କାର୍ତ୍ତିକ ପୂର୍ଣ୍ଣିମା (ଡଙ୍ଗା ଭସା)ରେ ନିଶ୍ଚୟ କରନ୍ତୁ ଏହି 5 ଟି କାମ, ସବୁ ମନୋସ୍କାମନା ହେବ ପୂର୍ଣ୍ଣ (Kartika purnima Special)

ବନ୍ଧୁଗଣ, କାର୍ତ୍ତିକ ପୂର୍ଣ୍ଣିମାରେ ବନୁଅଛି ଏକ ବିଶେଷ ମହାସଂଯୋଗ । ଆପଣ ଏହି ପବିତ୍ର ଦିନରେ ଏହି ୫ ଟି କାମ କରିବାକୁ କେବେ ମଧ୍ୟ ଭୁଲନ୍ତୁ ନାହିଁ । ଆପଣଙ୍କର ପୂରଣ ହେବ ସମସ୍ତ ମନୋଷ୍କାମନା । ଶାସ୍ତ୍ର ମାନଙ୍କରେ କାର୍ତ୍ତିକ ପୂର୍ଣ୍ଣିମାର ବିଶେଷ ମହତ୍ଵ ରହିଅଛି । ଏହି ଦିନରେ ବିଶେଷ ରୂପରେ ପୂଜାର୍ଚ୍ଚନା କରି ସମସ୍ତ ଦେବାଦେବୀ ମାନଙ୍କୁ ଏକା ସହିତ ପ୍ରସନ୍ନ କରାଯାଇ ପାରେ । ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ୧୯ ନଭେମ୍ବର ଶୁକ୍ରବାର ଦିନ ପଡୁଅଛି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହିଦିନ ଏକ ବିଶେଷ ସମୃଦ୍ଧି ମହା ସଂଯୋଗ ବନୁଅଛି । ଆଜି ଆମ୍ଭେ ଆପଣ ମାନଙ୍କୁ କହିବାକୁ ଯାଉଅଛୁ ଯେ ଏହିଦିନ ରହିଥିବା ସମସ୍ତ ସମସ୍ୟା କୁ ଦୂର କରାଯାଇପାରିବ । ଏବଂ ସୁଖ ସମୃଦ୍ଧି ବୃଦ୍ଧି ପାଇବାରେ ଲାଗିବ । ୧- କାର୍ତ୍ତିକ ପୂର୍ଣ୍ଣିମା ରେ ସକାଳୁ ଉଠି ସ୍ନାନଦି ସାରି, ଭଗବାନ ଙ୍କ ନାମ ଉଚ୍ଚାରଣ କରି ମୁଖ୍ୟ ଦ୍ଵାର କୁ ତ୍ଵରଣ ଦ୍ଵାରା ସଜାନ୍ତୁ । ଘରର ମୁଖ୍ୟ ଦ୍ଵାରରେ ଶ୍ଵସ୍ତିକ ଚିହ୍ନ ଅବଶ୍ୟ ବନାନ୍ତୁ । କୁହାଯାଇଅଛି ଯେ ଏଭଳି କରିବା ଦ୍ଵାରା ମାତା ଲକ୍ଷ୍ମୀ ଙ୍କର ଆଗମନ ହୋଇଥାଏ ।

୨- ମନ୍ଦିର ଯାଇ ଦୀପ ଦାନ କରନ୍ତୁ । ଶାସ୍ତ୍ର ମାନଙ୍କରେ ଏଭଳି ମାନ୍ୟତା ରହିଅଛି ବହୁଥିବା ଜଳ, ନଦୀ ଅଥବା ପୋଖରୀ ଆଦି ରେ ଦୀପ ଦାନ କରିବା ଆବଶ୍ୟକ ହୋଇଥାଏ । ଯଦି ସମ୍ଭବ ତେବ ଆପଣ ଶିବ ମନ୍ଦିର ଯାଇ ଶୁଦ୍ଧ ଘୀଅ ର ଦୀପ ଅବଶ୍ୟ ଜଳାନ୍ତୁ ।

୩- ଏହିଦିନ ବନୁଥିବା ସମୃଦ୍ଧି ଯୋଗ ପାଇଁ ଆପଣ ଶିବ ମନ୍ଦିର କୁ ଯାଇ ଶିବ ଲିଙ୍ଗ ଉପରେ ଜଳଲାଗି କରନ୍ତୁ । ଏହା ସହିତ ଶିବ ମନ୍ତ୍ର ୧୦୮ ଥର ଜପ କରନ୍ତୁ । ଏହା ଆପଣଙ୍କ ପାଇଁ ବହୁତ ଶୁଭ ପ୍ରଭାବ ଆଣିଥାଏ । ଏପରି କରିବା ଦ୍ଵାରା ବ୍ୟକ୍ତି ଙ୍କୁ ପୂଜାର ଫଳ ପ୍ରାପ୍ତ ହୋଇଥାଏ ।

୪- କୌଣସି ଆବଶ୍ୟକ ଥିବା ବ୍ୟକ୍ତି ଙ୍କୁ ଚାଉଳ ଦାନ କରନ୍ତୁ । ଏହା ବହୁତ ଶୁଭ ହୋଇଥାଏ । ଚାଉଳ ର ସମ୍ବନ୍ଧ ଚନ୍ଦ୍ର ସହିତ ରହିଥାଏ ଏହିଦିନ ଚାଉଳ ଦାନ କରିବା ଦ୍ଵାରା ଚନ୍ଦ୍ର ଙ୍କର ଆଶୀର୍ବାଦ ମିଳିଥାଏ । ଶାସ୍ତ୍ର ଅନୁଯାୟୀ କାର୍ତ୍ତିକ ପୂର୍ଣ୍ଣିମା ଦିନ ଚନ୍ଦ୍ର ଙ୍କର ପୂଜା କରିବା ବହୁତ ଶୁଭ ବିଚାର କରାଯାଏ । ଚନ୍ଦ୍ର ଙ୍କୁ ଗଙ୍ଗାଜଳ ରେ ଅର୍ଘ୍ୟ ଦେଇ କ୍ଷୀରୀର ଭୋଗ ଲଗାନ୍ତୁ । ଏହିଭଳି ଭାବରେ ଚନ୍ଦ୍ର ର ପୂଜା କରିବା ଦ୍ଵାରା ବ୍ୟକ୍ତିଙ୍କ ଜୀବନରେ ସମସ୍ତ ବାଧା ବିଘ୍ନ ଦୂର ହୋଇଯାଇଥାଏ ।

୫- ତୁଳସୀ ପୂଜା କରନ୍ତୁ, ଶାସ୍ତ୍ରରେ ତୁଳସୀ ଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି ବିଚାର କରାଯାଇଅଛି । ଏଣୁ କାର୍ତ୍ତିକ ପୂର୍ଣ୍ଣିମାର ପବିତ୍ର ଦିନରେ ତୁଳସୀ ଗଛ ମୂଳରେ ଶୁଦ୍ଧ ଘୀଅ ର ଦୀପଟିଏ ଅବଶ୍ୟ ଜଳାନ୍ତୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *