କଥା କଥାରେ କାନ୍ଦୁଥିବା ଝିଅମାନେ କିପରି ହୋଇଥାନ୍ତି ? ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେଇଯିବେ- Chanakya Niti

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷଙ୍କ ଗୁଣ, ସ୍ଵଭାବ, ଚରିତ୍ର ଓ ଚିନ୍ତାଧାରା ଅଲଗା ଅଲଗା ହୋଇଥାଏ । ମଣିଷ ନିଜ ସ୍ଵଭାବ ପାଇଁ ସମସ୍ତ ସ୍ଥାନରେ ପରିଚିତ ହୋଇଥାଏ । ମଣିଷ ମାନଙ୍କ ସ୍ଵଭାବ ବିଷୟରେ ସମୁଦ୍ର ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ।

ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏପରି କିଛି ଲୋକ ଦେଖିଥିବେ ଯେଉଁ ମାନେ କଥା କଥାରେ କାନ୍ଦିଥାନ୍ତି । ଏହି ଲୋକ ମାନଙ୍କର ଏହି କାନ୍ଦିବା ସ୍ଵଭାବକୁ ଦେଖି ଅନ୍ୟ ଲୋକ ମାନେ ଏମାନଙ୍କ ସହ ମିଶିବା ପାଇଁ ପସନ୍ଦ କରିନଥାନ୍ତି ।


ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ଲୋକ ମାନଙ୍କ ବିଷୟରେ ଜାଣିଛନ୍ତି  । ଆଜିଆମେ ଆପଣ ମାନଙ୍କୁ ଏହି ଲୋକମାନଙ୍କ ଗୁଣ, ଚିନ୍ତାଧାରା ଓ ସ୍ଵଭାବ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ଜାଣିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଲୋକ ମାନଙ୍କ ବିଷୟରେ ।

ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ଲୋକମାନେ କଥା କଥାରେ କାନ୍ଦିଥାନ୍ତି ସେମାନଙ୍କ ହୃଦୟ ବହୁତ ସଫା ହୋଇଥାଏ । ଏମାନେ କେବେହେଲେ କାହା ମନରେ କଷ୍ଟ ଦେବା ପାଇଁ ଚାହାଁନ୍ତି ନାହିଁ । ଏହି ଲୋକ ମାନେ ଅନ୍ୟ କାହାକୁ କଷ୍ଟରେ ଦେଖିପାରନ୍ତି ନାହିଁ ଏହି କାରଣ ହେତୁ ଏମାନେ ଅନ୍ୟ ମାନଙ୍କ କଷ୍ଟକୁ ଦେଖି ନିଜ ଭାବନାକୁ ନିୟନ୍ତ୍ରଣ କରିପାରି ନଥାନ୍ତି । ଯାହାଫଳରେ ଏହି ଲୋକମାନଙ୍କ ଆଖିରୁ ଲୁହ ବାହାରିଥାଏ ।

ଏହି ଲୋକମାନେ ନିଜ ପରିବାର ଲୋକ ଓ ନିଜ ପାର୍ଟନରଙ୍କୁ ସବୁଠାରୁ ଅଧିକ ଗୁରୁତ୍ଵ ଦେଇଥାନ୍ତି । ଏମାନେ ସମସ୍ତ ପରିସ୍ଥିତିରେ ନିଜ ପରିବାରର ସପୋର୍ଟ ଦେଇଥାନ୍ତି । ଏହି ଲୋକମାନେ ନିଜ ପରିବାରଙ୍କୁ ଛାଡି ରହିପାରି ନଥାନ୍ତି । ଏମାନେ ସମସ୍ତଙ୍କୁ ଖୁସିରେ ରଖିବା ପାଇଆନ ଚେଷ୍ଟା କରିଥାନ୍ତି ହେଲେ ବନ୍ଧୁଗଣ ଏହି ଲୋକମାନଙ୍କ ମନରେ ଯେତେ କଷ୍ଟ ଥିଲେ ମଧ୍ୟ ଏମାନେ ଅନ୍ୟ ମାନଙ୍କ ଆଗରେ ପ୍ରକାଶ କରିପାରି ନଥାନ୍ତି ଏହି କାରଣ ହେତୁ ଏମାନଙ୍କ ଆଖିରୁ ବେଳେବେଳେ କୌଣସି ଛୋଟ ଛୋଟ କଥା ପାଇଁ ଲୁହ ଝରିଯାଇଥାଏ ।

ଏହି ଲୋକମାନେ କେବେହେଲେ କାହାକୁ ଧୋକା ଦେଇନଥାନ୍ତି । ଏମାନେ ନିଜ କଷ୍ଟ ଓ ନିଜ ସଂଘର୍ଷ ଦ୍ଵାରା ନିଜ ଜୀବନରେ ସଫଳତା ପାଇବା ପାଇଁ ଚେଷ୍ଟା କରିଥାନ୍ତି । ଏମାନଙ୍କ ମଧୁରବାଣୀ ଦ୍ଵାରା ଅନ୍ୟ ଲୋକମାନେ ପ୍ରଭାବିତ ହୋଇଥାନ୍ତି ହେଲେ ବନ୍ଧୁଗଣ ଏମାନଙ୍କର ଏହି କାନ୍ଦିବା ଗୁଣକୁ ଦେଖି ଅନ୍ୟ ଲୋକମାନେ ଏମାନଙ୍କ ଠାରୁ ଦୂରେଇ ରହିଥାନ୍ତି ।

ଏମାନେ ଉପରୁ କାନ୍ଦୁଥିଲେ ମଧ୍ୟ ନିଜ ମନରୁ ଏମାନେ ବହୁତ ଅଧିକ ମଝବୁତ ହୋଇଥାନ୍ତି । ଏମାନେ ସମସ୍ତ ପରିସ୍ଥିତିର ସାମ୍ନା କରିଥାନ୍ତି ଓ ସବୁବେଳେ ନିଜ ଲକ୍ଷ୍ୟପଥକୁ ହାସିଲ କରିବା ପାଇଁ ଇଛା କରିଥାନ୍ତି । ଏମାନେ କୌଣସି ସ୍ଥାନରେ ହାର ମାନିନଥାନ୍ତି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *