କ’ ଣ ଖାଇଲେ ରହିବେ ସୁସ୍ଥ ? ଡାଏଟିସିଆନଙ୍କ ମନ୍ତ୍ର (Niharika Dash)

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଣେ ମନୁଷ୍ୟ ଖାଦ୍ୟ ନଖାଇ ବଞ୍ଚିପାରିବ ନାହିଁ । କାରଣ ଆମ ଶରୀର ପାଇଁ ନିହାତି ଭାବରେ ଖାଦ୍ୟ  ଆବଶ୍ୟକ ହୋଇଥାଏ । ତେଣୁ କେବଳ ଖାଦ୍ୟ ଖାଇବା ନୁହେଁ । ପ୍ରତ୍ଯେକ ମଣିଷକୁ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ । ଯାହା ଦ୍ଵାରା ତାର ପେଟ ପୂରିବା ସହ ସ୍ଵାସ୍ଥ ଅବସ୍ତା ମଧ୍ୟ ଭଲ ରହିଥାଏ । ଲୋକ ମାନେ ନିଜର ବ୍ୟସ୍ତ ବହୁଳ ସମୟ ମଧ୍ୟରେ ଖାଦ୍ୟ ପ୍ରତି ଅଧିକ ମାତ୍ରାରେ ଗୁରୁତ୍ଵ ଦେଉନାହାନ୍ତି ।

ଭୋକ ଲାଗିବା ମାତ୍ରେ ଖାଉଛନ୍ତି କିନ୍ତୁ ପ୍ରାୟତଃ ମାତ୍ରାରେ ହେଲଦି ଖାଦ୍ୟର ସେବନ ନକରି ବାହାର ତେଲଭାଜୀ ଖାଦ୍ୟ ଅଧିକ ପରିମାଣରେ ଖାଉଛନ୍ତି । ଯେଉଁ କାରଣରୁ ପାଇଁ ଅଳ୍ପ ବୟସରୁ ସ୍ଵାସ୍ଥ ସମ୍ବଦ୍ଧୀୟ ଅନେକ ସମସ୍ଯାର ସମ୍ମୁଖୀନ ହେବା ପାଇଁ ପଡୁଛି । ଶରୀର ପାଇଁ ଯେତେ ମାତ୍ରାରେ ଯେଉଁ ସବୁ ପୋଷକଯୁକ୍ତ ଖାଦ୍ୟର ଆବଶ୍ୟକତା ରହିଛି । ଯଦି ସବୁ ଖାଦ୍ୟକୁ ସନ୍ତୁଳିତ କରି ଖାଇଥାଉ ।

ତେବେ ତାହାକୁ ଆମେ ବାଲାନ୍ସ ଡାଏଟ୍ କହିଥାଉ । ବହୁତ ଲୋକ ନିଜ କାମର ବ୍ୟସ୍ତତା ଯୋଗୁ ଖାଦ୍ୟ ସ୍କିପ କରିଦେଇଥାନ୍ତି । ଯେତେବେଳେ ଖାଇବା ପାଇଁ ସମୟ ମିଳିଥାଏ । ଅଧିକ ଖାଇଦେଇଥାନ୍ତି । ଏହା ଖାଇବାର ଠିକ ପ୍ରୋସେଜିଅର ହୋଇନଥାଏ । ଏହା ଦ୍ଵାରା ସ୍ଵାସ୍ଥ ଅବସ୍ତା ବିଗିଡି ଯାଇଥାଏ । ସେଥିପାଇଁ ନିଜ ଖାଦ୍ୟ ରୁଟିନକୁ ଠିକ କରିବା ଉଚିତ ।

ସକାଳ ବ୍ରେକ ଫାଷ୍ଟ, ଖରା ବେଳର ଲଞ୍ଚ ଓ ରାତିର ଡିନର ସଠିକ ସମୟରେ କରୁଥିବା ବ୍ୟକ୍ତି ଶରୀରର ସ୍ଵାସ୍ଥ ସମସ୍ଯାରୁ ନିଜକୁ ବହୁ ମାତ୍ରାରେ ଦୂରେଇ ରଖିଥାଏ । ବ୍ରେକଫାଷ୍ଟରେ ସୁଷମ ଖାଦ୍ୟ ଯଥା ସ୍ଯାଲାଡ, ରୁଟି, ବ୍ରେଡ, ଇଟିଲି ଖାଇପାରିବେ । ତେଲଭଜୀ ଓ ମଇଦା ଖାଦ୍ୟକୁ ଖାଇବାରୁ ଇଗନୋର କରିବେ ।

ବିଭିନ୍ନ ପ୍ରକାର ଫଳ, ପରିବାରୁ ପ୍ରସ୍ତୁତ ଫୁଡ୍, ମାଛ, ମାଂସ, ଅଣ୍ଡା ଓ କ୍ଷୀର ଏହି ସବୁ ଖାଦ୍ୟର ପରିମାଣକୁ ସଠିକ କରି ନିହାତି ଖାଇବା ଉଚିତ । ପାକେଟ ଯୁକ୍ତ ଖାଦ୍ୟ, ବାହାରର ଫାଷ୍ଟଫୁଡ ଓ ବାସି ଖାଦ୍ୟ ଏଥିରୁ ନିଜକୁ ନିବୃତ୍ତ ରଖନ୍ତୁ । ବ୍ରେକଫାଷ୍ଟରୁ ଲଞ୍ଚ, ଲଞ୍ଚରୁ ଡିନର ଏହି ସବୁ ସମୟ ଅବଧି ମଧ୍ୟରେ ବେଶୀ ସମୟ ପେଟକୁ ଫାଙ୍କା ରଖିବା ଉଚିତ ନୁହେଁ ।

କାରଣ ପେଟ ବହୁତ ସମୟ ଫାଙ୍କା ରହିବା ଦ୍ଵାରା ପେଟରେ ଗ୍ଯାସ ସୃଷ୍ଟି ହୋଇଥାଏ । ଯାହାକୁ ଆମେ ଗଷ୍ଟ୍ରିକ ସମସ୍ଯା ବୋଲି କହିଥାଉ । ରାତି ସମୟରେ ବା ଡିନରରେ ଅଳ୍ପ ଖାଇବା ଉଚିତ । ଯେତେ ପରିମାନେ ଲାଇଟ୍ ଖାଦ୍ୟ ଖାଇପାରିବେ । ଖାଦ୍ୟ ଖାଇବା ସହ ପ୍ରଚୁର ପରିମାଣରେ ପାଣି ପିଇବା ମଧ୍ୟ ଉଚିତ । ଯାହା ଦ୍ଵାରା ଶରୀରରେ ରୋଗ ବେମାରୀ ହେବାର ସମ୍ଭାବନା ନଥିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *