କଳିଯୁଗ ପରେ ଯୁଗ କେମିତି ହୋଇଯିବ ? ଜାଣନ୍ତୁ ଭୟଙ୍କର କଥା ! Malika Bachan

ବନ୍ଧୁଗଣ ଆମେ ଯେଉଁ ଯୁଗରେ ଜୀବନ ଅତିବାହିତ କରୁଛୁ । ତାହାକୁ ଆମେ କଳିଯୁଗ ବୋଲି କହିଥାଉ । ତେବେ ବନ୍ଧୁଗଣ ସମୁଦାୟ 4 ଗୋଟି ଯୁଗ ରହିଛି । ତାହା ସବୁ ହେଉଛି ସତ୍ୟ ଯୁଗ, ତ୍ରେତୟା ଯୁଗ, ଦ୍ଵାପର ଯୁଗ ଓ କଳିଯୁଗ । ତେବେ କଳିଯୁଗକୁ ଛାଡି ଦେଲେ । ବାକି ତିନୋଟି ଯୁଗ ମାନଙ୍କର କିଛି ନା କିଛି ମହତ୍ଵପୂର୍ଣ୍ଣ ଉଦ୍ଧେଶ୍ୟ ରହିଥିଲା । ହେଲେ ଏହି କଳିଯୁଗର କିଛି ସେପରି ମହତ୍ଵ ନାହିଁ ।

ଏହି କଳିଯୁଗରେ ଯଦି ବହୁତ କିଛି ଦେଖିବାକୁ ମିଳୁଥାଏ । ତେବେ ସେ ସବୁ ହେଉଛି ଲୋଭ, ହିଂସା, ଘୃଣା, ଈର୍ଷା, ପ୍ରତିଶୋଧ ଏହା ହିଁ ଏହି କଳିଯୁଗରେ ବହୁତ ଦେଖାଯାଉଛି । ଏହି ଯୁଗକୁ ମନୁଷ୍ୟ ଜାତି ପାଇଁ ଏକ ଅଭିଶାପର ଯୁଗ ବୋଲି ମଧ୍ୟ କୁହାଯାଇଥାଏ । ତେବେ ଅନେକ ଲୋକଙ୍କ ମନରେ ସ୍ଵତଃ ଏହି ପ୍ରଶ୍ନଟି ନିହାତି କେବେ ନା କେବେ ତ ଆସିଥିବ । ଯେ ଏହି କଳିଯୁଗର ଆରମ୍ଭ କେବେ ହୋଇଥିଲା ?

ଏହାଛଡା ଏହି ଯୁଗର ଶେଷ ପୁଣି କେବେ ହେବ ? ତେବେ କଳିଯୁଗ ପରେ ଯୁଗ କିପରି ହୋଇଯିବ । ହଁ ଆଜ୍ଞା ଏଭଳି କିଛି କଥାବସ୍ତୁ ସମ୍ପର୍କରେ ଆପଣଙ୍କୁ ଏଠାରେ କହିବାକୁ ଯାଉଛୁ । ଧାର୍ମିକ ଗ୍ରନ୍ଥ ଅନୁଯାଇ ଯୁଗ ପରିବର୍ତ୍ତନର ଏହା 22 ତମ ଚକ୍ର ଚାଲିଛି । ଯେଉଁ ସମୟରେ ଏହି ଧରା ପୃଷ୍ଠରେ ଅନ୍ୟାୟର ଭାର ବଢି ବଢି ଯିବାରେ ଲାଗିବ ।

ସେତେବେଳେ ଏହି କଳିଯୁଗର ଅନ୍ତ ହୋଇଯିବ । ବୈଦିକ ପୁରାଣ ଅନୁସାରେ ଖ୍ରୀଷ୍ଟ ପୂର୍ବ ଆଗରୁ ଏହି କଳିଯୁଗର ଆରମ୍ଭ ହୋଇଯାଇଛି । କଳିଯୁଗକୁ ସବୁଠାରୁ ଅତ୍ୟାଚାରୀ ଯୁଗ ବୋଲି ମଧ୍ୟ ଆକ୍ଷା ଦିଆଯାଇଛି । ବେଦ ଅନୁସାରେ ଏହି ସୃଷ୍ଟିର ଆରମ୍ଭ ସତ୍ୟ ଯୁଗରୁ ଆରମ୍ଭ ହୋଇ କଳିଯୁଗରେ ଶେଷ ହୋଇଯିବ ।

ଏହି କଳିଯୁଗରେ ସବୁ ପ୍ରକାର ଅନ୍ୟାୟ କାର୍ଯ୍ୟ ବହୁ ପରିମାଣରେ ହୋଇବ । ମନୁଷ୍ୟ ନିଜର ସାହୁ ବୁଦ୍ଧି, ବିବେକ ସବୁ ପ୍ରକାର ହିତାହିତ ଜ୍ଞାନକୁ ଭୁଲିଯାଇ ଅନେକ ସମୟରେ ନିଜକୁ କୁ-କର୍ମରେ ଲୀପ୍ତ ରଖିବାକୁ ଚାହିଁବ । କଳିଯୁଗର ଅନ୍ତ ପରେ ପୁଣି ଥରେ ସତ୍ୟ ଯୁଗର ଆରମ୍ଭ ହୋଇଯିବ ବୋଲି ବେଦ ଶାସ୍ତ୍ର ଆଦିରେ ବର୍ଣନା କରାଯାଇଛି ।

ପୁଣି ଥରେ ପୃଥିବୀ ପୃଷ୍ଠରେ ଧର୍ମର ଚର୍ଚା ହେବାରେ ଲାଗିବ । ମନୁଷ୍ୟ ଶାରୀରିକ ଭୋଗ ପରିବର୍ତ୍ତେ ମାନସିକ ଭୋଗ ଉପରେ ଅଧିକ ଗୁରୁତ୍ଵ ଦେବ । ମନୁଷ୍ୟ ମନୁଷ୍ୟଙ୍କ ମଧ୍ୟରେ କେହି କାହା ପାଇଁ ଘୃଣାର ସ୍ଥାନ ରଖିବେ ନାହିଁ । ଚାରିଆଡେ ଖାଲି ସତ୍ୟ, ଶାନ୍ତି ଓ ପ୍ରେମର ମାହୋଲ ଦେଖାଯିବ । ତେବେ ବନ୍ଧୁଗଣ ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *