କମ୍ ଘଣ୍ଟା ଶୋଇ ମଧ୍ୟ ଗଭୀର ନିଦ୍ରା ପାଇବାର ଉତକୃଷ୍ଟ ଉପାୟ ! ଜାଣି ରଖନ୍ତୁ ଭଲ ନିଦ୍ରା ଯିବାର ଉପାୟ !

ନମସ୍କାର ବନ୍ଧୁଗଣ , ଶରୀର ସୁସ୍ଥ , ସବଳ , ଦୀର୍ଘାୟୁ ପାଇଁ ନିଦ୍ରା ପ୍ରମୁଖ ଭୂମକା ଗ୍ରହଣ କରିଥାଏ । ବ୍ୟକ୍ତି ଯଦି ରାତିରେ ସୁଖଦାୟକ ନିଦ୍ରା କରିଥାଏ ତେବେ ଦିନ ରେ ପୂର୍ତ୍ତି ଓ ଉତ୍ସାହ ସହ କାମ କରିବାର ଶକ୍ତି ମିଳିଥାଏ ।  ରାତିରେ ଶୋଇଲା ସମୟରେ ଶରୀର ଆରାମ ଓ ଅଧିକ ଶକ୍ତିଯୁକ୍ତ ହୁଏ । ବୈଜ୍ଞାନିକ ରିସର୍ଚ ଜଣାଯାଏ ଯେ ଘୋର ନିଦ୍ରା ବେଳେ ଆମ ଶରୀର ଜୀବାଣୁ ସହ ତ୍ରିବତା ର ସହ ଯୁଦ୍ଧ କରିଥାନ୍ତି ।

ରାତିର ନିଦ୍ରା ଦିନର ଆପଣଙ୍କ କ୍ରିୟା କୁ ନିର୍ଣ୍ଣୟ କରିଥାଏ । ଯଦି ଆପଣ ଜୀବନସାରା ଯୌବନ ସୁନ୍ଦର ଦେଖିବାକୁ ଚାହାନ୍ତି ତେବେ ଗଭୀର ନିଦ୍ରାରେ ଶୋଇବା ଉଚିତ୍ । ଗଭୀର ନିଦ୍ରା କରିବା ଦ୍ଵାରା ଆପଣ ସୁସ୍ଥ ହୋଇଥାନ୍ତି ।  ଯଦି କୋଣସି କାରଣ ହେତୁ ଆପଣଙ୍କୁ ରାତିର ନିଦ୍ରା ଭଲରେ ହୁଏ ନାହିଁ ଏହା ଯୋଗୁ ଶରୀରରେ ଦୁର୍ବଳତା , ଚର୍ମ ଜନିତ ସାମସ୍ୟା , ଇମ୍ମ୍ନୁନିଟି ର ଅଭାବ ଆଦି ଦେଖାଯାଇଥାଏ ।

ଆଜି କାଲି ତ ଭିଡ ଜଗତରେ ଚିନ୍ତା , କର୍ତ୍ତବ୍ୟ ମଣିଷ ର ସୁଖ ନିଦ୍ରା କୁ ଚୋରୀ କରିଦେଉଛି । ତେଣୁ ଗଭୀରତା ର ନିଦ୍ରା କୁ ଆଣିବାର 5 ଟି ଉପାୟ ଆଜି ଆମେ ଆପଣଙ୍କୁ କହିବୁ । 1- ପ୍ରାଚୀନ କାଳରେ ଲୋକମାନଙ୍କ ଘରମାନଙ୍କ ରେ ଆଲୁଅ ନ ଥିବା କାରଣ ରୁ ସେମାନେ ଅନ୍ଧାରରେ ଶୋଉଥିଲେ ଓ ଦୀର୍ଘାୟୁ ଜୀବନ କାଟୁଥିଲେ , ତେଣୁ ଆପଣମାନଙ୍କୁ ମଧ୍ୟ ଶୋଇବା ପୂବାରୁ କଠୋରୀ କୁ ଅନ୍ଧାର କରିକି ଶୋଇବା ଦ୍ଵାରା ଗଭୀର ନିଦ୍ରା ହୋଇଥାଏ ।

2- ଆପଣମାନଙ୍କୁ ଶୋଇଲା ସମୟରେ ଆଧୁନିକ ଯନ୍ତ୍ର ଯଥା ମୋବାଇଲ , ଲାପଟପ୍ ର ବ୍ୟବହାର ଘଣ୍ଟାଏ ପୂର୍ବରୁ ବନ୍ଦ କରିକି ଶୋଇବା ଠିକ ହୋଇଥାଏ , ମାତ୍ର ଆଜି କାଲି ଆମ ସବୁ କାମ ଫୋନ ମାଧ୍ୟମ ରେ ହେଉଛି , କିନ୍ତୁ ଆପଣକୁ ଶୋଇବା ପୂର୍ବରୁ ଏହାକୁ ବନ୍ଦ କରିବା ଦ୍ଵାରା ଘୋର ନିଦ୍ରା ହୁଏ ।   3 – ଆପଣମାନଙ୍କୁ ଶୋଇବା ପୂର୍ବରୁ ଗରମ ପାଣି ରେ ପାଦ କୁ ରଖି  ଏବଂ ପାଦ କୁ ଭଲରେ ପୋଛି ଦେଇ ଶୋଇବା ଦ୍ଵାରା ଆପଣଙ୍କୁ ଭଲ ନିଦ୍ରା ହୋଇଥାଏ ।

ଗରମ ପାଣି ରେ ପାଦ କୁ ରଖିବା ଦ୍ଵାରା ଆପଣଙ୍କ ଦିନ ସାରା ଚିନ୍ତା  ଦୂର ହୋଇ ଭଲ ନିଦ ହୋଇଥାଏ । 4- ଆପଣ ସବୁବେଳେ ମନେ ରଖିବେ ଯେ ଖାଇବା ଓ ଶୋଇଲା ସମୟ ଭିତରେ 2 – 3 ଘଣ୍ଟା ପାର୍ଥକ୍ୟ  ରହିବା ଦରକାର , ଖାଇବାର ତୁରନ୍ତ ଶୋଇବା ଶରୀର ପାଇଁ କ୍ଷତିକାରକ ହୋଇଥାଏ । କାରଣ ଶରୀର ହଜମ କରିବା ପାଇଁ ସମୟ ନେଇଥାଏ ଯଦି ଆପଣ ଖାଇବା ସାଙ୍ଗେ ଶୋଇବେ ତେବେ ଆପଣଙ୍କୁ ଗଭୀର ନିଦ୍ରା ହୋଇନଥାଏ ।

5- ଶୋଇବା ପୂର୍ବରୁ ଯେପରି ଆମେ ଆମ ଗ୍ରହଣା , ଦେହରେ ଥିବା ଜିନିଷ କୁ ବାହାର କରିକି ଶୋଇଥାଉ , ଠିକ୍ ସେହି ପରି ରାଗ , ରୁଷା , ଚିନ୍ତାଭାର କୁ ପରିତ୍ୟାଗ କରିକି ଶୋଇଲେ ଘୋର ନିଦ୍ରା ହୁଏ । ଆପଣମାନେ ଏହି ପାଞ୍ଚ ଟି କଥା କୁ ସର୍ବଦା ମନେ ରଖନ୍ତି । ଆମ ପୋଷ୍ଟ କୁ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆମ ପେଜ୍ କୁ ଲାଇକ କମେଣ୍ଟ କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *