ବିଷ୍ଣୁପୁରାଣ ଅନୁସାରେ ଏହି ୬ଟି ଜିନିଷ ବିକ୍ରି କରିବା ହୋଇଥାଏ ମହାପାପ, କରନ୍ତୁନାହିଁ ଏହି ଭୂଲ

ନମସ୍କାର ବନ୍ଧୁଗଣ, ହିନ୍ଦୁ ପୁରାଣ ଗୁଡିକ ମଧ୍ୟରେ ବିଷ୍ଣୁ ପୁରାଣ ଅନ୍ୟତମ ଅଟେ । ବିଷ୍ଣୁ ପୁରାଣ ରେ ଅନେକ ତଥ୍ୟ ଏବଂ ଉପଦେଶ ରହିଛି ଯାହା କି ପ୍ରତ୍ୟେକ ମନୁଷ୍ୟ ଙ୍କୁ ଜାଣିବାର ଆବଶ୍ୟକତା ରହିଛି । ଭଗବାନ ବିଷ୍ଣୁଙ୍କର ସମସ୍ତ ଅବତାର ସହ ସମ୍ବନ୍ଧିତ ଏକ ପୌରାଣିକ ଗ୍ରନ୍ଥ ହେଉଛି ବିଷ୍ଣୁ ପୁରାଣ, ଯେଉଁଥିରେ ଲେଖାଯାଇଥିବା କଥାଗୁଡ଼ିକ କଳିଯୁଗ ସମୟରେ ବହୁତ ଫଳପ୍ରଦ ହେଉଛି । ତେବେ ଏଥିରେ ବର୍ଣ୍ଣିତ କିଛି କଥାକୁ ଆମେ ପାଳନ କଲେ ଆମ ଜୀବନର ସମସ୍ତ ବିପତ୍ତି ଟଳିଯାଇଥାଏ ।

ଆଜି ଆମେ ଆପଣଙ୍କୁ କହିବୁ, କେଉଁ କେଉଁ ଜିନିଷକୁ ଆମେ ଭୁଲରେ ମଧ୍ୟ କେବେହେଲେ ବିକିବା ଉଚିତ ନୁହେଁ । ଯଦି ଆମେ ନିଜ ଘରୁ ଏହି ଜିନିଷ ଗୁଡ଼ିକ ବିକ୍ରି କରିଥାଉ ତେବେ ଆମକୁ ଲାଭ ନୁହେଁ ଓଲଟି ଆମର କ୍ଷତି ହୋଇଥାଏ । ଏପରି ଅନେକ ଜିନିଷ ଅଛି ଆମେ ତାହା କିଛି ଦିନ ବ୍ୟବହାର କରି ବିକ୍ରି କରିଦେଉ କିମ୍ବା ଅନ୍ୟ କେତେକ ଜିନିଷ ରହିଛି ଯାହାକୁ ଆମେ ଉତ୍ପାଦନ ପରେ ବିକ୍ରି କରିଦେଇଥାଉ । ତେବେ ଏପରି କରିବା ଅନୁଚିତ ହୋଇଥାଏ ।

ପୁସ୍ତିକା ବିକ୍ରି; ଭୁଲରେ ମଧ୍ୟ ବିଦ୍ୟା ପୁସ୍ତକ ବିକ୍ରି କରିବା ଉଚିତ ନୁହେଁ ଏହା ସର୍ବଦା ଦାନ ଦେବା ଉଚିତ । ପୁସ୍ତକ କୁ କିଣି ପଢି ସାରି ବିକ୍ରି କରିବାର ଅର୍ଥ ହେଉଛି ଜ୍ଞାନର ଅପମାନ କରିବା । ତେଣୁ ଏପରି କରିବା ଅନୁଚିତ ହୋଇଥାଏ ।

ଔଷଧୀୟ ସାମଗ୍ରୀ : ପ୍ରାକୃତିକ ଦ୍ରବ୍ୟ ଔଷଧ ବିକ୍ରି କରିବା ଅନୁଚିତ ହୋଇଥାଏ । ଏପରି କରିବା ଦ୍ୱାରା ଭଗବାନ ବିଷ୍ଣୁ କ୍ରୋଧିତ ହୋଇଥାନ୍ତି । କୌଣସି ଗରିବ, ଅସହାୟ ଲୋକଙ୍କୁ ଧୋକାରେ ପକାଇ ଭୁଲ ଉପାୟରେ ଔଷଧ ବିକ୍ରି କରିବା ପାପ ସହିତ ସମାନ ହୋଇଥାଏ ।

ପ୍ରାଣୀ ହତ୍ୟା ଏବଂ ମାଂସ ବିକ୍ରି : କୌଣସି ନିରୀହ ପ୍ରାଣୀକୁ ମାରି ତାର ମାଂସକୁ ବିକ୍ରି କରିବା ବହୁତ ବଡ଼ ପାପ ହୋଇଥାଏ । ଏପରି କରିବା ବ୍ୟକ୍ତି କୁ ନର୍କ ପ୍ରାପ୍ତି ହୋଇଥାଏ ।

ଗୋରୁ ବିକ୍ରି: ଗୋମାତା ବିକ୍ରି କଲେ ବ୍ରହ୍ମ ଦୋଷ ଲାଗିଥାଏ । କାରଣ ଗୋମାତା ଶରୀରରେ ୩୩କୋଟି ଦେବା ଦେବୀ ବାସ କରନ୍ତି । ହିନ୍ଦୁ ଧର୍ମରେ ଗୋମାତାକୁ ସବୁବେଳେ ଉଚ୍ଚରେ ରଖାଯାଇଛି । କିଛି ଲୋକ ନିଜ ସ୍ୱାର୍ଥ ପାଇଁ ଗାଈର କ୍ଷୀରକୁ ବିକି ଏହାର ବ୍ୟାପାର କରିଥାନ୍ତି । ପୁରାଣ ଅନୁସାରେ, ଏହା ମହାପାପ ଶ୍ରେଣୀରେ ଆସିଥାଏ ।

ଘିଅ ବିକ୍ରି: ସେହିପରି ଗାଈର କ୍ଷୀରରୁ ପ୍ରସ୍ତୁତ ଘିଅ ସବୁବେଳେ ଘରର ହେବା ଉଚିତ । ଏହାକୁ କିଣିବା କିମ୍ବା ବିକ୍ରି କରିବା ମହାପାପ ହୋଇଥାଏ ।

ପୂଜାରେ ବ୍ୟବହୃତ ବସ୍ତ୍ର ବିକ୍ରି :ପୂଜା କାର୍ଯ୍ୟ ଆଦିରେ ବ୍ୟବହୃତ ଧଳା ବସ୍ତ୍ର ବିକ୍ରି କରାଯାଇପାରିବ । କିନ୍ତୁ ଲାଲ ବସ୍ତ୍ରକୁ ବିକ୍ରି କରିବା ବହୁତ ଅଶୁଭ ହୋଇଥାଏ ।ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Leave a Reply

Your email address will not be published. Required fields are marked *