ନମସ୍କାର ବନ୍ଧୁଗଣ, ଆମେ ସବୁବେଳେ ଭଗବାନଙ୍କୁ ନିନ୍ଦି ଥାଉ ଭଗବାନ କାହିଁକି ମୋ ଭାଗ୍ୟରେ ଦୁଃଖ ଦେଉଛ ମୁଁ ତ କିଛି ଭୁଲ କରିନି ତଥାପି କାହିଁକି ମୁଁ କଷ୍ଟ ପାଉଛି ମୁଁ ତ କେବେ କାହାକୁ କଷ୍ଟ କିମ୍ବା ଦୁଃଖ ଦେଇନି ତଥାପି ମୁଁ କଷ୍ଟ ଆଉ ଦୁଃଖ ପାଉଛି । ଏହି ପ୍ରଶ୍ନ ଆପଣ ନିହାତି ପଚାରିଥିବେ ଭଗବାନଙ୍କୁ ଆଉ ଭାବିଥିବେ ନିଶ୍ଚୟ ଲୋକେ ଖରାପ କର୍ମ କରି ମଧ୍ୟ ଧନ ସମ୍ପତ୍ତିରେ ବୁଡି ଯାଉଛନ୍ତି ଆରମରେ ରହୁଛନ୍ତି ଆଉ କିଛି ଲୋକେ ଯେତେ ଦାନ ଧର୍ମ ଭଲ କର୍ମ କରି ମଧ୍ୟ ତାଙ୍କୁ କିଛି ମିଳୁନି । କାହିଁକି ମିଳୁନି ଆସନ୍ତୁ ଜାଣିବା ଏହା ପଛର ପ୍ରକୃତ କାରଣ ।
ଦିନେ ନାରଦ ଭଗବାନ ବିଷ୍ଣୁଙ୍କୁ ଆସି କହିଲେ ଭଗବାନ କିଛି କରନ୍ତୁ । ଧରା କାରଣ ଧରା ପୃଷ୍ଠରୁ ଆପଣଙ୍କ ପ୍ରାଭାବ କମିବାରେ ଲାଗିଛି । ବିଷ୍ଣୁ କହିଲେ ତୁମେ ଏମିତି କଣ ଦେଖିଲ କି ନାରଦ ଏଭଳି କହୁଛ । ନାରଦ କହିଲେ ମୁଁ ଦେଖିଲି ଜଙ୍ଗଲ ଭିତରେ ଗୋଟିଏ ପଶୁ କାଦୁଅ ଭିତରେ ଫାଶୀ ରହିଥିଲା ।
ଆଉ ସେହି ବାଟ ଦେଇ ପ୍ରଥମେ ଜଣେ ବ୍ୟକ୍ତି ତାହା ଉପରେ ପାଦ ରଖି ରାସ୍ତା ପାର ହୋଇ ଚାଲିଗଲା କିନ୍ତୁ ତାକୁ ଉଦ୍ଧାର କଲା ନାହିଁ । କିନ୍ତୁ କିଛି ବାଟ ଆଗକୁ ଯାଇ ସୁନା ଭରି ରହିଥିବା ଏକ ଥଳି ପାଇଲା । ଏହାପରେ ସେହି ବାଟ ଦେଇ ଜଣେ ସାଧୁ ଯାଉଥିଲେ ସେ ସେହି ପଶୁକୁ ନିଜର ଆପ୍ରାଣ ଚେଷ୍ଟା କରି କାଦୁଅ ପଙ୍କ ହୋଇ ବଞ୍ଚାଇଲେ ।
ଆଉ ଏହାପରେ ସେ ଆଗରେ ଯିବା ବାଟରେ ଏକ ବଡ ଖାଲରେ ପଡି କ୍ଷତ ବିକ୍ଷତ ହୋଇଗଲେ । ଏହା କେଉଁ ପ୍ରକାର ନ୍ୟାୟ ବୋଲି ନାରଦ ପଚାରିଲେ । ଜଣେ ପଶୁକୁ ଉଦ୍ଧାର ନକରି ସୁନା ଭାର ଥଳି ପାଇଲା ଆଉ ଯିଏ ଉଦ୍ଧାର କରି ଭଲ କର୍ମ କଲା ସେ ଯାଇ ଖାଲରେ ପଡିଲା ।
ଏହାପରେ ଭଗବାନ ବିଷ୍ଣୁ ଉତ୍ତର ଦେଲେ ହେ ନାରଦ ଯେଉଁ ମଣିଷଟି ସୁନାଭଡ଼ା ଥଳି ପାଇଲା ତା ଭାଗ୍ୟରେ ଖଜାନା ଥିଲା ରାଜଯୋଗ ଥିଲା କିନ୍ତୁ ସେ ତା କୁକର୍ମ ପାଇଁ ତାର ସେହି ସୌଭାଗ୍ୟକୁ ହରାଇଲା ଆଉ ସାମାନ୍ଯ କିଛି ସୁନା ମୁଦ୍ରା ପାଇଲା । କିନ୍ତୁ ଯେଉଁ ସାଧୁ ଜଣଙ୍କ ଖାଲରେ ପଡିଲେ ତାଙ୍କ ଭାଗ୍ୟରେ ସେହି ସମୟରେ ମୃତ୍ୟୁ ଯୋଗ ରହିଥିଲା ।
ତେଣୁ ତାଙ୍କର ମୃତ୍ୟୁ ହୋଇଥାନ୍ତା କିନ୍ତୁ ସେ ପଶୁଟିକୁ ବଞ୍ଚାଇ ଭଲ କର୍ମ କରିବାରୁ ତାଙ୍କର ସେହି ମୃତ୍ୟୁ ଯୋଗ ସାମାନ୍ୟା ଦୁର୍ଘଟଣାରେ ପରିଣତ ହୋଇଗଲା ଆଉ ତାଙ୍କ ଜୀବନ ବଞ୍ଚିଲା । ତେଣୁ କର୍ମ ଏବଂ ଭାଗ୍ୟ ମଧ୍ୟରେ ସର୍ବଦା କର୍ମ ବଡ ହୋଇଥାଏ । କାରଣ କର୍ମ ହିଁ ଭାଗ୍ୟକୁ ବଦଳାଇ ଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବା ପାଇଁ ଜମା ବି ଭୁଲିବେନି ।