କଣ ପାଇଁ କୃଷ୍ଣ ରାଦ୍ଧାଙ୍କୁ କରି ନଥିଲେ ବିବାହ ? ବହୁତ କମ ଲୋକ ହିଁ ଜାଣନ୍ତି ଏହି କଥା !

ନମସ୍କାର ବନ୍ଧୁଗଣ ଯେତେ ଯେବେ ଶ୍ରୀକୃଷ୍ଣଙ୍କ ନାମ ନିଆଯାଏ କେବେ ଏମିତି ହୋଇ ନାହିଁ କି ରାଧା ଙ୍କ ନାମ ତାଙ୍କ ସହିତ ନିଆ ଯାଇନାହିଁ । ଭକ୍ତ ମାନେ ରାଧେକୃଷ୍ଣ ବୋଲି ଡାକନ୍ତି । କାରଣ ଏହି ଦୁଇନାମ କିମ୍ବା ଦୁଇ ଶବ୍ଦ କେବଳ ପରସ୍ପରଙ୍କ ପାଇଁ ହିଁ ନିର୍ମିତ ଏବଂ ତାଙ୍କୁ କେହି ବି ଅଲଗା କରି ପାରିବ ନାହିଁ । କିନ୍ତୁ ଏମିତି କଣ ହୋଇଥିଲା କି ଶ୍ରୀକୃଷ୍ଣ ରାଧାଙ୍କୁ ଛାଡ଼ି ଯିବାକୁ ପଡ଼ିଥିଲା । ତେବେ ଆସନ୍ତୁ ସେହି ବିଷୟରେ ଜାଣିନେବା ।

ରାଧାଙ୍କ ଠାରୁ କୃଷ୍ଣ ଙ୍କୁ କେହି ବି ଅଲଗା କରି ପାରିବ ନାହିଁ କିନ୍ତୁ ପରିସ୍ଥିତି ଏବଂ ସମୟ ଏମାନଙ୍କୁ ମଧ୍ୟ ଛାଡି ନାହିଁ । ସମସ୍ତେ ଜାଣନ୍ତି କି କୃଷ୍ଣ ଙ୍କ ବାଲ୍ୟକାଳ ବୃନ୍ଦାବନ ରେ ବିତିଥିଲା ସେଠାରେ ସେ ନିଜର ନୃତ୍ୟ,ବଦମାସି, ଏବଂ ବଇଁଶୀ ର ସ୍ୱର ରେ ସମସ୍ତ ଙ୍କ ହୃଦୟ କୁ ମୋହିତ କରିଦେଇଥିଲେ ଏବଂ ସବୁଠାରୁ ଅଧିକ ପାଗଳ ଥିଲେ ରାଧା ରାଣୀ । ରାଧା କୃଷ୍ଣ ଙ୍କ ଠାରୁ ବୟସ ରେ ୫ ବର୍ଷ ବଡ଼ ଥିଲେ । କିନ୍ତୁ ଏହି କଥା ର କୌଣସି ବି ପ୍ରଭାବ ଦୁଇ ଜଣଙ୍କ ଉପରେ ପଡି ନଥିଲା ।

ରାଧା ବୃନ୍ଦାବନ ପାଖରେ ଥିବା ରେପଲୀ ଗ୍ରାମ ରେ ବାସ କରୁଥିଲେ କିନ୍ତୁ ଶ୍ରୀକୃଷ୍ଣ ଙ୍କ ବଇଁଶୀ ର ସ୍ୱର ରେ ସେ ବୃନ୍ଦାବନ କୁ ଟାଣି ହୋଇ ଆସିଥିଲେ । ତେବେ କୃଷ୍ଣ ଙ୍କ ଜୀଵନ ମଧ୍ୟ ସହଜ ନଥିଲା ଧୀରେ ଧୀରେ ସେହି ସମୟ ନିକଟ ଆସୁଥିଲା ଯେତେବେଳେ ଶ୍ରୀକୃଷ୍ଣ ଙ୍କୁ ବୃନ୍ଦାବନ ଛାଡି ମଥୁରା ଯିବାର ଥିଲା । ଶ୍ରୀକୃଷ୍ଣ ଙ୍କ ମାମୁଁ କଂସ ଙ୍କ ଅତ୍ୟାଚାର ବହୁତ ବଢି ଚାଲିଥିଲା ଏବଂ ତାଙ୍କର ଅନ୍ତ ପାଇଁ ଶ୍ରୀକୃଷ୍ଣ ଙ୍କୁ ମଥୁରା ଯିବାକୁ ପଡିବ ।


ତେବେ ଦିନେ ମଥୁରା ରାଜା କଂସ ଶ୍ରୀ କୃଷ୍ଣ ତଥା ତାଙ୍କ ବଡ଼ ଭାଇ ବଳରାମ ଙ୍କୁ ନିମନ୍ତ୍ରଣ ଦେଇଥିଲେ ତେବେ ଏହି ଖବର ଶୁଣି ଗୋପ ପୁର ଲୋକଙ୍କ ମନରେ ଡର ଆସିବା ସହ ଏକ ପ୍ରକାରର ଶୋକ ଛାୟା ଖେଳି ଗଲା । ଯେବେ କୃଷ୍ଣ ମଥୁରା ଯିବାକୁ ବାହାରିଲେ ସେତେବେଳେ ସେ ଶେଷ ଥର ରାଧାକୁ ଦେଖାକରିବା ପାଇଁ ଯାଇଥିଲେ କିନ୍ତୁ ଦୁଇ ଜଣଙ୍କ ଭିତରେ କିଛି କଥା ହୋଇ ନଥିଲା କାରଣ ଦୁହେଁ କେବଳ ଆଖିରେ ହିଁ ପଢି ପାରୁ ନଥିଲେ ।

ତେବେ କୃଷ୍ଣ ଙ୍କ ଯିବା ପରେ ବୃନ୍ଦାବନ ବହୁତ ଖାଲି ହୋଇଗଲା ସମସ୍ତେ ଦୁଃଖୀ ଥିଲେ କିନ୍ତୁ ରାଧା ସବୁବେଳେ କୃଷ୍ଣ ଙ୍କ କଥା ଭାବି ଭାବି ହିଁ ରହୁଥିଲେ । ତେବେ ରାଧା ଙ୍କ ବିବାହ ମଧ୍ୟ ହୋଇଗଲା ଏବଂ ସେ ନିଜ ସ୍ୱାମୀ ସନ୍ତାନ ସଂସାର ରେ ବାନ୍ଧି ହୋଇଗଲେ କିନ୍ତୁ ଯେତେବେଳେ ସେ ବୃଦ୍ଧାଵସ୍ଥା ରେ ପହଁଚି ଗଲେ ସେତେବେଳେ ସେ ଦ୍ଵାରିକା ପହଁଚି କୃଷ୍ଣ ଙ୍କ ଘରେ ଦାସୀ ହୋଇ ରହିଲେ ଏବଂ କିଛି ଦିନ ରହିବା ପରେ ସେ ହଠାତ ସେଠାରୁ ବାହାରିକି କେଉଁ ଆଡେ ପଳେଇଲେ ।


ତେବେ କିଛି ସମୟ ପରେ ତାଙ୍କ ମନରେ କୃଷ୍ଣ ଙ୍କୁ ଦେଖିବାର ଇଚ୍ଛା ଆସିବା ମାତ୍ରେ ହିଁ କୃଷ୍ଣ ସେଠାରେ ପ୍ରକଟ ହୋଇଗଲେ । କିନ୍ତୁ ସେତେବେଳେ ରାଧାଙ୍କ ର ଶେଷ ସମୟ ଆସି ଯାଇଥିଲା ଏବଂ କୃଷ୍ଣ ତାଙ୍କୁ କିଛି ମାଗିବା ପାଇଁ କହିଲେ ତେବେ ରାଧା ଙ୍କ ଶେଷ ଇଚ୍ଛା ଥିଲା କି କୃଷ୍ଣ ଙ୍କ ବଇଁଶୀ ଶୁଣିବାର ତେବେ କୃଷ୍ଣ ସଙ୍ଗେ ସଙ୍ଗେ ବଇଁଶୀ ବଜେଇଲେ ଏବଂ ରାଧା ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଲେ ।


ଏହା ପର ଠାରୁ କୃଷ୍ଣ କେବେ ବି ବଇଁଶୀ ବଜେଇ ନଥିଲେ । । ତେବେ ରାଧା କୃଷ୍ଣ ଶାରୀରିକ ଭାବେ ଅଲଗା ହୋଇଥିଲେ କିନ୍ତୁ ମନ ରୁ କେବେବି ଅଲଗା ହୋଇ ପାରି ନାହାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *