Health Tips- କେବଳ ୨ ଟି ଜିନିଷରେ ଆପଣଙ୍କ ଓଜନ ବଢିବ, ସପ୍ତାହକ ମଧ୍ୟରେ ପୁଚୁକା-ପୁଚୁକା ଗାଲ ହୋଇଯିବ

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଉପଯୁକ୍ତ ଶରୀର ପାଇବାକୁ କିଏ ଅବା ଚାହିଁନଥାଏ । ତେଣୁ ସମସ୍ତେ ଅଧିକ ମୋଟା ବା ପତଳା ନହୋଇ ଉପଯୁକ୍ତ ଫିଟ୍ ଓ ସୁସ୍ଥ ଶରୀର ଗଢିବାକୁ ଚାହିଁଥାନ୍ତି । ଯେଉଁ ମାନେ ବହୁତ ଅଧିକ ପତଳା ଅଛନ୍ତି । ସେମାନେ ଯେତେ ଖାଇଲେ ମଧ୍ୟ ଦେହ ଲାଗୁନି । ଶରୀର ଦିନରୁକୁ ଦିନ ଅଧିକ ପତଳା ହୋଇବା ସହ ଦୁର୍ବଳ ହୋଇଯାଉଛି । ସେହି ଲୋକ ମାନଙ୍କ ପାଇଁ ଏକ ସୁନ୍ଦର ଘରୋଇ ଉପଚାର କହିବା ପାଇଁ ଯାଉଛୁ ।

ଏହି ଉପଚାର ପାଇଁ କେବଳ ୩ ଟି ସାମଗ୍ରୀର ଆବଶ୍ୟକତା ରହିଅଛି । ସେହି ୩ ଟି ସାମଗ୍ରୀ ହେଉଛି କାଜୁ, କ୍ଷୀର ଓ ମିଶ୍ରୀ । ଆପଣ ଏହି ରେମିଡି କରିବା ପୂର୍ବରୁ ପ୍ରଥମେ ଏକ ମୁଠା କାଜୁ ନେଇ ତାହାକୁ ଭଲ ଭାବରେ ଧୋଇ ସଫା କରି ଦିଅନ୍ତୁ । ତାପରେ ଅଧ ଗ୍ଲାସ ପାଣିରେ ୩ ରୁ ୪ ଘଣ୍ଟା ପାଇଁ ଭିଯାଇ ରଖିଦିଅନ୍ତୁ । କାଜୁ ଶରୀର ପାଇଁ ଅତ୍ୟନ୍ତ ପୌଷ୍ଟିକରେ ଭରପୁର ଖାଦ୍ୟ ପଦାର୍ଥ ଅଟେ ।

କାଜୁରେ ପ୍ରୋଟିନ, ଫାଇବର, କାର୍ବୋହାଇଡେର୍ଟ, କପର, ମାଙ୍ଗାନିଜ, ଫସଫରସ, ଜିଙ୍କ, ଥାୟମିନ, ମିନେରାଲ୍ ଓ ଆଇରନ ଭଳି ଅନେକ ପୋଷକ ତତ୍ଵ ରହିଥାଏ । ଆପଣ ଚାହିଁଲେ କାଜୁକୁ ରାତି ସାରା ମଧ୍ୟ ଭିଯାଇ ରଖିପାରିବେ । ତାପରେ କାଜୁକୁ କିଛି ଘଣ୍ଟା ଭିଯାଇ ସାରିଲା ପରେ ତାହାକୁ ଆଣି ଅଳ୍ପ ପାଣି ଦେଇ ଗ୍ରାଇଣ୍ଡିଙ୍ଗ କରିଦେବେ ।

ତାପରେ ଦିତୀୟ ସାମଗ୍ରୀ ଅନୁସାରେ ଗାଈ କିମ୍ବା ମଇଁଷି କ୍ଷୀର ଆଣନ୍ତୁ । କ୍ଷୀର ଓଜନ ବଢିବା ପାଇଁ ବହୁ ମାତ୍ରାରେ ସାହାଜ୍ଯ କରିଥାଏ । ଆପଣ ଗ୍ରାଇଣ୍ଡିଙ୍ଗ କରି ରଖିଥିବା କାଜୁ ରସ ସହିତ କ୍ଷୀରକୁ ଉଷୁମ କରିଦେଇ ତାପରେ ଥଣ୍ଡା କରି ଆବଶ୍ୟକ ପରିମାଣରେ ମିଶାଇ ଦିଅନ୍ତୁ ।

ଏହି ପ୍ରସ୍ତୁତ କରୁଥିବା ଡ୍ରିଂକ ୨୦୦ ରୁ ୨୫୦ ml ହୋଇଥିବା ଆବଶ୍ୟକ । ତାପରେ ସେଥିରେ ଆପଣ ଏକ ଚାମଚ ମିଶ୍ରୀ ଗୁଣ୍ଡ ମଧ୍ୟ ମିଶାନ୍ତୁ । ଆପଣ ମିଶ୍ରୀ ପରିବର୍ତ୍ତେ ଚିନୀ ମଧ୍ୟ ମିଶାଇ ପାରିବେ । ତାପରେ ତାହାକୁ ଭଲ ଭାବରେ ଗୋଳାଇ ଦିଅନ୍ତୁ । ଆପଣଙ୍କର ରେମିଡି ପ୍ରସ୍ତୁତ ହୋଇଯିବ । ପ୍ରତିଦିନ ସକାଳୁ ଫ୍ରେଶ ହୋଇସାରିଲା ପରେ ଖାଲି ପେଟରେ ଏହି ରେମିଡି ପ୍ରସ୍ତୁତ କରି ସେବନ କରନ୍ତୁ ।

ଏହି ଡ୍ରିଂକକୁ ସେବନ କରିବା ସହିତ ସକାଳ ବ୍ରେକଫାଷ୍ଟରେ ନିହାତି ଭାବରେ ୨ ଟି କଦଳୀର ସେବନ କରନ୍ତୁ । ଲଗାତର ୪୦ ଦିନ ପର୍ଯ୍ୟନ୍ତ ଏହି ରେମିଡିକୁ ସେବନ କରନ୍ତୁ । ନିହାତି ଭାବରେ ଦୁର୍ବଳ ଶରୀର ମୋଟା ହୋଇ ସୁସ୍ଥ ସବଳ ଚେହେରା ହୋଇ ହୋଇଯିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କାମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *