ଜିନ୍ସକୁ ବହୁତ ଦିନ ପର୍ଯ୍ୟନ୍ତ ନୂଆ ଓ ଚମକଦାର କରି ରଖିବା ପାଇଁ ଆପଣାନ୍ତୁ ଏହି ଟିପ୍ସ, 100 % effective tips

ବନ୍ଧୁଗଣ ଜିନ୍ସ ପିନ୍ଧିବାକୁ ପ୍ରାୟ ସବୁ ଲୋକେ ପସନ୍ଦ କରିଥାନ୍ତି । କାରଣ ଏହା ପିନ୍ଧିଥିବା ଲୋକଙ୍କୁ ଷ୍ଟାଇଲିଶ ଲୁକ ଦେଇଥାଏ । ଜିନ୍ସ ପିନ୍ଧିବାକୁ ଓ ଭଲ ଦେଖାଯିବାକୁ ଯେତିକି ଲୋକେ ପସନ୍ଦ କରିଥାନ୍ତି, ଏହା ଘରେ ଧୋଇବା ସମୟରେ ସେତିକି ହଇରାଣ ହୋଇଥାନ୍ତି । କାରଣ ଏହାକୁ ଧୋଇବା ଏକ କଠିନ କମ ଅଟେ । କାରଣ ଏହାକୁ ଠିକ ଭାବେ ଧୋଇ ନପାଇଲେ ବହୁତ ଶୀଘ୍ର ଏହାର ରଙ୍ଗ ଫେଡ ହୋଇଥାଏ ଓ ମେଟେରିଅଲ ମଧ୍ୟ ଖରାପ ହୋଇଥାଏ ।

ବହୁତ ଲୋକ ଏହି ଅସୁବିଧା ଠାରୁ ବଞ୍ଚିବା ପାଇଁ ଜିନ୍ସ ଡ୍ରାଇକ୍ଳିନ ପାଇଁ ଦେଇଥାନ୍ତି କିନ୍ତୁ ଏଥିରେ ଖର୍ଚ ହୋଇଥାଏ ଏହା ସହ ଏଥିପାଇଁ ସମୟ ମଧ୍ୟ ଦରକାର ପଡିଥାଏ । ଏହି ଭଳି ସମସ୍ଯା ଦେଖିବା ପରେ ଆଜି ଆମେ ଆପଣଙ୍କ ପାଇଁ ଜିନ୍ସ ଧୋଇବା ପାଇଁ କିଛି ଏମିତି ଉପାୟ ଆଣିଛୁ ଯାହା ଆପଣଙ୍କ ଜିନ୍ସର ରଙ୍ଗ ଓ କପଡା ଭଲ ରଖିବ ଓ ଆପଣଙ୍କ ସେହି ଜିନ୍ସକୁ ଅଧିକ ଦିନ ପର୍ଯ୍ୟନ୍ତ ପିନ୍ଧି ପାରିବେ ।

1- ଜିନ୍ସ ଧୋଇଲା ବେଳେ ସମସ୍ତଙ୍କୁ ଏହା ଡର ରହିଥାଏ ଯେ ଜିନ୍ସ ରଙ୍ଗ ଛାଡିପାରେ । ତେବେ ଜିନ୍ସ ରଙ୍ଗ ନ ଛାଡିବା ପାଇଁ ଆପଣଙ୍କୁ ସବୁବେଳେ ଥଣ୍ଡା ପାଣି ବ୍ୟବହାର କରିବା ଉଚିତ । ଜିନ୍ସ ଧୋଇଲା ବେଳେ ଭୁଲରେ ବି ଗରମ ପାଣି ବ୍ୟବହାର କରନ୍ତୁ ନାହିଁ, ଗରମ ପାଣିରେ ଜିନ୍ସ ଧୋଇଲେ ରଙ୍ଗ ଧୋଇ ହେଇଯାଏ ସେଥିପାଇଁ କେବେ ଜିନ୍ସ ଗରମ ପାଣିରେ ଧୋଇବା ଉଚିତ ନୁହେଁ ।

2- ଜିନ୍ସ ଧୋଇଲା ବେଳେ ସବୁଠାରୁ ବିଶେଷ କଥା ଏହା ଅଟେ ଯେ ଜିନ୍ସ ଓଲଟା କରି ଧୋଇବା ଉଚିତ କେବେ ବି ସିଧା ଧୁଅନ୍ତୁ ନାହିଁ ନଚେତ ରଙ୍ଗ ଉଡିବ, ଧୋଇବା ଆଗରୁ ଜିନ୍ସ ଓଲଟା କରନ୍ତୁ ।

3- ଯଦି ଆପଣ ଜିନ୍ସ ମେସିନରେ ଧୂଆଁଟିଆ ତେବେ ମେସିନକୁ ଆଗ ଜେଣ୍ଟଲ ମୋଡରେ ରଖନ୍ତୁ ଓ ଜିନ୍ସକୁ ଧୋଇଲା ପରେ ଏହାକୁ ଡ୍ରାୟରରେ ସୁଖାନ୍ତୁ ନାହିଁ କାରଣ ଏହା ଦ୍ଵାରା ଜିନ୍ସ କପଡା ଖରାପ ହୋଇଥାଏ ସେଥିପାଇଁ ଏହାକୁ ହେଙ୍ଗରରେ ଟାଙ୍ଗୀ ପବନରେ ସୁଖେଇବା ଉଚିତ ।

4- ଜିନ୍ସ ଧୋଇଲା ବେଳେ ଆପଣ ମାଇଲ୍ଡ ଡିଟରଜେଣ୍ଟ ବ୍ୟବହାର କରନ୍ତୁ, ବ୍ଲିଚ ବା ଅଧିକ ମାତ୍ରାରେ କାଷ୍ଟିକ ସୋଡା ଡିଟରଜେଣ୍ଟ ବ୍ୟବହାର କଲେ ଜିନ୍ସ ରଙ୍ଗ ଖରାପ ହୋଇଥାଏ ଏହା ସହ କପଡା ମଧ୍ୟ କିଛି ଦିନ ଭିତରେ ଖରାପ ହୋଇଥାଏ ।

5- ଜିନ୍ସ ଧୋଇଲା ସମୟରେ ସେଥିରେ ଲେଖା ହୋଇଥିବା ନିର୍ଦ୍ଦେଶ ଉପରେ ଧ୍ୟାନ ରଖିବା ଆବଶ୍ୟକ ଅଟେ । ପ୍ରାୟତଃ ଲୋକ ଏହାକୁ ପଢିଲେ ମଧ୍ୟ ମାନନ୍ତି ନାହିଁ ଯାହା ଦ୍ଵାରା ଜିନ୍ସ ଶୀଘ୍ର ଖରାପ ହୋଇଥାଏ । ତେବେ ବନ୍ଧୁଗଣ ଏହି ଲେଖାଟି ପସନ୍ଦ ଆସିଥିଲେ । ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।

Leave a Reply

Your email address will not be published. Required fields are marked *