Chanakya Niti- ଜୀବନରେ ଥରୁଟେ ଲାଜ ନକରି କରନ୍ତୁ ଏହି ଗୋଟିଏ କାମ, ସର୍ବଦ ଖୁସି ରହିବେ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଆପଣ ଏକ ଭୁଲ କାର୍ଯ୍ୟ କରି ମଧ୍ୟ ସେଥିରେ ସଫଳତା ହାସଲ କରି ପାରିବେ । କେବଳ ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି, ସେହି କାର୍ଯ୍ୟ କୁ ଲାଜ ନକରି କରିବା ଉଚିତ । ଏହାଦ୍ବାରା ଆପଣ ସଫଳ ହେବେ ଏବଂ କୋଟିପତି ମଧ୍ୟ ହୋଇପାରିବେ । ଆପଣ କୌଣସି ଜିନିଷ ମାଗିବା ପୂର୍ବରୁ ଆଦୋୖ ଲାଜ କରନ୍ତୁ ନାହିଁ । ନଚେତ ଆପଣଙ୍କୁ ସେଥିରେ ସଫଳତା ମିଳିବ ନାହିଁ ।

ଶାସ୍ତ୍ର ରେ ମଧ୍ୟ ଏହି ସମ୍ବନ୍ଧରେ ଉଲ୍ଲେଖନୀୟ ରହିଛି । ମହର୍ଷି ଚାଣକ୍ୟଙ୍କ ନୀତି ରେ ଥିବା ଗୁରୁତ୍ୱପୂର୍ଣ୍ଣ ତଥ୍ୟ କୁ ଯେଉଁ ବ୍ୟକ୍ତି ଅବଲମ୍ବନ କରିଥାଏ ଏବଂ ନିଜ ଜୀବନରେ ପ୍ରୟୋଗ କରିଥାଏ, ସେହି ବ୍ୟକ୍ତି କେବେବି ଅସଫଳ ହୋଇନଥାଏ ଏବଂ କେବଳ ଜୀବନ ରେ ସଫଳ ହୋଇଥାଏ । ଆଜି ଆମେ ଆପଣ ମାନଙ୍କୁ କହିବୁ କେଉଁ କାର୍ଯ୍ୟ କରିବା ସମୟରେ ଆଦୋୖ ଲାଜ କରିବା ଉଚିତ ନୁହେଁ । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।

୧. ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଯେଉଁ ବ୍ୟକ୍ତି ଭୋଜନ କରିବା ସମୟରେ ଲାଜ କରିଥାଏ ସେହି ବ୍ୟକ୍ତି କୁ ଆଦୋୖ ଲାଜ କରିବା କଥା ନୁହେଁ । କାରଣ ଏହାଦ୍ବାରା ଭୋକ ରେ ରହିବାକୁ ପଡ଼ିଥାଏ ଏବଂ ଭୋକରେ ରହିବା ଦ୍ଵାରା ବ୍ୟକ୍ତି ସବୁବେଳେ କ୍ରୋଧ କରିଥାଏ । ଯାହାଦ୍ୱାରା ସେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହୋଇଥାଏ ଏବଂ ଏହା ସହିତ ଭୋଜନ କରିବା ବେଳେ ଲାଜ କରିବା ଦ୍ୱାରା ଅନ୍ନ ର ଅପମାନ ହୋଇଥାଏ । ତେଣୁ ଏହା ଅନୁଚିତ ।

୨. ପ୍ରତ୍ୟେକ ବ୍ୟକ୍ତି ଙ୍କୁ ନିଜ ଗୁରୁ ଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ ଆଦୋୖ ଲାଜ କରିବା ଉଚିତ ନୁହେଁ । କିମ୍ବା ନିଜ ଠାରୁ ବଡ଼ ବ୍ୟକ୍ତି ଙ୍କ ଠାରୁ ଜ୍ଞାନ ଗ୍ରହଣ କରିବା ସମୟରେ ଲାଜ କରିବା ଅନୁଚିତ ହୋଇଥାଏ । କାରଣ ଯେଉଁ ବ୍ୟକ୍ତି ଜ୍ଞାନ ଗ୍ରହଣ କରିବା ସମୟରେ ଲାଜ କରିଥାଏ, ସେହି ବ୍ୟକ୍ତି ର ଜ୍ଞାନ ଅଧା ରହିଯାଏ ଏବଂ ସେ ଜୀବନରେ କେବେବି ସଫଳ ହୋଇ ପାରିନଥାଏ । ତେଣୁ ଏପରି କରିବା ଅନୁଚିତ ଅଟେ । ଅଧା ରହିଥିବା ଜ୍ଞାନ ସବୁଠାରୁ ବଡ଼ ହାର୍ ବୋଲି ମାନା ଯାଇଥାଏ ଏବଂ ଏହା ବହୁତ ବଡ଼ କମଜୋରି ଅଟେ ।

୩. ଯେ କୌଣସି ବ୍ୟକ୍ତି ନିଜର ଧନ କୁ ଅନ୍ୟ କୌଣସି ବ୍ୟକ୍ତି କୁ ଦେଇଥାଏ, ସେ ସଠିକ ସମୟରେ ସେହି ଧନ କୁ ମାଗିବା ଉଚିତ । ଯଦି ନିଜର ଟଙ୍କା ମାଗିବା ସମୟରେ ଆପଣ ଲାଜ କରିଥାନ୍ତି, ତେବେ ଆପଣ ଜୀବନରେ କେବେବି ଧନୀ ହୋଇ ପାରନ୍ତି ନାହିଁ । ତେଣୁ ନିଜର ଦେଇଥିବା ଟଙ୍କା ସଠିକ ସମୟରେ ମାଗନ୍ତୁ ଏବଂ ମାଗିବା ସମୟରେ ଆଦୋୖ ଲାଜ କରନ୍ତୁ ନାହିଁ ।ତେଣୁ ପ୍ରତ୍ୟେକ ବ୍ୟକ୍ତି ଙ୍କୁ ଏହି ୩ଟି କାର୍ଯ୍ୟ କରିବା ସମୟରେ ଆଦୋୖ ଲାଜ କରିବା ଉଚିତ ନୁହେଁ । ଏପରି କରିବା ଦ୍ୱାରା ହିଁ ଆପଣ ନିଜ ଜୀବନ ରେ ସଫଳତା ହାସଲ କରି ପାରିବେ ।

ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *