Krishna Vani; – କାହାର ହୃଦୟକୁ କେମିତି ଜିତିପାରିବେ…ନିଶ୍ଚୟ ଏହି ଅମୂଲ୍ୟ ବାଣୀ ଜାଣନ୍ତୁ…

ବନ୍ଧୁଗଣ ଭଗବାନ ଆମକୁ ଏକ ସୁନ୍ଦର ଜୀବନ ଦେଇଛନ୍ତି । ଏହି ଜୀବନକୁ ଆମେ କିପରି ସାର୍ଥକ କରିପାରିବା ସେ କଥା ଉପରେ ଆମକୁ ନିଶ୍ଚୟ ଧ୍ୟାନ ରଖିବାକୁ ପଡିବ । ତେବେ କୌଣସି ମଣିଷ ଏହି ସଂସାରରେ ଏକୁଟିଆ ହୋଇ ବଞ୍ଚିପାରିବ ନାହିଁ । ମଣିଷ ବଞ୍ଚିବା ପାଇଁ ଏକ ପରିବାର ଏକ ସମାଜ ଓ ସେଥିରେ ବସବାସ କରୁଥିବା ଲୋକ ରହିବା ଦରକାର। ଜୀବନରେ ଆଗକୁ ବଢିବା ପାଇଁ ଉପଯୁକ୍ତ ବୟସ ଆସିଗଲେ ଏକ ଜୀବନସାଥିର ମଧ୍ୟ ଆବଶ୍ୟକତା ପଡିଥାଏ ।

ତେବେ ଆପଣ ଯାହାଙ୍କୁ ସବୁ ଭଲ ପାଉଛନ୍ତି । ଯେମିତି କି ଆପଣଙ୍କ ପରିବାରର ସଦସ୍ୟ ହୁଅନ୍ତୁ ବା କୌଣସି ସ୍ପେଶାଲ ପର୍ଶନ ତାଙ୍କ ହୃଦୟ ଆପଣ କେମିତି ଜିତି ପାରିବେ ସେହି ସମ୍ପର୍କରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ପ୍ରତେକ ବ୍ୟକ୍ତି ନିଜ ଭଲପାଇବା ଠାରୁ ସମ୍ମାନ ଆଶା କରିଥାଏ । ଆପଣ କାହାକୁ ଭଲ ପାଆନ୍ତୁ କି ନାହିଁ, ଯଦି ତାକୁ ସମ୍ମାନ ଦେବେ ସେ ସବୁବେଳେ ତୁମକୁ ମନେରଖିବ ।

ଯଦି ତୁମେ କାହାକୁ ଭଲ ପାଉଛ ଓ ତାର ଭଲପାଇବା ପାଇବାକୁ ଚାହୁଁଚ, ତେବେ ସର୍ବ ପ୍ରଥମେ ଆପଣଙ୍କୁ ତାଙ୍କ ପାଇଁ ଝୁକିବାକୁ ପଡିବ । ଆପଣଙ୍କ ହୃଦୟରେ ତାଙ୍କ ପାଇଁ ଅତୁଟ ପ୍ରେମ ଥିବା ଆବଶ୍ୟକ ହୋଇଥାଏ । ଯଦି ଆପଣ ଭଲପାଉଛନ୍ତି ତା’ ପାଇଁ ସେତିକି ଯତ୍ନବାନ ହେବା ନିହାତି ଭାବରେ ଦରକାର । ଆପଣଙ୍କ ଚେହେରାରେ ତାଙ୍କ ପାଇଁ ସେତିକି ଭଲପାଇବା ଦେଖାଯାଉଥିବା ଦରକାର ।

ସବୁ ବ୍ୟକ୍ତି ଚାହେଁ ଯେବେ କିଏ ତାକୁ ଭଲପାଉଛି ସେ ତାକୁ ହୃଦୟରୁ ଭଲ ପାଉ । ଯଦି ଆପଣ ଆପଣ ଜୀବନରେ କାହାକୁ ହୃଦୟରୁ ନିଜର କରିବାକୁ ଚାହୁଁଛନ୍ତି । ତେବେ ସେହି ଲୋକଙ୍କ ସହ ତୁମକୁ ସେହିଭଳି ଭଲ ବ୍ୟବହାର ରଖିବାକୁ ପଡିବ । ସବୁଠାରୁ ବଡ କଥା ହେଉଛି । ପ୍ରତ୍ଯେକଟି ସମ୍ପର୍କର ମହତ୍ଵକୁ ପ୍ରଥମେ ବୁଝିବାକୁ ଚେଷ୍ଟା କରନ୍ତୁ ।

ସବୁବେଳେ ସତ କହିବାର ଅଭ୍ୟାସ କରନ୍ତୁ । ଦେଖିବେ ପ୍ରତେକ ଲୋକ ଆପଣଙ୍କୁ ଭଲ ପାଇବେ । ଆପଣ ଆପଣଙ୍କ ଭଲ ବ୍ୟବହାର ଦ୍ଵାରା ଯେକୌଣସି ଲୋକଙ୍କର ହୃଦୟ ଜିତି ପାରିବେ ଆଉ ତାର ହୃଦୟରେ ଆପଣଙ୍କ ପାଇଁ ଜାଗା ମଧ୍ୟ ବନେଇପାରିବେ । ନିଜ ଭଲପାଇବା ଓ ବ୍ୟବହାର ଦ୍ଵାରା ଆପଣ ଅନ୍ୟ ହୃଦୟରେ ସବୁବେଳେ ଜୀବିତ ହୋଇ ରହିପାରିବେ ।

ଆଶା କରୁଛୁ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ପୋଷ୍ଟଟି ଭଲ ଲାଗିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *