କଳା ପଡିଯାଇଥିବା ଆଲୁମିନିୟମ କଢେଇକୁ ସୁନ୍ଦର ଓ ଚିକଚିକ କରିବାର ସବୁଠାରୁ ବେଷ୍ଟ ଉପାୟ ଜାଣନ୍ତୁ…100% effective

ବନ୍ଧୁଗଣ ପ୍ରାୟ ସବୁ ଲୋକଙ୍କ ଘରେ ଘରେ ରୋଷେଇ ପାଇଁ ଆଲୁମିନିଅମର କଢେଇ ବ୍ୟବହାର କରାଯାଏ । ସେଥିରେ କିଛି ମାସ ରୋଷେଇ କଲା ପରେ ତାହାର ଭିତରେ ଓ ବାହାରେ କଳା ପଡି ଯାଇଥାଏ । ଯାହା ଦେଖିବାକୁ ଆଦ୍ୱା ହିଁ ସୁନ୍ଦର ଦେଖାଯାଇନଥାଏ । ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ସହଜ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବହୁତ ଲାଭକାରୀ ହେବ ଏବଂ ଆପଣଙ୍କ କଢେଇ ପୁରା ନୂଆ ଭଳି ଦେଖା ଯିବ ।

ବନ୍ଧୁଗଣ ଲେମ୍ବୁ କୌଣସି ପ୍ରକାର ଆଲୁମିନିଅମ ବା ତମ୍ବା ଜିନିଷ ସଫା କରିବା ପାଇଁ ସବୁଠାରୁ ଭଲ କ୍ଳିନଜର ଅଟେ, ଯାହାର ବ୍ୟବହାର କରି ଆପଣ ବ୍ଯବହର କରୁଥିବା କଢେଇର ଭିତର ଓ ବାହାର ପଟକୁ ଚମକାଇ ପାରିବେ । ପ୍ରଥମେ ଗ୍ଯାସ ଉପରେ କଢେଇ ରଖନ୍ତୁ । ଗୋଟେ ବଡ ଗ୍ଳାସରେ ଗୋଟେ ଗ୍ଳାସ ପାଣି ନିଅନ୍ତୁ ଯଦି ଆପଣଙ୍କ କଢେଇ ବଡ ଅଟେ ତେବେ ଆପଣ ଦୁଇ ଗ୍ଳାସ ପାଣି ମଧ୍ୟ ନେଇ ପାରିବେ ।

ଏହା ପରେ ପାଣିରେ କୌଣସି ଡିଟରଜେଣ୍ଟ ଯାହା ଆପଣ କପଡା ସଫା କରିବା ପାଇଁ ବ୍ୟବହାର କରନ୍ତି ସେଥିରୁ ଦୁଇ ଚାମଚ କଢେଇରେ ପକାନ୍ତୁ । ଏହା ପରେ ଗୋଟେ ଚାମଚ ଲୁଣ ଏବଂ ଗୋଟେ ଲେମ୍ବୁକୁ ଚୁପୁଡି ତାହାର ରସ କଢେଇରେ ପକାନ୍ତୁ । ହେଲେ ଲେମ୍ବୁ ଚୁପିଡି ସାରିବା ପରେ ଚୋପା ଫୋପାଡନ୍ତୁ ନାହିଁ ଏହା ପଛରେ ଦରକାରରେ ଆସିପାରେ । ପାଣି ଫୁଟେଇବା ପାଇଁ ଗ୍ଯାସ ଫୁଲ ଫ୍ଲେମରେ ରଖନ୍ତୁ ଏହା ପରେ ଯେତେବେଳେ ପାଣି ଫୁଟି ଫେଣ କଢେଇ ଉପର ଭାଗରେ ଆସି ଲାଗିବ ସେତେବେଳେ ଫ୍ଲେମ କମେଇ ଦିଅନ୍ତୁ ଏମିତି ଆପଣ ଦୁଇ ତିନି ଥର କରନ୍ତୁ ।

ଏହା ଦ୍ଵାରା ଆପଣ ଦେଖିବାକୁ ପାଇବେ ଯେ ଆପଣଙ୍କ କଢେଇ ଭିତରେ ଭାଗ ବହୁତ ସଫା ହୋଇ ଯାଇଛି ଏହା ପରେ କଢେଇ ଭିତରେ ଥିବା ସର୍ଫ ପାଣି ଆଣି ଗୋଟେ ବଡ ବାସନରେ ଅଜାଡି ଦିଅନ୍ତୁ । ଏହା ପରେ କଢେଇକୁ ସେହି ପାତ୍ରରେ ବୁଡେଇ ଦିଅନ୍ତୁ ଯେମିତିକି କଢେଇ ପଛ ଭାଗ ସର୍ଫ ପାଣିରେ ବୁଡି ରହିବ । ଏହା ପରେ ୧୫ ରୁ ୨୦ ମିନିଟ ପାଇଁ କଢେଇକୁ ସେମିତି ଛାଡି ଦିଅନ୍ତୁ ।

20 ମିନିଟ ପରେ ଫୁଟେଇଥିବା ସର୍ଫ ପାଣି ଓ ଅଲଗା ଗୋଟେ ପାତ୍ରରେ ସର୍ଫ ଓ ବେକିଙ୍ଗ ପାଉଡର ନିଅନ୍ତୁ ଏହା ପରେ କୌଣସି ସ୍କ୍ରବର ନିଅନ୍ତୁ ପ୍ରଥମେ ଆଗ ସର୍ଫ ପାଣିରେ ସ୍କ୍ରବର ବୁଡେଇ ଏହାକୁ ଶୁଖିଲା ସର୍ଫ ଓ ବେକିଙ୍ଗ ମିଶ୍ରଣରେ ବୁଡାନ୍ତୁ ଏହା ପରେ କଢେଇକୁ ଭଲ ଭାବରେ ରଗଡି ସଫା କରନ୍ତୁ ଦେଖିବେ ଖୁବ ଶୀଘ୍ର ଆପଣଙ୍କ କଢେଇ ପୁରା ନୂଆ ଭଳି ଚମକିବାକୁ ଲାଗିବ । ଏହି ଉପାୟ ଥରେ ବ୍ୟବହାର କରି ଦେଖନ୍ତୁ ଦେଖିବେ ଆପଣଙ୍କ କଢେଇ ତାୱା ଏହି ସବୁ ଜିନିଷ ପୁରା ଚିକଚିକ ହୋଇ ଚମକିବାକୁ ଲାଗିବ ।

ଏହି ପୋଷ୍ଟଟି ପସନ୍ଦ ଆସିଥିଲେ । ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲନ୍ତୁ ନାହିଁ ।

Leave a Reply

Your email address will not be published. Required fields are marked *