Astrology- କିଏ ଓ କିପରି ପିନ୍ଧିଲେ କଇଁଛ ମୁଦି କମ ଦିନରେ ହୋଇଥାଏ ଧନୀ ? ଜାଣନ୍ତୁ କେଉଁ ରାଶିର ବ୍ୟକ୍ତି କଇଁଛ ମୁଦି ପିନ୍ଧିଲେ ହୋଇଥାଏ ଅଶୁଭ !

ଆଜିକାଲି କଇଁଛ ମୁଦି ଅନେକ ଲୋକ ମାନେ ପିନ୍ଧୁଛନ୍ତି । କିନ୍ତୁ ଏହା ପିନ୍ଧିବାର ସଠିକ ସମୟ, ବାର ମଧ୍ୟ ରହିଛି ଯାହା କିଛି ଲୋକେ ଜାଣି ନ ଥାନ୍ତି । ପୁରାତନ ଶାସ୍ତ୍ର ଅନୁସାରେ କଇଁଛ ଭଗବାନ ନାରାୟଣଙ୍କର ଅବତାର ଅଟେ । ଏହି କଇଁଛ ଜଳଚର ପ୍ରାଣୀ ଅଟେ । ମାତା ଲକ୍ଷ୍ମୀଙ୍କ ଅପାର କୃପା କଇଁଛ ମଧ୍ୟରେ ରହିଥାଏ । ଏଣୁ ଏହି କଇଁଛର ମୁଦି ଧାରଣ କରିବା ଦ୍ଵାରା ମଣିଷକୁ ଶାନ୍ତି, ସରଳତା ପ୍ରାପ୍ତି ହେବ ସହ ଘରେ ସୁଖ ସମୃଦ୍ଧି ଲାଭ ହୋଇଥାଏ ।

ଆଜି ଆମେ ଆପଣ ମାନଙ୍କୁ କଇଁଛ ମୁଦି ପିନ୍ଧିବାର କିଛି ନିୟମ ବିଷୟରେ କହିବାକୁ ଯାଉଛୁ । ସାଧାରଣତ କଇଁଛ ମୁଦି ରୂପାର ହେବା ଆବଶ୍ୟକ ଅଟେ । ରାଶି ଅନୁସାରେ ଧାତୁ ଚୟନ କରି କଇଁଛ ମୁଦି ଧାରଣ କରି ହେବ । ଏହା ସହ କଇଁଛ ମୁଦିର ତଳ ଭାଗଟି ଅନ୍ୟ ଧାତୁର ହୋଇ ପାରିବ । ଏହାକୁ ନାରୀ ବା ପୁରୁଷ ଡାହାଣ ହାତରେ ପିନ୍ଧି ପାରିବେ ।

ଏହାକୁ କନିଷ୍ଠ, ତର୍ଜନିକା ବା ବୃଦ୍ଧା ଆଙ୍ଗୁଳି ରେ ପିନ୍ଧିବା ଉଚିତ ନୁହେଁ । ଏହାକୁ କେବଳ ଅନାମିକା ବା ମଧ୍ୟମ ଆଙ୍ଗୁଳି ରେ ପିନ୍ଧି ପାରିବେ । ଏହାକୁ ସିଂହ ରାଶି, କୁମ୍ଭ ରାଶି ଓ ଧନୁ ରାଶିର ଲୋକ ମାନେ ପିନ୍ଧିବା ଦ୍ଵାରା ଅନେକ ଶୁଭ ଫଳ ପ୍ରାପ୍ତ ହୋଇଥାଏ । କିନ୍ତୁ ବିଛା ରାଶି ଓ ମୀନ ରାଶି କଇଁଛ ମୁଦି ଅତ୍ୟନ୍ତ ଅଶୁଭଦାୟକ ହୋଇଥାଏ । ଲାଭ ହେବା ବଦଳରେ କ୍ଷତି ଘଟିଥାଏ । ଅନ୍ୟ ରାଶି ମାନଙ୍କ ପାଇଁ ଏହା ସଫଳ ଦାୟକ ହୋଇଥାଏ ।

ଏହାକୁ ଶୁକ୍ରବାର ଦିନ କିଣିବା ବା ପିନ୍ଧିବାର ବିଧି ରହିଛି । ଦିନ ସମୟରେ ବା ସୂର୍ଯ୍ୟାସ୍ତ ପୂର୍ବରୁ ଏହାକୁ ପିନ୍ଧିବାର ନିୟମ ରହିଛି । ଏହି କଇଁଛ ମୁଦିକୁ ପିନ୍ଧିବା ପୂର୍ବରୁ ଗଙ୍ଗା ଜଳରେ ଭଲ ଭାବେ ଧୋଇ ପଞ୍ଚାମୃତ ସିଂଚନ କରନ୍ତୁ । ଏହାକୁ ପିନ୍ଧିବା ପୂର୍ବରୁ ଲକ୍ଷ୍ମୀ ନାରାୟଣଙ୍କ ପାଖରେ ପୂଜା କରନ୍ତୁ । ଏହା ପରେ କଇଁଛ ମୁଦି ପିନ୍ଧିବା ଉଚିତ । ଏହା ଦ୍ଵାରା ଧର୍ଯ୍ୟ, ଶାଳୀନତା, ଧନ ସମ୍ପତି ପ୍ରାପ୍ତି ହୋଇଥାଏ ।

ଏହାକୁ ଶୁଦ୍ଧିକ୍ରିୟା ସମୟରେ ପିନ୍ଧିବା ଉଚିତ ନୁହେଁ । ଶୁଦ୍ଧିକ୍ରିୟା ସମୟରେ ଏହାକୁ ଠାକୁର ଘରେ ରଖି ପୁଣି ଥରେ ପିନ୍ଧିବା ପୂର୍ବରୁ ଗଙ୍ଗାଜଳ ଓ ପଞ୍ଚାମୃତ୍ରରେ ଧୋଇ ପିନ୍ଧିବା ଉଚିତ । ନିଜର ରାଶି ଜାଣିବା ପରେ ଏହାକୁ ଧାରଣ କରନ୍ତୁ । ଯଦି ଏହାକୁ ପିନ୍ଧିବାର ୨ ରୁ ୩ ଦିନ ମଧ୍ୟରେ କିଛି ସମସ୍ଯା ସୃଷ୍ଟି ହୁଏ ତେବେ ଏହାକୁ ବାହାର କରନ୍ତୁ । ନଚେତ ଶୋଇବା ପୂର୍ବ ରୁ ଏହାକୁ ନିଜ ମୁଣ୍ଡ ପାଖରେ ରଖିବା ଉଚିତ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ କିଛି ବ୍ୟକ୍ତି ରାଶି ଅନୁଯାୟୀ କଇଁଛ ମୁଦି ଧାରଣ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ ।

ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ଆଶା କରୁଛୁ କି ଆପଣଙ୍କୁ ଏହି ପୋଷ୍ଟ ଭଲ ଲାଗିଥିବ, ଏହି ଲେଖା କୁ ନିଶ୍ଚିତ ସେୟାର୍ କରନ୍ତୁ । ଆମେ ଆପଣଙ୍କ ପାଇଁ ଏଭଳି ସୂଚନା ପ୍ରତିଦିନ ନେଇ ଆସୁ, ଏଭଳି ଅଧିକ ସୂଚନା ପାଇଁ ଆମକୁ ଲାଇକ ଏବଂ ଫଲୋ ନିଶ୍ଚିତ କରନ୍ତୁ, ଧନ୍ୟବାଦ

Leave a Reply

Your email address will not be published. Required fields are marked *