କଞ୍ଚା ରସୁଣ ଖାଉଥିଲେ ନିଶ୍ଚୟ ଜାଣି ରଖନ୍ତୁ ଏହି କଥା ! (Health Tips)

ବନ୍ଧୁଗଣ,ଆଜି ଆମେ ଜାଣିବା ଆମ ଘରେ ଥିବା ଏକ ଏପରି ଜିନିଷ ବିଷୟରେ ଯାହା ଆମକୁ ଅନେକ ରୋଗ ଦାଉରୁ ସୁରକ୍ଷା ପ୍ରଦାନ କରିବ, ଏହା ସହ ଆମକୁ ଅନେକ ଭାଇରସରୁ ମଧ୍ୟ ସୁରକ୍ଷା ଦେବ । ଏବଂ ଆମର ରୋଗ ପ୍ରତିରୋଧକ ଶକ୍ତି ବଢାଇବ ଏହା ଆମ ରୋଷେଇ ଘରେ ଅତି ସହଜରେ ମିଳିଥାଏ । ଆମେ କଥା ହେଉଛୁ ରସୁଣ ବିଷୟରେ,ଏହା ସମ୍ବନ୍ଧରେ ଆୟୁର୍ବେଦିକ ବହି ଅଷ୍ଟାଙ୍ଗ ହୃଦୟମ ରେ ଲେଖା ହୋଇଛି । ତେବେ ଆସନ୍ତୁ ଏହା ବିଷୟରେ ଅଧିକ ଜାଣିବା ।

ରସୁଣ ଆମର ବାତ ଏବଂ କଫ ଦୋଷ ଦୂର କରିଥାଏ, କେଶ ଝଡିବା, ଉଚ୍ଚ ରକ୍ତ ଚାପ ଭଳି ସମସ୍ୟା ଦୂର କରିଥାଏ । ସବୁଦିନ ରାତିରେ ଶୋଇବା ବେଳେ ରସୁଣ ଖାଇ ଉଷୁମ ପାଣି ପିଇଲେ କଫର ସମସ୍ୟା ଦୂର ହୋଇଥାଏ । କଞ୍ଚା ରସୁଣ ଖାଇଲେ ଗ୍ୟାସର ସମସ୍ୟା ମଧ୍ୟ ଦୂର ହୋଇଥାଏ । ଶରୀରରେ ହେଉଥିବା ବିଭିନ୍ନ ଅଙ୍ଗର ପୀଡା ଦୂର ହୋଇଥାଏ । ରସୁଣକୁ ରାତିରେ ଶୋଇବା ପୂର୍ବରୁ ଖାଇଲେ ହାର୍ଟ ଆଟାକ କେବେ ବି ହୋଇ ନଥାଏ ।

କାରଣ ଏଥିରେ ସଲଫାଇଡ ଓ ସଲଫୁରିକ ଏସିଡ ଭଳି ପଦାର୍ଥ ରହିଥାଏ । ଯାହା ଆମର ରକ୍ତକୁ ପତଳା କରିବାରେ ସହାୟକ ହୋଇଥାଏ । ରସୁଣ କୁ ସବୁବେଳେ ଆମେ କଞ୍ଚା ଖାଇବା ଉଚିତ୍ । କେବେ ବି ଏହାକୁ ସିଝାଇ ଖାଇବା ଠିକ ନୁହେଁ, ଏହା କରିବା ଦ୍ୱାରା ଏହାର ପୋଷକ ପଦାର୍ଥ ନଷ୍ଟ ହୋଇଥାଏ । ଯେମିତି ଉଇ କାଠକୁ ଧୀରେ ଧୀରେ ଖାଇ ନଷ୍ଟ କରିଦିଏ, ସେମିତି ରୋଗ ମଧ୍ୟ ମଣିଷ ଶରୀରକୁ ନଷ୍ଟ କରିଥାଏ ।

ସେଥିପାଇଁ ସଠିକ୍ ସମୟରେ ଆମେ ଏହାର ଉପଚାର କରିବା ଆବଶ୍ୟକ । ନହେଲେ ଏହା ଆମକୁ ନଷ୍ଟ କରିଦେବ । ହାଇ ବ୍ଲଡପ୍ରେସରର ସମସ୍ୟା ସମାଧାନ କରିବା ପାଇଁ ଆମେ ପ୍ରଥମେ ସକାଳୁ ଉଠି ପୁରା ପେଟ ପାଣି ପିଇବା ଉଚିତ୍ । ଏହା କଲେ ହାଇ ବ୍ଲଡ ପ୍ରେସର୍ ର ସମସ୍ୟା ଦୂର ହୋଇଥାଏ । କେବଳ ତିନି ମାସ ମଧ୍ୟରେ ଏହା ସମାଧାନ ହୋଇପାରିବ । ରାତିରେ ଶୋଇବା ପୁର୍ବରୁ ଗୋଟିଏ ରସୁଣ କୋଲ ଏକ ମାସ ପର୍ଯ୍ୟନ୍ତ ସବୁଦିନ ସେବନ କଲେ ମଧ୍ୟ ଏହି ସମସ୍ୟା ଦୂର ହୋଇଥାଏ ।

କିନ୍ତୁ ଏହି ଦୁଇଟି ଜିନିଷ ଏକା ସହ କଲେ ହାଇ ବ୍ଲଡ ପ୍ରେସର୍ ସମସ୍ୟା ମାତ୍ର କୋଡ଼ିଏ ରୁ ପଚିଶି ଦିନ ଭିତରେ ସମାଧାନ ହୋଇପାରିବ । ରସୁଣ ବ୍ୟବହାରରେ ଆମେ କ୍ୟାନ୍ସର ଭଳି ଜଟିଳ ରୋଗକୁ ମଧ୍ୟ ଭଲ କରି ପାରିବା । ଆମେ ଏହା ଭଲ ଭାବେ ଜାଣିଛୁ ଯେ କ୍ୟାନ୍ସର ରୋଗ ଏକ ଭୟଙ୍କର ରୋଗ ଅଟେ । ଏହାର ନାମ ଶୁଣିବା ମାତ୍ରେ ଆମେ ଭୟରେ ଥରିଥାଉ । ମାତ୍ର ଥରେ ହେଲା ପରେ ଏହା ଠିକ ହେବ କି ନାହିଁ ଏହା କହିବା ଅସମ୍ଭବ ଅଟେ ।

ସେଥିପାଇଁ ଆମେ ରସୁଣ ଖାଇବାର ଅଭ୍ୟାସ ରଖିଲେ ଆମେ କ୍ୟାନ୍ସର ଭଳି ରୋଗଠୁ ଦୂରେଇ ରହିବାର ଯଥେଷ୍ଟ ସମ୍ଭାବନା ରହିବ । ରସୁଣ ଖାଇଲେ ଏହା କ୍ୟାନ୍ସର ସେଲକୁ ବଢିବାରୁ ରୋକିଥାଏ । ଏହିପରି ଭାବେ ଆମେ ରସୁଣ ସେବନ ଦ୍ୱାରା ଅନେକ ରୋଗ ଦାଉରୁ ରକ୍ଷା ପାଇଁ ପାରିବା । ସେଥିପାଇଁ ଆମେ ସବୁବେଳେ ଆୟୁର୍ବେଦିକ ଔଷଧର ବ୍ୟବହାର କରିବା ଉଚିତ୍ । ଆଜିକାଲିର  ଆଧୁନିକ ସମୟରେ ଆମେ ମେଡିକାଲ ବିଜ୍ଞାନକୁ ବୁଝିବା କଠିନ ହୋଇଥିବା ବେଳେ ଆୟୁର୍ବେଦକୁ ବୁଝିବା ଅତି ସହଜ ଅଟେ । ଆମକୁ କିଛି ରୋଗ ହେଲେ ଆମେ ସବୁବେଳେ ଡାକ୍ତର ପାଖକୁ ନ ଯାଇ ଘରେ ଥିବା ଜିନିଷ ବ୍ୟବହାରରେ କିପରି ଠିକ୍ ହୋଇପାରିବା ଏହା ଆମକୁ ଆୟୁର୍ବେଦ ଶିଖାଇଥାଏ ।

ଉଦାହରଣ ସ୍ଵରୁପ ଆମକୁ ଡାଇବେଟିସ ହୋଇଥିଲେ ଆମେ ଘରେ ଥିବା ମେଥି ଦାନାର ପାଣିକୁ ଲଗାତାର ଭାବେ ତିନି ମାସ ସକାଳେ ପିଇଲେ ଡାଇବେଟିସ ଦୂର ହୋଇଥାଏ । ଏହାକୁ ଅଙ୍କୁରିତ କରି ଖାଇଲେ ମଧ୍ୟ ଏହା ଲାଭ ଦାୟକ ସାବ୍ୟସ୍ତ ହେବ । ଆମ ଚେହେରାରେ ହେଉଥିବା ବ୍ରଣର ସମାଧାନ ପାଇଁ ଆମେ ହଳଦୀ କ୍ଷୀର ପିଇଲେ ଏବଂ ତ୍ଵଚାରେ ହଳଦୀ ଲଗାଇଲେ ମଧ୍ୟ ବ୍ରଣର ସମସ୍ୟା ହୋଇନଥାଏ । ଏହାଛଡା ଆମର ହେଉଥିବା ପ୍ରତେକ ସମସ୍ୟାର ସମାଧାନ ପାଇଁ ଆମେ ରୋଷେଇ ଘରେ ବ୍ୟବହାର ହେଉଥିବା ଜିନିଷ ଠିକ ଭାବେ ବ୍ୟବହାର କରି ଆମେ କୌଣସି ରୋଗର ଉପଚାର କରି ପାରିବା । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *