କ’ଣ ଆପଣ ବି ତଳେ ବସି ଭୋଜନ କରୁଛନ୍ତି ? ଭୋଜନ କରିବାର ଠିକ ନିୟମ ଜାଣି ରଖନ୍ତୁ, କେବେବି ଘରକୁ ଅଭାବ ଆସିବ ନାହିଁ

ଭାରତୀୟ ପରମ୍ପରା ବା ହିନ୍ଦୁ ଧର୍ମରେ ଲୋକମାନେ ତଳେ ବସି ଖାଇବାକୁ ପସନ୍ଦ କରିଥାନ୍ତି । ପୂଜା ପର୍ବ ହେଉକି କୌଣସି ମନ୍ଦିରରେ ଆମେ ତଳେ ବସି ଖାଇଥାଉ । ପ୍ରତିଦିନ ଡାଇନିଙ୍ଗରେ ବସି ଖାଉଥିବା ଲୋକ ମଧ୍ୟ ସୁଯୋଗ ମିଳିଲେ ତଳେ ବସି ଖାଇବାକୁ ପସନ୍ଦ କରିଥାନ୍ତି । କୁହାଯାଏ କି ତଳେ ବସି ଖାଇବା ଦ୍ଵାରା ଆନନ୍ଦ ମିଳିଥାଏ, ଶାସ୍ତ୍ର ଅନୁସାରେ ଭୋଜନ ସବୁବେଳେ ତଳେ ବସି କରିବା ଉଚିତ ।

ବନ୍ଧୁଗଣ ଆସନ୍ତୁ ଜାଣିବା ତଳେ ବସି ଖାଇବାର ମହତ୍ଵ କ’ଣ ହୋଇପାରେ ? ବନ୍ଧୁଗଣ ହିନ୍ଦୁ ଧର୍ମ ଅନୁସାରେ ଆମେ ଖାଉଥିବା ଅର୍ଣ୍ଣକୁ ମା’ ଅର୍ଣ୍ଣପୂର୍ଣ୍ଣା ଅର୍ଥାତ ମାଆ ଲକ୍ଷ୍ମୀଙ୍କ ସହିତ ତୁଳନା କରାଯାଇଥାଏ । ସେଥିପାଇଁ ମା ଲକ୍ଷ୍ମୀଙ୍କୁ ସମ୍ମାନ ଦେବା ପାଇଁ ଅର୍ଥାତ ଯେମିତି ଠାକୁର ପୂଜା କଲାବେଳେ ତଳେ ବସି ପୂଜା କରାଯାଏ ସେହିଭଳି ଭୋଜନ କଲାବେଳେ ମଧ୍ୟ ତଳେ ବସିବା ଆବଶ୍ୟକ । ଠିଆ ହୋଇ ଖାଇଲେ, ଖାଇଲା ବେଳେ କଥାବାର୍ତ୍ତା ହେଲେ ହେଲେ ମା ଲକ୍ଷ୍ମୀଙ୍କର ଅପମାନ ହୁଏ ବୋଲି ବିଶ୍ବାସ ରହିଛି । ଏହା କରିବା ଦ୍ଵାରା ମଧ୍ୟ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପଡିଥାଏ ।

ଏପରିକି ବୈଜ୍ଞାନିକ ମାନେ ମଧ୍ୟ ଏହି କଥାକୁ ପ୍ରମାଣ କରିଛନ୍ତି ମଧ୍ୟ ତଳେବସି ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ଭଲ ରହିଥାଏ । ତଳେ ବସି ଖାଇବା ଦ୍ଵାରା ଶରୀରରେ ରକ୍ତସଞ୍ଚାଳନ ଠିକ ଭାବେ ହୋଇଥାଏ ଓ ମାନସିକ ଶାନ୍ତି ମିଳିବା ସହିତ ଖାଦ୍ଯ ଭଲ ଭାବରେ ହଜମ ହୋଇଥାଏ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ, ତଳେ ବସି ଖାଇବା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ରହିଥାନ୍ତି ।

ଘରେ କେବେବି ଧନ ଜନିତ ସମସ୍ୟା ଦେଖାଦିଏ ନାହିଁ । ଯଦି ଆପଣମାନେ ମାତା ଲକ୍ଷ୍ମୀଙ୍କୁ ହୃଦୟରୁ ଭକ୍ତି କରୁଥାନ୍ତି ତାହେଲେ ଏହି କଥା ମାନିବେ । ଏହା ତ ଥିଲା ତଳେ ବସି ଖାଇବାର ମହତ୍ଵ । ତେବେ ଆପଣ ଯଦି ତଳେ ବସି ଭୋଜନ କରୁଥାନ୍ତି । ଏହି କଥାର ମଧ୍ୟ ଆପଣଙ୍କୁ ଅବଶ୍ୟ ଧ୍ୟାନ ଦେବାକୁ ପଡିବ ।

ତାହା ହେଉଛି । ଯଦି ଆପଣ ତଳେ ବସି ଭୋଜନ କରୁଥାନ୍ତି । ତେବେ ଆପଣ ଭୂମୀ ଉପରେ ନବସି ଭୂମୀ ଉପରେ ଏକ ଆସନ ପକାଇ ତା’ ଉପରେ ବସି ଭୋଜନ ଗ୍ରହଣ କରନ୍ତୁ ।

ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଓ ଭଲ ଭଲ ଏହିଭଳି ଅପଡେଟ ପାଇବା ପାଇଁ ଆମ ପେଜକ୍କୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *