନ୍ତୁ ନାହିଁ । ଏହାକୁ ଆପଣ ରାତିରେ ଶୋଇବା ସମୟରେ ସେବନ କରନ୍ତୁ ।

ଏହାକୁ ସେବନ ପରେ ମାତ୍ର 5 ମିନିଟ ପରେ ହିଁ ଆପଣ କାଶ, ଥଣ୍ଡା ଓ କଫ ଆଦି ସମସ୍ତ ପ୍ରକାରର ସମସ୍ୟାରୁ ମୁକ୍ତ ହୋଇ ପାରିବେ । ତେବେ ବନ୍ଧୁଗଣ ଆଜିର ଏହି ଉପଚାର ଟି ଆପଣଙ୍କୁ କିପରି ଲାଗିଲା ଆପଣ ତାହାର ବ୍ୟବହାର କରି ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *