Vastu Tips- କଇଁଛ ଘରେ କିପରି ଓ କେଉଁଠି ରଖିଲେ ହୋଇଥାଏ ଧନର ବର୍ଷା, ରୋଗ ଋଣରୁ ମିଳେ ମୁକ୍ତି

ନମସ୍କାର ବନ୍ଧୁଗଣ । ଘରେ କଇଁଛ ରଖିବା ଦ୍ଵାରା ଘରର ଖୁବ ମଙ୍ଗଳ ହୋଇଥାଏ । ଯେଉଁ ଘରେ କଇଁଛ ରହିଥାଏ ସେହି ଗହର ଉପରେ ମାତା ଲକ୍ଷ୍ମୀ ଙ୍କର ଅପାର କରୁଣା ରହିଥାଏ । ସେହି ଘରେ ସବୁବେଳେ ମତ ଲକ୍ଷ୍ମୀ ଖୁବ ପ୍ରସନ୍ନ ହୋଇ ରହିଥାନ୍ତି । ବନ୍ଧୁଗଣ ଏହାର ଏକ କାରଣ ମଧ୍ୟ ରହିଅଛି । କାରଣ କଇଁଛ କୁ ଭଗବାନ ବିଷ୍ଣୁ ଙ୍କର ଏକ ରୂପ ବୋଲି ମଧ୍ୟ କୁହାଯାଏ । କାରଣ ସମୁଦ୍ର ମନ୍ଥନ ସମୟରେ ଭଗବାନ ବିଷ୍ଣୁ ନିଜେ କଛପ ଅବତାର ଧାରଣ କରିଥିଲେ ।

ତେଣୁ ଯେଉଁ ଘରେ କଇଁଛ ଥାଏ ସେହି ଘରେ କେବଳ ମାତା ଲକ୍ଷ୍ମୀ ନୁହେଁ ଅପିତୁ ଭଗବାନ ବିଷ୍ଣୁ ନିଜେ ମଧ୍ୟ ନିଜର ଅପାର କୃପା ବର୍ଷା କରିଥାନ୍ତି ।  ବନ୍ଧୁଗଣ ଘରକୁ କଇଚ ଆଣିବା ସମୟରେ କିଛି ବିଶେଷ ବିଷୟ ଉପରେ ଦ୍ରୁଷ୍ଟି ମଧ୍ୟ ଦେବାକୁ ହୋଇଥାଏ । ଯେପରିକି ଯଦି ଆପଣ କୌଣସି ଶୁକ୍ଳ ପକ୍ଷ ର ଶୁକ୍ରବାର ଦିନ ଦେଖାଇ ଘରକୁ କଇଁଛ ଆଣନ୍ତି, ତେବେ ଏହାଦ୍ବାରା ଆପଣ ଙ୍କୁ ଏହାର ବିଶେଷ ଫଳ ପ୍ରାପ୍ତ ହୋଇଥାଏ ।

କାରଣ ଶୁକ୍ରବାର ଦିନକୁ ମାତା ଲକ୍ଷ୍ମୀ ଙ୍କର ପ୍ରିୟ ବାର ବୋଲି ମଧ୍ୟ କୁହାଯାଇଥାଏ । ଏହାଛଡା କଇଁଛ କୁ ସବୁବେଳେ ଘରର ଉତ୍ତର ଦିଗରେ ମୁହଁ କରି ରଖିବା ଉଚିତ । ଏପରି କରି ରଖିବା ଦ୍ଵାରା ଏହା ଆପଣ ଙ୍କ ଘରକୁ ଧନ ଆକର୍ଷିତ କରିଥାଏ । ତାହାଛଡା ବନ୍ଧୁଗଣ କଇଚ ଜଳ ରେ ରହିଥିବା ହେତୁ ଏହାକୁ ଜଳ ତତ୍ଵ ର ବୋଲି କୁହାଯାଇଥାଏ ।

ଏହା ସହ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ନିଜେ ମଧ୍ୟ ଜଳ ପ୍ରିୟା ହୋଇଥିବା ହେତୁ ସବୁବେଳେ ଜଳରେ ବାସ କରିଥାନ୍ତି । ଏହି କାରଣରୁ ବନ୍ଧୁଗଣ ଗହରେ କଇଁଛ କୁ ମଧ୍ୟ କୌଣସି ଏକ ପିତ୍ତଳ ବା ତମବାହ ର ଏକ ପାତ୍ର ରେ କିଛି ଜଳ ଦେଇ ରଖିବା ଉଚିତ । ଏହାସହ ଏହି ଜଳ କୁ ପ୍ରତିଦିନ ବଦଳାଇବା ମଧ୍ୟ ଆବଶ୍ୟକ । ଏହି ଜଳରେ ଆପଣ ଚାହିଁଲେ କିଛି ସୁଗନ୍ଧିତ ଫୁଲ ମାନ ମଧ୍ୟ ପକାଇ ପାରିବେ ।

ଏଥିସହିତ ପ୍ରତିଦିନ ପୂଜା ସମୟରେ ଭଗବାନ ଙ୍କର ପୂଜା କରିବା ବେଳେ ଏହାକୁ ମଧ୍ୟ ଧୂପ ଦୀପ ବୁଲାଇ ପୁଆଜ କରିବା ଦ୍ଵାରା ଭଗବାନ ଖୁବ ପ୍ରସନ୍ନ ହୋଇଥାନ୍ତି । ବନ୍ଧୁଗଣ ଏପରି କରିବା ଦ୍ଵାରା ଏହା ଆପଣ ଙ୍କ ଘର କୁ ଭଗବାନ ବିଷ୍ଣୁ ଓ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରୁ କୁବେର ସମାନ ଧନ ସବୁ ଦିଗରୁ ଆକର୍ଷଣ ହୋଇଥାଏ ।

ଏହା ସହ ଘରେ ସବୁବେଳେ ସୁଖ ଶାନ୍ତି ଲାଗି ରହିଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *