କାନ୍ଦିବା ବି ବହୁତ ଭଲ ହୋଇଥାଏ… କାନ୍ଦିଲେ ମିଳେ ଏହି ସବୁ ଫାଇଦା…Dr Samrat kar

ବନ୍ଧୁଗଣ ହସିବା ଏବଂ କାନ୍ଦିବା ଏହା ତ ମନୁଷ୍ୟ ଜୀବନର ଏକ ପାର୍ଟ କହିଲେ ଚଳେ । କାରଣ ଏମିତି କୌଣସି ବ୍ୟକ୍ତି ଏହି ସଂସାରରେ ନାହାନ୍ତି । ଯେ ଯେଉଁମାନେ ହସିନାହାନ୍ତି କି କାନ୍ଦିନାହାନ୍ତି । କାରଣ ହସଲୁହ ହିଁ ହେଉଛି ଆମ ଜୀବନ ପ୍ରକ୍ରିୟା । ମନୁଷ୍ୟ ହସିବାର ଲାଭ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆପଣ ଜାଣନ୍ତି କି କାନ୍ଦିବାର ଅନେକ ଲାଭ ମଧ୍ୟ ରହିଛି । ବନ୍ଧୁଗଣ ହସିବା ଭଳି କାନ୍ଦିବା ମଧ୍ୟ ମଣିଷ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ଏହା କେବଳ ତାଙ୍କ ମନକୁ ହାଲୁକା କରେ ନାହିଁ ବରଂ ଶରୀରକୁ ଏହାର ଲାଭ ମଧ୍ୟ ଦେଇଥାଏ । ତେଣୁ ଆସନ୍ତୁ ଜାଣିବା କାନ୍ଦିବା ଦ୍ୱାରା ଜଣେ ବ୍ୟକ୍ତି କ’ଣ କ’ଣ ସବୁ ଫାଇଦା ପାଇଥାଏ।

ତେବେ ଯେତେବେଳେ ଜଣେ ବ୍ୟକ୍ତି ଚାପଗସ୍ତ ଥାଆନ୍ତି, ତାଙ୍କ ଶରୀରରେ ଅନେକ ବିଷାକ୍ତ ପଦାର୍ଥ ସୃଷ୍ଟି ହୁଏ । ଯଦି ଏହି ବିଷାକ୍ତ ପଦାର୍ଥ ଶରୀରରୁ ବାହାରି ନଥାଏ ତେବେ ଏହା ଶରୀରକୁ କ୍ଷତି ପହଞ୍ଚାଇପାରେ । କାନ୍ଦିବା ଦ୍ୱାରା ଶରୀରରୁ ଏହି ବିଷାକ୍ତ ପଦାର୍ଥ ଧୀରେ ଧୀରେ ନିର୍ଗତ ହୁଏ ଏବଂ ମଣିଷର ଚାପ ମଧ୍ୟ କମିଯାଏ । ତେବେ ଏକ ରିସର୍ଚରୁ ଜଣାପଡିଛି ଯେ କାନ୍ଦିବା ପରେ ନିଦ୍ରା ଭଲ ହୁଏ ।

ବାସ୍ତବରେ କାନ୍ଦିବା ଦ୍ୱାରା ବ୍ୟକ୍ତି ମନ ଶାନ୍ତ ହୋଇଥାଏ ଏବଂ ସେ ସେହି ବ୍ୟକ୍ତିଙ୍କୁ ଭଲ ନିଦ ହୋଇଥାଏ । ବିଶେଷ କରି ପିଲା ମାନଙ୍କଠାରେ ଏହି ଲକ୍ଷଣ ଦେଖାଯାଏ ଯେ, ସେମାନେ ଜୋରସୋରରେ କାନ୍ଦିବା ପରେ ଶୋଇପଡ଼ନ୍ତି ।

ତେବେ ଯେତେବେଳେ ବି ଜଣେ ବ୍ୟକ୍ତି ଚାପଗ୍ରସ୍ତ ହୁଏ, ସେ ବହୁତ ଭାରି ଅନୁଭବ କରନ୍ତି । ଯଦି ଜଣେ ବ୍ୟକ୍ତି ଏହି ପରିସ୍ଥିତିରେ କାନ୍ଦନ୍ତି, ତେବେ ବ୍ୟକ୍ତି ହାଲୁକା ଅନୁଭବ କରନ୍ତି ଏବଂ ତାଙ୍କର ଚାପ ମଧ୍ୟ ଶେଷ ହୁଏ । ଏହା ସହିତ ଏହା ଆପଣଙ୍କ ଶରୀରରେ ଅକ୍ସିଟୋସିନ୍ ଏବଂ ଏଣ୍ଡୋରଫିନ୍ ନାମକ ଏକ ରାସାୟନିକ ପଦାର୍ଥ ମଧ୍ୟ ଛାଡିଥାଏ, ଯାହା ମଣିଷର ମନୋବଳକୁ ଉନ୍ନତ କରିଥାଏ ।

ପ୍ରଦୂଷଣ ବୃଦ୍ଧି ଏବଂ ଟେକ୍ନୋଲୋଜିର ବ୍ୟବହାର ମଧ୍ୟ ଆମ ଆଖି ଉପରେ ପ୍ରଭାବ ପକାଉଛି। ଏପରି ପରିସ୍ଥିତିରେ ଯଦି ଜଣେ ବ୍ୟକ୍ତି କାନ୍ଦନ୍ତି, ତେବେ ପ୍ରଦୂଷଣର ପ୍ରଭାବ ତାଙ୍କ ଆଖିରୁ ବାହାରିଯାଏ ଏବଂ ଆଖି ସ୍ପଷ୍ଟ ହୋଇଯାଏ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *