କଖାରୁ ଖାଇବା ଦ୍ଵାରା ମିଳିଥାଏ କିଛି ଏଭଳି ଜବରଦସ୍ତ ଫାଇଦା, କଖାରୁ ଖାଉନଥିଲେ ଆଜି ଠାରୁ ଖାଇବା ଆରମ୍ଭ କରିଦିଅନ୍ତୁ…

ବନ୍ଧୁଗଣ ଘରେ ରୋଷେଇ କରିବା ପାଇଁ ବିଭିନ୍ନ ପ୍ରକାର ପନିପରିବା ଘରକୁ ଅଣାଯାଇଥାଏ । ସେଥିମଧ୍ୟରୁ ଅନେକ ଲୋକ ରହିଥାନ୍ତି । ଯେଉଁ ମାନଙ୍କୁ ପରିବା ଖାଇବାକୁ ଜମାରୁ ପସନ୍ଦ ନଥାଏ । ହେଲେ ଆମିଷ ଠାରୁ ମଧ୍ୟ ଅଧିକା ପୋଷକ ତତ୍ଵ ଆମକୁ ବିଭିନ୍ନ ପ୍ରକାର ପନିପରିବା ଖାଇବାରୁ ମିଳିଥାଏ । ସେହିପରି ଆଜି ଆମେ ଆପଣଙ୍କୁ ଏପରି ଏକ ପରିବା ବିଷୟରେ କହିବାକୁ ଯାଉଛୁ ଯାହାକି ପୋଷକ ତତ୍ଵରେ ଭରପୁର ହୋଇଥାଏ । ତାହା ହେଉଛି କଖାରୁ ।

ଏଥିରେ ସଚ୍ୟୁରେଟେଡ ଫ୍ୟାଟ ନଥାଏ । ଯାହା ଦ୍ଵାରା କୋଲେଷ୍ଟ୍ରୋଲର ମାତ୍ରା ଶରୀରରେ ଠିକ ରୁହେ । ଏହାର ସେବନ ଦ୍ଵାରା ହୃଦୟ ସୁସ୍ଥ ରୁହେ । ଏଥିରୁ ମିଳୁଥିବା ଡାଇଟାରୀ ଫାଇବର ପାଇଁ ପେଟ ଜନିତ ସମସ୍ୟାରୁ ମଧ୍ୟ ଆରାମ ମିଳେ । ଆଣ୍ଟି ଅକ୍ସିଡେଣ୍ଟରେ ଭରପୁର ଏହି କଖାରୁରେ ମୁଖ୍ୟତଃ ବିଟା କେରୋଟିନ ମିଳିଥାଏ । ଏଥିରୁ ଆପଣଙ୍କୁ ଭିଟାମିନ A ମଧ୍ୟ ମିଳିଥାଏ ।

1- ଯେଉଁମାନଙ୍କର ହୃଦୟ ଜନିତ ରୋଗ ଅଛି ସେମାନଙ୍କ ପାଇଁ କଖାରୁ ସେବନ କରିବା ବହୁତ ଲାଭଦାୟକ ଅଟେ । ଏହାକୁ ସେବନ କଲେ କୋଲେଷ୍ଟ୍ରୋଲ ଠିକ ରୁହେ ଯାହା ପାଇଁ ହୃଦୟ ମଧ୍ୟ ସୁସ୍ଥ ରୁହେ ।

2- ଏହା ରକ୍ତରେ ଶର୍କରାର ମାତ୍ରା ଠିକ ରଖେ । ସେଥିପାଇଁ ଡାକ୍ତର ମାନେ ମଧୁମେହ ରୋଗୀଙ୍କୁ କଖାରୁ ଖାଇବାକୁ କହିଥାନ୍ତି ।

3- କଖାରୁରେ କିଛି ଏଭଳି ମିନେରାଲ୍ସ ଅଛି ଯାହା ମସ୍ତିସ୍କର କୋସିକାକୁ ଆରମ ଦେଇଥାଏ । ଯଦି ଆପଣ ରିଲାକ୍ସ ହେବାକୁ ଚହୁଁଛନ୍ତି ତ ଆପଣ କଖାରୁ ଖାଇ ପାରିବେ ।

4- କଖାରୁ ଜୁସର ସେବନ ଭରପୁର ମାତ୍ରାରେ କରନ୍ତୁ । ଏଥିରୁ ଅଧିକ ମାତ୍ରାରେ ମିଳୁଥିବା ଜିଙ୍କ ଶରୀରକୁ ସୁରକ୍ଷା ଦେବାର କାମ କରିଥାଏ ।

5- କଖାରୁରେ ଭିଟାମିନ A, ଭିଟାମିନ C ଏବଂ ବିଟା କେରୋଟିନ ଭଳି ତତ୍ଵ ଥାଏ, ଯାହା  ପ୍ରାକୃତିକ ରୂପରେ ତ୍ଵଚାକୁ ସୁନ୍ଦର କରିବାରେ ସାହାଯ୍ୟ କରେ । କଖାରୁ ଖାଇବା ଛଡା ଏହାର ଫେସପ୍ୟାକ ବନେଇ ଲଗାଇଲେ ମଧ୍ୟ ତ୍ଵଚାର ସୁନ୍ଦରତା ବଢିଥାଏ ।

ତେବେ ବନ୍ଧୁଗଣ ଯଦି ଆପଣ ମଧ୍ୟ କଖାରୁ ଖାଇବାରେ ଆଗରୁ ରୁଚି ରଖିନଥିଲେ । ତେବେ ଆଜି ଠାରୁ କଖାରୁ ଖାଇବା ଆରମ୍ଭ କରନ୍ତୁ । ଆଶା କରୁଛୁ । ବନ୍ଧୁଗଣ ଏହି ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିବ । ତେବେ ଏହିଭଳି ସ୍ଵାସ୍ଥ ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *