କାର୍ତ୍ତିକ ମାସରେ କଣ କରିବେ ଓ କଣ କରିବେ ନାହିଁ ? ନିହାତି କରନ୍ତୁ ଏହି 10 ଟି କାମ, ହୋଇଥାଏ ପୂଣ୍ୟ !

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସମୁଦାୟ ୧୨ ଟି ମାସ ମଧ୍ୟରୁ କାର୍ତ୍ତିକ ମାସକୁ ପୂଣ୍ୟ ତଥା ଧର୍ମର ମାସର ଆକ୍ଷା ଦିଆଯାଇଥାଏ । ଏହି ମାସରେ ଭଲ କାର୍ଯ୍ୟ କରୁଥିବା ଲୋକ ମାନଙ୍କୁ ଅନେକ ପୂଣ୍ୟଫଳ ପ୍ରାପ୍ତ ହୋଇଥାଏ । ଏହି ମାସରେ କେତେକ ନିର୍ଦ୍ଧିଷ୍ଟ ବିଧିବିଧାନ ରହିଥାଏ । ପବିତ୍ର ମାସରେ ଆପଣ ମାନଙ୍କୁ କେଉଁ କାର୍ଯ୍ୟ କରିବା ଉଚିତ । ତାହା ଆପଣ ମାନେ ଜାଣିବାକୁ ପାଇବେ । କାର୍ତ୍ତିକ ମାସ ଶରତ ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ କାର୍ତ୍ତିକ ପୂର୍ଣ୍ଣିମା ବା ରାସ ପୂର୍ଣ୍ଣିମା ପର୍ଯ୍ୟନ୍ତ ରହିଥାଏ ।

ଏହି କାର୍ତ୍ତିକ ମାସରେ ସୂର୍ଯ୍ୟ ଦେବତା ତୁଳା ରାଶିରେ ଅବସ୍ତାନ କରିଥାନ୍ତି । ୨୦୨୨ ମସିହାର କାର୍ତ୍ତିକ ମାସର ଅବଧି ଅକ୍ଟୋବର ୧୦ ସୋମବାର ରୁ ଆରମ୍ଭ ହୋଇ ନଭେମ୍ବର ୮ ମଙ୍ଗଳ ବାର ତାରିଖ ପର୍ଯ୍ୟନ୍ତ ରହିବ । ୧୨ ଟି ମାସ ମଧ୍ୟରୁ ଏହି କାର୍ତ୍ତିକ ମାସଟି ସର୍ବଶ୍ରେଷ୍ଠ ହୋଇଥିବାରୁ ଏହି ମାସରେ କରାଯାଉଥିବା ପୂଣ୍ୟ କାର୍ଯ୍ୟର ଫଳ ବହୁତ ଶୀଘ୍ର ଲୋକ ମାନଙ୍କୁ ମିଳିଯାଇଥାଏ ।

ତେଣୁ କାର୍ତ୍ତିକ ମାସରେ ୧୦ ଟି କାର୍ଯ୍ୟକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ପ୍ରଥମ କାର୍ଯ୍ୟ ହେଉଛି ତୀର୍ଥ ନଦୀ ମାନଙ୍କରେ ପ୍ରାତଃ ସ୍ନାନ କରିବା । ଦିତୀୟରେ ହେଉଛି ବ୍ରତ ରଖିବା । ତୃତୀୟ ରେ ହେଉଛି ଦୀପ ପ୍ରଜ୍ଵଳନ କରିବା । ଚତୁର୍ଥରେ ଭୂମୀରେ ଶୟନ କରିବା । ପଞ୍ଚମରେ ତୁଳସୀ ମା ତଥା ବୃନ୍ଦାବତୀ ମାଆଙ୍କୁ ନିଷ୍ଟାର ସହ ପୂଜନ କରିବା ।

ଷଷ୍ଠରେ କାର୍ତ୍ତିକ ମାସରେ ନିହାତି ଭାବେ ଶାତ୍ଵିକ ଭୋଜନ କରିବା ଉଚିତ । କାରଣ ଏହି ମାସରେ ଆମିଷ ଖାଇବା ବାରଣ ହୋଇଥାଏ । ସପ୍ତମରେ ଶରୀରରେ କାର୍ତ୍ତିକ ମାସରେ ତେଲ ଲଗାଇବା ଉଚିତ ନୁହେଁ । ଅଷ୍ଟମରେ ନିଜର ଇନ୍ଦ୍ରିୟ ମାନଙ୍କର ସଂଯମତା ରକ୍ଷା କରିବା । ନବମରେ ଦାନ ଧର୍ମ କରିବା । ସର୍ବ ଶେଷ ତଥା ଦଶମରେ ଏହି ପବିତ୍ର ଓ ଧର୍ମର ମାସରେ ନିହାତି ଭାବେ ପୂଜା ପାଠ କରିବା ।

ଏହା ସହିତ ପୂଜା ପାଠ ପାଇଁ ନିଜର ବ୍ୟସ୍ତ ବହୁଳ ସମୟ ମଧ୍ୟରୁ ଅଧିକ ସମୟ ବାହାର କରି ଭଗବାନଙ୍କ ପୂଜା ଆରାଧନା କରିବା ଅତ୍ୟନ୍ତ ହିଁ ଶୁଭପ୍ରଦ ହୋଇଥାଏ । ଶାସ୍ତ୍ର ଅନୁସାରେ ଏହି ବିଶେଷ ୧୦ ଟି କାର୍ଯ୍ୟ କାର୍ଯ୍ୟକୁ ପାଳନ କରିବା ଦ୍ଵାରା ଅନେକ ପୂଣ୍ୟ ଫଳ ପ୍ରାପ୍ତି ହୋଇବା ସହ ଅନେକ ପାପ ମଧ୍ୟ କ୍ଷୟ ହୋଇଥାଏ ।

ଏହି ୧୦ ଟି କାର୍ଯ୍ୟ ମଧ୍ୟରୁ ତୀର୍ଥ ନଦୀରେ ସ୍ନାନ କରିବା ପ୍ରମୁଖ ହୋଇଥାଏ । ଯଦି ତୀର୍ଥ ନଦୀରେ ଗାଧୋଇବା ସମ୍ଭବ ହେଉନାହିଁ । ତେବେ ନିଜ ଘରେ ପାଣିରେ ଗଙ୍ଗାଜଳ ମିଶାଇ ପ୍ରାତଃ ସ୍ନାନ କରିବା ଉଚିତ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *