କଥା କଥାରେ ବାରମ୍ବାର ଭୟଭୀତ ହୋଇପଡୁଛନ୍ତି ! ଏହା ଏକ ସାଧାରଣ କଥା ନା ବଡ ସ୍ଵାସ୍ଥ ସମସ୍ଯା ? Dr Satyakam Mohapatra

ବନ୍ଧୁଗଣ ଆମର ନୀତିଦିନିଆ ଜୀବନରେ ଆମେ ସାଧାରଣତଃ ସ୍ଵାଭାବିକ ବ୍ୟବହାର କରିଥାଉ । ହେଲେ ବେଳେବେଳେ ଆମ ସାମ୍ନାକୁ ଯଦି କିଛି ଅସ୍ଵାଭାବିକ ପରିସ୍ଥିତି ବା ଏମିତି କିଛି ଆମେ ଦେଖିବାକୁ କି ଶୁଣିବାକୁ ପାଇଥାଉ । ଯାହାଦ୍ୱାରା ଆମେ ସାମାନ୍ୟ ଭୟ କରିଯାଇଥାଉ ହେଲେ ତାହା ଏକ ସାଧାରଣ କଥା ହୋଇଥାଏ । କିଛି ସମୟ ପରେ ଆମେ ପୁଣି ସ୍ଵାଭାବିକ ଅବସ୍ଥାକୁ ଚାଲି ଆସିଥାଉ ।

ହେଲେ ଯଦି କୌଣସି ଲୋକ ବାରମ୍ବାର କୌଣସି ଛୋଟମୋଟ କଥାକୁ ନେଇ ଅଧିକ ଭୟଭୀତ ବା ଛାନିଆ ହୋଇଯାଉଥାଏ । ତେବେ ତାହାକୁ ଡାକ୍ତରୀ ଭାଷାରେ ମାନସିକ ଛାନିଆ ରୋଗ ବା ପ୍ୟାନିକ ଡିସଅର୍ଡର କୁହାଯାଇଥାଏ ।

ଭାରତରେ ୨-୪% ଲୋକଙ୍କ ଠାରେ ଏହି ଛାନିଆ ରୋଗ ଦେଖା ଦେଇଥାଏ । ପୁରୁଷଙ୍କ ଅପେକ୍ଷା ମହିଳାଙ୍କ ଠାରେ ଏହି ରୋଗ ଦୁଇରୁ ତିନିଗୁଣ ଅଧିକ ଦେଖାଯାଏ । ଯୁବାବସ୍ଥାରେ ତଥା ୨୫-୩୫ ବର୍ଷ ବୟସର ଲୋକଙ୍କ ଠାରେ ଏହା ସବୁଠୁ ଅଧିକ ମାତ୍ରାରେ ଦେଖାଯାଏ । ଆଜିକାଲି କିଛିକାଂଶରେ ଛୋଟପିଲାଙ୍କ ଠାରେ ମଧ୍ୟ ଏହି ସମସ୍ଯା ଦେଖାଯାଉଛି । କିନ୍ତୁ ଏହାକୁ ନେଇ ଲୋକଙ୍କ ମଧ୍ୟରେ ସଚେତନତା ବହୁତ କମ୍ ରହିଛି ଯାହାଫଳରେ ଲୋକମାନେ ସଠିକ ଚିକିତ୍ସା ପାଇ ପାରୁନାହାନ୍ତି ।

ଏହି ଛାନିଆ ରୋଗରେ ବିନା କୌଣସି କାରଣରେ ମଧ୍ୟ ବ୍ୟକ୍ତିଙ୍କ ମନରେ ଯେକୌଣସି ସ୍ଥାନ ଏବଂ ସମୟରେ ଛାନିଆ ବା ଡର ଆସିପାରେ । ଏହା କେବଳ ମନରେ ନୁହେଁ, ବଂର ଏହାର ପ୍ରଭାବ ବ୍ୟକ୍ତିର ଶରୀରରେ ମଧ୍ୟ ଦେଖିବାକୁ ମିଳିଥାଏ । ଛାତି ଧଡଧଡ ହେବା, ଗୋଡହାତ ଥରିବା କିମ୍ବା ଝିମଝିମ ହେବା, ପାଟି ଶୁଖିଯିବା, ମୁଣ୍ଡ ବୁଲେଇବା, ଦେହହାତ ଗରମ ହୋଇଯିବା, ହଠାତ ପରିସ୍ରା ଲାଗିବା, ଅଣନିଃଶ୍ବାସୀ ଲାଗିବା କିମ୍ବା ଛାତିରେ ଯନ୍ତ୍ରଣା ହେବା ଆଦି ଲକ୍ଷଣ ସବୁ ଦେଖାଯାଇଥାଏ ।

ଏହିସବୁ ମାତ୍ର କିଛି ସମୟ ପାଇଁ ଲାଗିଥାଏ ଏବଂ ସେହି ଅତିକ୍ରମ ହୋଇଯିବା ପରେ ସେମାନେ ଠିକ ହୋଇଯାନ୍ତି । ଆମ ବ୍ରେନରେ କେତେକ ନିର୍ଦ୍ଦିଷ୍ଟ ନ୍ୟୁରୋଟ୍ରାନ୍ସମିଟର ବା ରାସାୟନିକ ପଦାର୍ଥର ମାତ୍ରାରେ ଅସନ୍ତୁଳନ ଯୋଗୁଁ ପ୍ୟାନିକ ଡିସଅର୍ଡର ଆରମ୍ଭ ହୋଇଥାଏ । ଏହାସହ ବଂଶଗତ କାରଣ କିମ୍ବା ଅଧିକ ଷ୍ଟ୍ରେସ ନେବା ଯୋଗୁଁ ମଧ୍ୟ ପ୍ୟାନିକ ଡିସଅର୍ଡର ଆରମ୍ଭ ହୋଇଥାଏ । କିଛି ଲୋକଙ୍କର ଅଧିକ ମାତ୍ରାରେ ନିଶାଦ୍ରବ୍ୟ ସେବନ କରିବା ଦ୍ଵାରା ଛାନିଆ ରୋଗ ଦେଖା ଦେଇଥାଏ ।

ଏହାଛଡା କିଛି ଶାରୀରିକ ସମସ୍ଯା ଯଥା ଥାଇରଏଡ, ହାଇପର ଟେନସନ ଏବଂ ହୃଦଜନିତ ସମସ୍ଯା ଯୋଗୁଁ ମଧ୍ୟ ଏହି ରୋଗ ଦେଖା ଦେଇପାରେ । ଏପରିକି କିଛି ରୋଗୀଙ୍କ ଠାରେ ଏହାର କୌଣସି ନିର୍ଦ୍ଦିଷ୍ଟ କାରଣ ମଧ୍ୟ ନଥାଏ । ଏହି ରୋଗର ଚିକିତ୍ସା ଦୁଇ ପ୍ରକାରର କରାଯାଇଥାଏ । ଯେମିତିକି ଏଥିପାଇଁ ରୋଗୀକୁ କିଛି ଔଷଧ ସେବନ କରିବାକୁ ଦିଆଯାଇଥାଏ ଏବଂ ଏହାସହ ରୋଗୀକୁ କାଉନଶେଲିଂର ମଧ୍ୟ କରାଯାଇ ତାଙ୍କୁ ଠିକ କରିବା ପାଇଁ ଚେଷ୍ଟା କରାଯାଇଥାଏ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *