କଳିଯୁଗରେ ଏହି 9 ଟି ଲକ୍ଷଣ ଥିବା ସ୍ତ୍ରୀ ହୋଇଥାନ୍ତି ବହୁତ ଭାଗ୍ୟଶାଳୀ, ହେଇଥାନ୍ତି ସ୍ଵୟଂ ମା ଲକ୍ଷ୍ମୀଙ୍କ ରୂପ

ଗରୁଡ ପୁରାଣ ଅନୁସାରେ ଘରେ ଦେବୀ ଲକ୍ଷ୍ମୀଙ୍କ ସ୍ୱରୂପ ସ୍ତ୍ରୀର ଆଗମନରେ ହିଁ ସକାରାତ୍ମକ ଊର୍ଜାର ସଞ୍ଚାର ହୋଇଯାଏ ଓ ଏହି ଊର୍ଜାର ପ୍ରଭାବ ଘରେ ଏବଂ ଘରେ ଥିବା ସମସ୍ତ ବ୍ୟକ୍ତିଙ୍କ ପାଇଁ ସୁଖ ସମୃଦ୍ଧିର କାରଣ ହୋଇଥାଏ ।

ହିନ୍ଦୁ ଧର୍ମରେ ସ୍ତ୍ରୀ ମାନଙ୍କୁ  ଦେବୀ ମାନଙ୍କ ଆସନ ଦିଆଯାଇଛି । ଅର୍ଦ୍ଧାଙ୍ଗିନୀ ହୋଇଥିବାରୁ ସ୍ତ୍ରୀକୁ ହିଁ ପୁରୁଷ ଜୀବନର ଉନ୍ନତିର କାରଣ ବୋଲି ମାନାଯାଏ । ସ୍ତ୍ରୀ କେବେ ସ୍ବାମୀଙ୍କୁ ଭିକାରୀରୁ ରାଜା ବନେଇ ଦିଏ ତ କେବେ ଯମଲୋକରୁ ମଧ୍ୟ ଉଦ୍ଧାର କରି ଆଣିପରେ ବୋଲି ଶାସ୍ତ୍ରରେ ଏହି ପ୍ରକାର ଅନେକ ଉଦାହରଣ ରହିଛି । ତେବେ ଆଜି ଆମେ ଆପଣଙ୍କୁ ଏପରି କିଛି ସ୍ତ୍ରୀ ଲକ୍ଷଣ ବିଷୟରେ କହିବୁ ଯାହା ଦ୍ଵାରା ତାଙ୍କ ସ୍ଵାମୀ ସଂସାରରେ ଯଶ ଓ କୀର୍ତି ଲାଭ କରିଥାଏ ।

ଗରୁଡ ପୁରାଣ ଅନୁସାରେ ଯେଉଁ ସ୍ତ୍ରୀ ବ୍ରହ୍ମ ମୁହୂର୍ତ୍ତରେ ଉଠିଥାଏ ତା ଉପରେ ମା ଲକ୍ଷ୍ମୀ ଓ ସମସ୍ତ ଦେବାଦେବୀଙ୍କ କୃପା ସଦେବ ବର୍ଷା ହୋଇଥାଏ । ସୁର୍ଜ୍ୟୋଦୟ ପୂର୍ବରୁ ଉଠିବା ଅଭ୍ଯାସ ହେତୁ ସେହି ସ୍ତ୍ରୀ ଘରେ ସମସ୍ତ ସୁଖ ସମୃଦ୍ଧି ବାସ କରେ । ଯେଉଁ ସ୍ତ୍ରୀ ପ୍ରତିଦିନ ସକାଳୁ ସ୍ନାନାଦି କର୍ମ ଶେଷ କରି ସଂପୂର୍ଣ୍ଣ ହୃଦୟ ସହ ଦେବାଦେବୀଙ୍କ ପୂଜା କରେ ଓ ଆରତୀ କରି ଧୂପ ଦୀପ ଜାଳେ ଏପରି ସ୍ତ୍ରୀ ହେତୁ ଘରେ ସୁଖ ଶାନ୍ତି ବାସ କରେ । ଯେ ଏପରି କରେ ନାହିଁ ତାକୁ ପାପିନୀ ସ୍ତ୍ରୀ ବୋଲି ମାନାଯାଏ ।

ମା ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୋଇଥିବା ସ୍ତ୍ରୀ ସ୍ବଚ୍ଛତା ପ୍ରିୟ ହୋଇଥାଏ । ଯେଉଁ ସ୍ତ୍ରୀ ଘରେ ଅଳିଆ ଆବର୍ଜନା ପଡି ରୁହେ, ଘର ଓ ଅଗଣା ଅପରିଷ୍କାର ରୁହେ ଏପରି ସ୍ତ୍ରୀ ଦୁର୍ଭାଗ୍ୟକାରିଣୀ ବୋଲି ମାନାଯାଏ । ପ୍ରତିଦିନ ଘର ପରିଷ୍କାର କରି ରଙ୍ଗୋଲି ବନେଇ ଧୂପ ଦୀପା ଦେଉଥିବା ସ୍ତ୍ରୀ ସୌଭାଗ୍ୟବତୀ ହୋଇଥାଏ । ଯେଉଁ ସ୍ତ୍ରୀ ପ୍ରତିଦିନ ଦେବୀ ଦେବତା, ସୂର୍ଯ୍ୟ ଓ ତୁଲସୀଙ୍କୁ ଜଳ ଅର୍ପଣା କରି ନମସ୍କାର କରେ ଏପରି ସ୍ତ୍ରୀକୁ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନାଯାଏ । ଏପରି ସ୍ତ୍ରୀ ଗୃହରେ ରୋଗ, ଶୋକ ଓ ଦରିଦ୍ରତା କେବେ ପ୍ରବେଶ କରେ ନାହିଁ ।

ଯେଉଁ ସ୍ତ୍ରୀ ପ୍ରତିଦିନ ସକାଳେ ପତିଙ୍କ ଚରଣ ଛୁଇ ପ୍ରଣାମ କରେ ଓ ଶୋଇବା ପୂର୍ବରୁ ପତିଙ୍କ ସେବା କରେ ଏପରି ସ୍ତ୍ରୀ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଏପରି କରୁ ନ ଥିବା ସ୍ତ୍ରୀ ଦୁର୍ଭାଗ୍ଯର କାରଣ ଅଟେ । ପ୍ରତିଦିନ ପତିଙ୍କ ସେବା କରିବା ଦ୍ଵାରା ସ୍ତ୍ରୀ ପୂଣ୍ୟ ପ୍ରାପ୍ତ କରିଥାଏ ।

ସବୁବେଳେ ମଧୁର କଥା କହୁଥିବା ସ୍ତ୍ରୀ ମା ଲକ୍ଷ୍ମୀଙ୍କ ଅତ୍ୟନ୍ତ ପ୍ରିୟ ହୋଇଥାଏ । କଟୁ କଥା କହୁଥିବା ଓ କପଟ କରୁଥିବା ସ୍ତ୍ରୀ ଘରେ ମା ଲକ୍ଷ୍ମୀ ବାସ କରନ୍ତି ନାହିଁ । ଯେଉଁ ସ୍ତ୍ରୀ ହାତରେ ସ୍ଵାଦିଷ୍ଟ ଅନ୍ନ ପ୍ରସ୍ତୁତ ହୋଇଥାଏ, ସେହି ସ୍ତ୍ରୀ ମା ଲକ୍ଷ୍ମୀଙ୍କ କୃପାର ଅଧିକାରୀ ହୋଇଥାଏ । ଏପରି ସ୍ତ୍ରୀ ଘରେ ସ୍ଵୟଂ ଦେବତାମାନେ ପ୍ରସାଦ ଗ୍ରହଣ କରିବାକୁ ଆସି ଆଶୀର୍ବାଦ ଦେଇ ଯାଆନ୍ତି । ମାତ୍ର ଯେଉଁ ସ୍ତ୍ରୀର ଖାଦ୍ଯରେ ସ୍ଵାଦ ନା ଥାଏ, ଯିଏ ଅନ୍ନର ଅପମାନ କରେ କିମ୍ବା ଜାଣିଶୁଣି ଅପବିତ୍ର ଖାଦ୍ଯ ପ୍ରସ୍ତୁତ କରେ ଏପରି ସ୍ତ୍ରୀ ହେତୁ ଘରେ କେବଳ ଦୁର୍ଭାଗ୍ୟ ଆସିଥାଏ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *