ଜୀବନରେ କିଛି ନୂଆ କରିବାକୁ ଚାହୁଁଥିଲେ, କିଛି Ignore କରିବାକୁ ପ୍ରସ୍ତୁତ ହୋଇଯାଆନ୍ତୁ, ବହୁତ ଶୀଘ୍ର ସଫଳତା ହାସିଲ କରନ୍ତୁ

ନମସ୍କାର ବନ୍ଧୁଗଣ, ଜୀବନରେ ଆଗକୁ ବଢିବାକୁ ଚାହିଁବା ମାନେ ତ ନିହାତି ଭାବରେ ଆମ ସାମ୍ନାରେ ଅନେକ ବଡ ବଡ ସମସ୍ୟା ମାନ ଆସିବା କିନ୍ତୁ ଯଦି ଆପଣ ତାହାକୁ ଆପଣଙ୍କ ମୁଣ୍ଡରେ ପୁରାଇ ବସି ପଡିବେ ଆଉ ଚିନ୍ତାରେ ଆପଣଙ୍କ ମୁଣ୍ଡ ଭାରି କରିନେବେ ତେବେ ସେହିଠାରେ ହିଁ ଆପଣ ଜୀବନର ଦୌଡ ହାରିଯିବେ । ତେଣୁ ଜୀବନରେ ଆଗକୁ ବଢିବାର ଅଛି ତ ଅଣଦେଖା କରିବାକୁ ପଡିବ କିଛି ଜିନିଷକୁ କିଛି କଥାକୁ । ତେବେ ଆସନ୍ତୁ ଜାଣିବା କେଉଁ ସବୁକଥାକୁ ଆପଣ ଅଣଦେଖା କରିବା ଉଚିତ ।

ଜୀବନରେ ଆଗକୁ ବଢିବାକୁ ହେଲେ ଚିନ୍ତାକୁ ତଳେ ଛାଡିବାକୁ  ହେବ । ଆଉ ଚିନ୍ତା ଯେଭଳି ଆପଣଙ୍କ ମୁଣ୍ଡରେ ଭାରି ନହେବ ସେଥିପାଇଁ ଆପଣଙ୍କୁ ଆସୁଥିବା ଚିନ୍ତାର କାରଣକୁ ଅଣଦେଖା ତ ନିଶ୍ଚନ୍ତ କରିବାକୁ ପଡିବ । ସଫଳତାର ସିଢି ଚଢିବା ପାଇଁ ହେଲେ ଆପଣଙ୍କୁ ଅଣଦେଖା କରିବା ଶିଖିବା ପାଇଁ ହିଁ ପଡିବ ।

ଉଦାହରଣ ସ୍ୱରୂପ ଆପଣଙ୍କୁ ଏକ ପାଣି ବୋତଲ ଦିଆଯିବ ହାତରେ ଧରି ଠିଆ ହେବା ପାଇଁ ତାହା ବହୁତ ହାଲକା ହଁ ନା ବନ୍ଧୁଗଣ । ତାହାର ଓଜନ ମଧ୍ୟ କମ । କିନ୍ତୁ ଯଦି ସେହି ବୋତଲକୁ ଆପଣଙ୍କୁ ଅଧିକ ସମୟ ଧରି ଠିଆ ହେବାକୁ କୁହାଯିବ ଯେମିତି କି ଏକ ଘଣ୍ଟା କିମ୍ବା ଦୁଇ ଘଣ୍ଟା କଣ ଆପଣ ତାହାକୁ ଧରି ଠିଆ ହୋଇପାରିବେ ନାହିଁ ନା । ତେବେ କାହିଁକି ଟିଆ ହୋଇପାରିବେ ନାହିଁ ।

ବୋତଲର ଓଜନ ଆଗରୁ ଯେତିକି ଥିଲା ଏକ ଘଣ୍ଟା ପରେ ମଧ୍ୟ ସେତିକି ଥାଏ କିନ୍ତୁ ତାହାକୁ ଅଧିକ ସମୟ ଧରି ରହିବା ପାଇଁ କ୍ଷମତା ନଥାଏ ବା ଧର୍ଯ୍ୟ ନଥାଏ । ତେଣୁ ଆମେ ତାହାକୁ ତଳେ ପକାଇ ଦେବା ହିଁ ଉଚିତ ହୋଇଥାଏ । ସେହିଭଳି ଜୀବନର  ବୋଝ ମଧ୍ୟ ସମାନ ହୋଇଥାଏ । ତାହାକୁ ଅଧିକ ସମୟ ପର୍ଯ୍ୟନ୍ତ ସାଙ୍ଗରେ ଯାଇ ହୋଇନଥାଏ ତେଣୁ ତାହାକୁ କିଛିଦିନ ପରେ ଭୁଲିଯିବା ହିଁ ଉଚିତ ହୋଇଥାଏ ।

କିଛି କଥାକୁ ଧରି ତାହାକୁ ସାଥିରେ ନେଇ ଚିନ୍ତା କରି ଆଗକୁ ବଢି ସଫଳତା ହାସଲ କରିବା କଣ ସମ୍ଭବ କି ! ଏହାର ଉତ୍ତର ହେବ ନା କାରଣ କେବେ ବି ବୋଝକୁ ସାଙ୍ଗରେ ନେଇ ମଣିଷ ସଫଳ ହୋଇପାରେ ନାହିଁ ହାରିଯାଏ । ଚିନ୍ତା କର କିନ୍ତୁ କିଛି ସମୟ ପର୍ଯ୍ୟନ୍ତ, କଥାକୁ ଧର କିନ୍ତୁ କିଛି ଦିନ ପର୍ଯ୍ୟନ୍ତ ସାରା ଜୀବନ ଏହାକୁ ମୁଣ୍ଡାଇବେ ତ ଏହି କଥାକୁ ଭାବି ଭାବି ଆପଣଙ୍କ ଜୀବନ ଅତିବାହିତ ହୋଇଯିବ ।

ସଫଳତା ଆଡକୁ ଆପଣ କେବେ ଅଗ୍ରସର ହେବାର କାଥା ଭାବିପାରିବେନି କି ସଫଳ ମଧ୍ୟ ହୋଇପାରିବେ ନାହିଁ । ତେଣୁ ଜୀବନରେ ଆଗକୁ ବଢିବାକୁ ହେଲେ କିଛି କଥାକୁ କିଛି ସମୟ ପରେ ଅଣଦେଖା କରିଦେବା ହିଁ ଠିକ ହୋଇଥାଏ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର  କରିବା ପାଇଁ ଜମା ବି ଭୁଲିବେନି ।

Leave a Reply

Your email address will not be published. Required fields are marked *