କମ୍ କଥା ହେଉଥିବା ଲୋକଙ୍କ ପାଖରେ ଥାଏ ଏହି 8 ଟି ବିଶେଷ ଗୁଣ !

ନମସ୍କାର ବନ୍ଧୁଗଣ , ବ୍ୟକ୍ତି ଦୁଇ ପ୍ରକାରର ସ୍ଵଭାବ ଜନିତ ହୋଇଥାଏ । ଯଥା ବ୍ୟକ୍ତି ଅଧିକ କଥା କହିବାକୁ ପସନ୍ଦ କରିଥାଏ , ଅନ୍ୟ ଏକ ବ୍ୟକ୍ତି କମ୍ କଥା ହେବାକୁ ପସନ୍ଦ କରିଥାଏ । କିଛି ବ୍ୟକ୍ତି ଯେଉଁ ସ୍ଥାନରେ କହିବା ଉଚିତ୍ ହୋଇଥାଏ ସେହି ସ୍ଥାନରେ କହିଥାନ୍ତି , ମାତ୍ର କିଛି ଲୋକମାନେ ଯେଉଁ ଠାରେ କହିବା ଦରକାର ନାହିଁ ଅଧିକ ମୁଖ ଖୋଲିଥାନ୍ତି , କାରଣ ତାଙ୍କ କାମ ହିଁ କଥା କହିବା ।

ଯଦି ଆପଣ କମ୍ କଥା ହେବା ବ୍ୟକ୍ତି ଅଟନ୍ତି ଓ ଆପଣଙ୍କ ଏହି ସ୍ଵଭାବ କୁ ନେଇ ଚିନ୍ତିତ ଯେ  ମୁଁ  କାହିଁକି କମ୍ କଥା ହୁଏ । ଏହା ଦ୍ଵାରା ମୁଁ କମ୍ ସଫଳତା ପାଏ ଯଦି ଆପଣ ଏହି ପେଜ୍ କୁ ଶେଷ ପର୍ଯ୍ୟନ୍ତ ପଡିବେ , ତେବେ ଆପଣ ଭିତରେ ଯେଉଁ ପ୍ରଶ୍ନ ରହିଛି ତାହା ସବୁ ଦିନ ପାଇ   ଦୂର ହେଇଯିବ । କମ୍ କଥା ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ଏହି  ଆଠ ଟି ଗୁଣ ରହିଥାଏ ଓ ବହୁତ ଭଲ ଗୁଣ ଯାହା ସଫଳତା ପାଖ କୁ ନେଇଯାଇଥାଏ ।

1 – ଯେଉଁ ବ୍ୟକ୍ତି କମ୍ କାଠ ହେଇଥାଏ ସେ ଅନ୍ୟର କଥା କୁ ଭଲ ଭାବରେ ଶୁଣିଥାଏ ଏବଂ ଅନ୍ୟ କୁ କଥା ହେବାକୁ ଦେଇଥାଏ । ଯିଏ ଅନ୍ୟ କଥା କୁ ଶୁଣିବାର କ୍ଷମତା ରଖିଥାଏ ସେ ଜୀବନ ରେ ବହୁତ ଆଗକୁ ଯାଇଥାଏ । 2- କମ୍ କଥା ହେଉଥିବା ବ୍ୟକ୍ତି ଯେକୋଣସି ବିଷୟ କୁ ଭଲ ଭାବରେ ବୁଝାଇ ଥାନ୍ତି ।  କାରଣ ସେମାନେ ଭଲ ସରେ ବୁଝିଥାନ୍ତି । 3- ଯେଉଁମାନେ କମ୍ କଥା ହେଇଥାନ୍ତି ବହୁତ ଜଳଦୀ ମିଶିଯାଇଥାନ୍ତି ।

କାରଣ ହୃଦୟ ରୁ ଏମାନେ ସଫା ହୋଇଥାନ୍ତି ମିତ୍ରତା ମଧ୍ୟରେ ବୁଝିବା ଓ ଶୁଣିବା ମଜବୁତ ରହିବା ସମ୍ପର୍କ କୁ ସୁଦୂଢ କରେ । 4- କମ୍ କଥା ହେଇଥିବା ବ୍ୟକ୍ତି ଶୀଘ୍ର ସଫଳତା କୁ ପାଇଥାଏ , କାରଣ ଏମାନେ କହିବା ଠାରୁ କାମ କରିବାରେ ଧ୍ୟାନ ଦେଇଥାନ୍ତି । ତେଣୁ ଏମାନେ ବେକାର ବିଷୟ ରେ  ସମୟକୁ ଅତିବାହିତ ନ ଲକ୍ଷ୍ୟ ପଛେ କାମ କରିଥାନ୍ତି । 5- ଏହି ବ୍ୟକ୍ତିମାନେ ଭରସା ର ଯୋଗ୍ୟ ହୋଇଥାନ୍ତି ।

କାରଣ ଏମିତି କିଛି କୁହନ୍ତି ଯାହାକୁ ନେଇ ପଛରେ ଦୁଃଖିତ ହେବାକୁ ପଡିଥାଏ । ଏହି ଗୁଣ ଏମାନଙ୍କୁ   ଭରସାର ପାତ୍ର କରିଥାଏ । 6- ଏହି ବ୍ୟକ୍ତିମାନେ କାହା ସହିତ ଝଗଡା କରନ୍ତି ନାହିଁ । ଏମାନେ ନିଜର ଆତ୍ମାସମ୍ମାନ କୁ ବଜାଇ ରଖିଥାନ୍ତି । 7 – ଏହି ଲୋକମାନେ ସର୍ବଦା ଏକୁଟିଆ ରହିବାକୁ ଇଛା କରିଥାନ୍ତି । ଏକୁଟିଆ ରହି ନିଜ କୁ ଭିତରୁ ମଜବୁତ କରିଦିଅନ୍ତି ଯେମିତି ଏକୁଟିଆ ରହି ଜୀବନ କାଟିବା , ସଫଳତା ପାଇବାର କଳା କୁ ବୃଦ୍ଧି କରିଥାନ୍ତି ।

8 –   କମ୍ କଥା ହେଉଥିବା ବ୍ୟକ୍ତି ବୁଦ୍ଧିମାନ ହୋଇଥାନ୍ତି , ଏବଂ ଏମାନଙ୍କ ଶତ୍ରୁ  ନ ଥାନ୍ତି । କାରଣ କମ୍ କଥା କହି ନିଜେ ଶାନ୍ତି ରହିବା ସହ ଅନ୍ୟକୁ ଶାନ୍ତି ରଖିଥାନ୍ତି । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବାକୁ ଆମ ପେଜ୍ କୁ ଲାଇକ କମେଣ୍ଟ କରନ୍ତୁ ।   

Leave a Reply

Your email address will not be published. Required fields are marked *