Vastu Tips- କରଜ ସୁଝି ପାରୁ ନଥିଲେ କରନ୍ତୁ ଏହି ଉପାୟ

ବନ୍ଧୁଗଣ, ବର୍ତ୍ତମାନ ମହାମାରୀ କରୋନା ର ତାଣ୍ଡବ ଯୋଗୁଁ ଲୋକମାନେ କରଜ ରେ ବୁଡି ଗଲେଣି । ଏହିଭଳି ସ୍ଥିତି ରେ ବ୍ୟବସାୟ ତଥା ଚାକିରି ମଧ୍ୟ ନାହିଁ । ଅନେକ ବ୍ୟକ୍ତି ଙ୍କ ପାଖରେ ଚଳିବା ନିମନ୍ତେ ୧ ଟଙ୍କା ମଧ୍ୟ ନାହିଁ ।

ସେମାନେ କେଉଁଠାରୁ ଟଙ୍କା ଆଣି କରଜ ସୁଝିବେ ସାଧାରଣତ ଏହା ବର୍ତ୍ତମାନ ମୁଣ୍ଡ ବଥା ର କାରଣ ପାଲଟି ସାରିଛି । ଆଜି ଆମ୍ଭେ କରଜ ସୁଝିବାର ଉପାୟଟି କହିବାକୁ ଯାଉଅଛୁ । ଏହି ଉପାୟଟିକୁ ବିଶ୍ଵାସର ସହିତ କରନ୍ତୁ ।୧- ପ୍ରଥମେ ଆପଣ କିଛି ଘାଘରା ଲୁଣ ସଂଗ୍ରହ କରନ୍ତୁ । ଯେଉଁ ବ୍ୟକ୍ତି କରଜ କରିଛନ୍ତି ସେହି ବ୍ୟକ୍ତି ନିଜ ହାତରେ ମୁଠା ରେ ଏହି ଲୁଣ କୁ ଧରି ନିଜ ମୁଣ୍ଡର ବାମ ରୁ ଦକ୍ଷିଣ ତଥା ଦକ୍ଷିଣ ରୁ ବାମ ପାର୍ଶ୍ଵ କୁ ୭ ଥର ବୁଲାଇ ଦିଅନ୍ତୁ । ଏହାପରେ ଘର ବାହାରେ ଥିବା ମାଟି ଉପରେ ଏହି ଲୁଣ କୁ ପକାଇ ଦିଅନ୍ତୁ ।

୨- ଦ୍ଵିତୀୟ ରେ ଆପଣ କିଛି ଗୋଲାପ ଯାମୁନ ନିଅନ୍ତୁ ଏହାକୁ କିଛି ଦୃଷ୍ଟିହୀନ ଅନ୍ଧ ବ୍ୟକ୍ତି ଙ୍କୁ ଦାନ କରନ୍ତୁ । ଏହାକୁ କେବଳ ଶନିବାର ଦିନ ହିଁ କରନ୍ତୁ । ଆପଣ ୧୦ ଜଣ ବ୍ୟକ୍ତି ଙ୍କୁ ଦାନ କରିଲେ ଏହା ବହୁତ ଶୁଭ ହୋଇଥାଏ । ଏହାକୁ ଆପଣ ଗୋଟିଏ ଶନିବାର ଅଥବା ପ୍ରତି ଶନିବାର ଦିନ କରି ପାରିବେ ଏହା ଆପଣଙ୍କ ଇଛା ଉପରେ ନିର୍ଭର କରେ ।

୩- ଆପଣ ଏକ ମାଟି ର କଳସ ଘଡି ନିଅନ୍ତୁ । ଏହା ଲାଲୀ ରଙ୍ଗର ହେବା ଆବଶ୍ୟକ । ସେହି ଘଡି ରେ ଆପଣ ୧ ଟଙ୍କା ପକାଇ ଦିଅନ୍ତୁ । ଏହାପରେ ଆପଣଙ୍କ ଘରେ ଥିବା କୌଣସି ପଣି ତାହା ଟାଙ୍କି ପାଣି ହେଉ ଅଥବା ଅନ୍ୟ କୌଣସି କଳ ପାଣି ହେଉ ।

ଆପଣ ସେହି ଘଡା ଟିକୁ ଭର୍ତି କରି ଢାଙ୍କି ଦିଅନ୍ତୁ ଏବଂ ତାହାକୁ ଧରି ମନେ ମନେ କୁହନ୍ତୁ ଯେ ମୋର ସମସ୍ତ ଟଙ୍କା ଅଥବା କରଜ ସୁଝି ସାରିଛି । ଏହାପରେ ସେହି କଳସ କୁ ନେଇ ଅନ୍ୟ ଏକ ସୁନସାନ ଜାଗାରେ ରଖି ଦିଅନ୍ତୁ । ଏବଂ ପଛ ମୁହାଁ ହୋଇ ଆପଣ ସେଠାରୁ ଚାଲି ଆସନ୍ତୁ । ଧ୍ୟାନ ରଖିବେ ଯେ ଆପଣ ଆସୁଥିବା ସମୟରେ ମଝିରେ ଅନ୍ୟ ସହିତ ଯେପରି କଥା ନ ହୁଅନ୍ତି ।

ଆପଣ ଏହି କଳସ କୁ କୌଣସି ଗଛ ମୂଳରେ ମଧ୍ୟ ରଖି ପାରିବେ ମାତ୍ର ସେଠାରେ ଯେମିତି କେହି ଉପସ୍ଥିତ ନ ରୁହନ୍ତି । ଏ ସବୁ ଉପାୟ କୁ ଭଗବାନ ଙ୍କ ନାମ ନେଇ ଧର୍ଯ୍ୟ ର ସହିତ କରିବାକୁ ଚେଷ୍ଟା କରନ୍ତୁ । ଆପଣଙ୍କ କରଜ ନିଶ୍ଚିତ ସୁଝିବାର ବାଟ ଖୋଲି ଆସିବ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ନିଜର ମତାମତ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *