ମସ୍ତିଷ୍କକୁ ତେଜ କପରି କରିବେ ? ଜାଣନ୍ତୁ କଣ ଖାଇଲେ କମ୍ପ୍ୟୁଟର ଠାରୁ ବି ତେଜ ଚାଲିବ ଦିମାଗ…

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମ ଶରୀରର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ଅଙ୍ଗ ହେଉଛି ମସ୍ତିସ୍କ । ଯେମିତି ଘର ପରିବାରର ସମସ୍ତ ସଦସ୍ୟଙ୍କର ମୁଖ୍ୟ ବାପାଙ୍କୁ କୁହାଯାଏ । ସେହି ପରି ଆମ ଶରୀରର ସମସ୍ତ ସ୍ନାୟୁ ସଂଯୋଗ ଆମର ମସ୍ତିସ୍କଠାରେ ହିଁ ହୋଇଥାଏ । ଆମ ଶରୀରରେ ଥିବା ଊର୍ଜାର ୨୦ ପ୍ରତିଶତ ଊର୍ଜା ବ୍ରେନ ବ୍ୟବହାର କରିଥାଏ । ଆମର ଦେଖିବା, ଶୁଣିବା, ଭାବିବା, ନିଶ୍ଵାସ ନେବା ଆଦି ପାଇଁ ଅନେକ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକାର ଅଙ୍ଗ ରହିଛି କିନ୍ତୁ ଆମର ମସ୍ତିସ୍କରେ ଏହି ସମସ୍ତ ଅଙ୍ଗ ସହିତ ସ୍ନାୟୁ ସଂଯୋଗ ରହିଛି ।

ଜଣେ ବ୍ୟକ୍ତିର ମସ୍ତିଷ୍କ ଶରୀରର ସମସ୍ତ ଅଙ୍ଗର କାର୍ଯ୍ୟ ଭୂମିକାରେ ଅଗ୍ରଣୀ ସ୍ଥାନ ନେଇଥାଏ । ଏହି ମସ୍ତିସ୍କର ଯତ୍ନ ଭଲ ଭାବରେ ନେବାକୁ ହେଇଥାଏ । ଆପଣ ଆପଣଙ୍କ ମସ୍ତିସ୍କକୁ ଯେତେ ଷ୍ଟ୍ରଙ୍ଗ ବନାଇବେ । ଆପଣଙ୍କର ଦିମାକ ସେତେ ହିଁ ଶୀଘ୍ର କାମ କରିବ । ନଚେତ ଆପଣଙ୍କର ମୁଣ୍ଡ କୌଣସି କାମ ଠିକରେ କରିପାରିବ ନାହିଁ । ତାହେଲେ ବ୍ରେନ ଅର୍ଥାତ ମସ୍ତିସ୍କକୁ ଆପଣ କିପରି ଶକ୍ତିଶାଳୀ କରାଇବେ ।

ଆପଣ ଯଦି ବ୍ରେନ ପାଇଁ ପୁଷ୍ଟିକର ଖାଦ୍ୟ ଖାଇବେ ତାହେଲେ ନିଶ୍ଚୟ ଆପଣଙ୍କର ବ୍ରେନ ସୁପର ବ୍ରେନ ହୋଇଯିବ । ଯଦି ଆପଣ ବାଦାମ ଖାଇବା ଆରମ୍ଭ କରିବେ ତାହେଲେ ବ୍ରେନ ବହୁତ ଷ୍ଟ୍ରଙ୍ଗ ହେବ । ଆପଣ ଜାଣିଥିବେ ପରୀକ୍ଷା ପାଖେଇ ଆସିଲେ ମା ମାନେ ପିଲାମାନଙ୍କୁ ଆଲମଣ୍ଡ ଓ ଅକ୍ରୋଟ ଖାଇବା ପାଇଁ ଦେଇଥାନ୍ତି । କାରଣ ଏହା ଦ୍ଵାରା ପିଲାମାନକର ଦିମାକ ବହୁତ ଶୀଘ୍ର ଚାଲିବା ଆରମ୍ଭ କରିଦିଏ ଓ ସ୍ମରଣ ଶକ୍ତି ଭଲ ରୁହେ ।

ଏମିତି ୩ଟି ସୁପର ଫୁଡ୍ ଅଛି । ଯାହାକୁ ଖାଇଲେ ଆପଣଙ୍କର ବ୍ରେନ ଷ୍ଟ୍ରଙ୍ଗ ହେବା ସଙ୍ଗେ ସଙ୍ଗେ ବହୁତ ଶୀଘ୍ର କାମ କରେ । ପ୍ରଥମେ ହେଉଛି ବ୍ଲୁ ବେରୀ । କୋଳିରେ ଫ୍ଲେବନୋଇଜ ନାମକ ଏକ ପ୍ରକାର କେମିକାଳ ଥାଏ । ଏହି କୋଳି ଖାଇବା ଦ୍ଵାରା ଆପଣଙ୍କ ମୁଣ୍ଡ ତେଜ୍ କାମ କରିଥାଏ । ଏହି ବ୍ଲୁ ବେରିକୁ ଆପଣ ଜୁସ କରି ପିଅନ୍ତୁ । ଦିତୀୟରେ ସବୁଜ ପନିପରିବା ଓ ଶାଗ ଖାଆନ୍ତୁ ।

ଯେତେ ପରିମାଣରେ ସାଲଡ ଖାଇବେ । ସେତେ ଆପଣ ମୁଣ୍ଡର ସଠିକ ଭାବରେ ବ୍ୟବହାର କରିପାରିବେ । ତୃତୀୟରେ ଡାର୍କ ଚକୋଲେଟ ଖାଆନ୍ତୁ । କାରଣ ଡାର୍କ ଚକୋଲେଟରେ ମଧ୍ୟ ଫ୍ଲେବନୋଇଜ ଥାଏ । ଯାହା ଆପଣଙ୍କ ମସ୍ତିସ୍କରେ ରକ୍ତ ସଂଚାଳନ ଠିକ ଭାବରେ କରିଥାଏ । ଏହା ଦ୍ଵାରା ଆପଣଙ୍କ ମୁଡ୍ ଭଲ ରହିବା ସଙ୍ଗେ ସଙ୍ଗେ ସ୍ମରଣ ଶକ୍ତି ପ୍ରଖର ହୋଇଥାଏ । ଆପଣଙ୍କୁ ଏହି ଖାଦ୍ୟର ଉପକାରୀତା ସେତେବେଳେ ମିଳିବ ।

ଯେତେବେଳେ ଆପଣ ଏହି ପୁଷ୍ଟିକର ଖାଦ୍ୟର ନିୟମିତ ଭାବରେ ସେବନ କରିବେ । ଏହାଛଡା ମିଠା ଓ ତେଲ ଜାତୀୟ ଖାଦ୍ୟ ଅଳ୍ପ ପରିମାଣରେ ଖାଆନ୍ତୁ । କାରଣ ଏସବୁ ଖାଦ୍ୟର ଅଧିକ ସେବନ ଦ୍ଵାରା ମସ୍ତିସ୍କ ଦୁର୍ବଳ ହୋଇଯାଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ ।

ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଲେ ଗୋଟେ ଲାଇକ କରିଦିଅନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *