ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମନୁଷ୍ୟ ନିଜ ଭାଷା ଦ୍ଵାରା ନିଜ ମନର ଭାବନାକୁ ଅନ୍ୟର ଆଗରେ ପ୍ରକାଶ କରିଥାଏ । ନିଜର କଥା ଦ୍ଵାରା ଆମ ଅନ୍ୟ ଜଣଙ୍କୁ ଖୁସି କରିଦେବା ସମୟରେ ବେଳେ ଆମରି କଥା ଦ୍ଵାରା ଅନ୍ୟ ଜଣଙ୍କୁ ମଧ୍ୟ ଆମେ ବେଳେ ବେଳେ ଆଘାତ ଦେଇଥାଉ । ତେଣୁ ନିଜର ବାଣୀ ଉପରେ ସଦା ସର୍ବଦା ସଂଯମତା ରକ୍ଷା କରିବା ଆବଶ୍ୟକ ହୋଇଥାଏ । ଆଜି ଆପଣ ମାନେ ଜାଣିବାକୁ ପାଇବେ ।
ଏପରି କେଉଁ ଜାଗାରେ ନିଜକୁ ଚୁପ କରି ରଖିବା ଉଚିତ । ପ୍ରଥମେ ଯେଉଁ ଜାଗାରେ ଆପଣଙ୍କ କଥାକୁ କିଏ ବୁଝୁନାହାନ୍ତି । ସେହି ଜାଗାରେ ଆପଣ ଚୁପ୍ ରହିବା ହିଁ ଠିକ କଥା ହୋଇଥାଏ । କାରଣ ସେହି ଜାଗାରେ ଆପଣଙ୍କୁ ବୁଝିଲା ଭଳି କିଛି ଲୋକ ନାହାନ୍ତି ବୋଲି ଆପଣଙ୍କୁ ବୁଝିପାରୁନାହାନ୍ତି । ତେଣୁ ସେହି ଜାଗାରେ ନିଜର କଥା କହି ନିଜକୁ ଛୋଟ କରି ରଖିବା ଆଦ୍ୱା ମଧ୍ୟ ଉଚିତ ନୁହେଁ ।
ଦିତୀୟରେ ଯେଉଁ ଜାଗାରେ ଆପଣ ଠିକ ରାସ୍ତାରେ ରହି ମଧ୍ୟ ଆପଣଙ୍କୁ ବାହାର ଲୋକ ଆପଣଙ୍କ ଆଡକୁ ଆଙ୍ଗୁଳୀ ଉଠାଇ କଥା କହୁଛନ୍ତି । ଆପଣଙ୍କୁ ଦେଖାଇ ଶିଖାଇ କହୁଛନ୍ତି। ସେହି ଜାଗାରେ ଆପଣ ଚୁପ ରହିବା ହିଁ ଉଚିତ । କାରଣ କହିଲା ଲୋକ ତ ଦୁନିଆରେ ବହୁତ ମିଳିଯିବେ କିନ୍ତୁ ସହିବା ଲୋକ ଦୁନିଆରେ ବହୁତ ଅଳ୍ପ ହିଁ ଥାଆନ୍ତି । ଆପଣ ଜାଣିଛନ୍ତି ଯେ ଆପଣ କଣ କିଏ କଣ କହୁଛି ତାହା ଆପଣଙ୍କୁ କିଛି ମଧ୍ୟ ଫରକ ପଡିବା ଉଚିତ ନୁହେଁ ।
ତୃତୀୟରେ ଯେତେବେଳେ ମଧ୍ୟ ଆପଣ ବହୁତ ରାଗିଯାଇଥିବେ । ସେତେବେଳେ ଭୁଲ୍ ରେ ମଧ୍ୟ ନିଜ ମୁହଁରୁ କିଛି ଶବ୍ଦ ବାହାର କରିବା ଉଚିତ ନୁହେଁ । କାରଣ ରାଗ ବ୍ରହ୍ମ ଚାଣ୍ଡାଳ ହୋଇଥାଏ । ରାଗ ସମୟରେ ମୁହଁରୁ ଅନ୍ୟ ପ୍ରତି କେଉଁ ପ୍ରକାର ଶବ୍ଦ ବାହାରିବ । ତାଙ୍କୁ କି ପ୍ରକାର କଷ୍ଟ ସେହି ସମୟରେ ହେବ ତାହା ଆପଣ ରାଗ ସମୟରେ ଅନୁଭବ କରିପାରିବେ ନାହିଁ ।
ଯେତେ ବେଳେ ଭାବନ୍ତି ସେତେବେଳକୁ ବହୁ ବିଳମ୍ବ ହେଇଯାଇଥାଏ । ଚତୁର୍ଥରେ ଅନ୍ୟ ଯେତେବେଳେ ରାଗ ହେଇଯାଏ । ସେତେବେଳେ ରାଗିବା ସମୟରେ ମଧ୍ୟ ତାକୁ କିଛି ସମୟ ପାଇଁ ଏକୁଟିଆ ଛାଡି ଦେବା ଉଚିତ । ସେହି ସମୟରେ ଆପଣ ତାଙ୍କୁ କିଛି କହି ତାଙ୍କୁ ଅଧିକ କ୍ରୋଧିତ କରିବା ଅନୁଚିତ । ନଚେତ ସେ ଆପଣଙ୍କ ସହିତ କିଛି ମଧ୍ୟ ଅପବ୍ୟବହାର କରିପାରନ୍ତି । ପଞ୍ଚମରେ ଯେତେବେଳେ ଅନ୍ୟ ଜଣେ କୌଣସି ପରିସ୍ଥିତି ପାଇଁ ଭାବ ବିହ୍ଵଳ ହୋଇ ଆପଣଙ୍କୁ ପାଖକୁ ଆସିଥାନ୍ତି ।
ସେହି ସମୟ ମଧ୍ୟରେ ଆପଣଙ୍କୁ କିଛି ସମୟ ଚୁପ ରହିବା ସହିତ ତାଙ୍କୁ କିଛି କହିବା ପାଇଁ ସୁଯୋଗ ଦେବା ଆବଶ୍ୟକ । କାରଣ ସେହି ସମୟରେ ଯଦି ସେ କିଛି କହିବାର ସୁଯୋଗ ପାଇବେ । ତେବେ ସେ ନିଜର ଭାବନାକୁ ଅନ୍ୟ ଆଗରେ ଖୋଲି କହିପାରିବେ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ଭୁଲିବେ ନାହିଁ ।ଧନ୍ୟବାଦ