ଜୀବନରେ ହାରି ଯାଇଥିଲେ କିମ୍ବା ଥକି ଯାଇଥିଲେ ଏହି କାହାଣୀକୁ ଥରେ ନିଶ୍ଚୟ ଦେଖନ୍ତୁ ! (Motivational Story)

ବନ୍ଧୁଗଣ, ଏହି କାହାଣୀ ଟିକୁ ଆପଣ ସେତେବେଳେ ମନେ ପକାଇବେ ଯେତେବେଳେ ଆପଣ ସମ୍ପୂର୍ଣ୍ଣ ହାରି ଯାଇଥିବେ । ଯଦି ଏହି କାହାଣୀ କୁ ଆପଣ ଜୀବନର ଅମୂଲ୍ୟ ଶିକ୍ଷା ଭାବି ପଢ଼ିବେ ତେବେ ଆପଣଙ୍କ ଜୀବନ ପରିବର୍ତ୍ତନ ହେବ । ଆପଣ କୌଣସି ଅବସ୍ଥାରେ ଥାଆନ୍ତୁ କିମ୍ବା ଯେକୌଣସି ବଡ ସମସ୍ୟା ରେ ଥାଆନ୍ତୁ ସେହି ସମୟରେ ଯଦି ଆପଣ ଏହି ଅମୂଲ୍ୟ ଶିକ୍ଷା କୁ ମନେ ପକାଇ ପାରିଲେ ତେବେ ଆପଣଙ୍କ ଜୀବଶୈଳୀରେ ଅକସ୍ମାତ ପରିବର୍ତ୍ତନ ଆସିବ ଓ ଆପଣ ସଫଳତା ର ଆକାଶ ଛୁଇଁବେ ।

ଯେତେବେଳେ ମଣିଷ ଜୀବନରେ ସମ୍ପୂର୍ଣ୍ଣ ହାରି ଯାଇଥାଏ କିମ୍ବା ଥକି ଯାଇଥାଏ ସେତେବେଳେ ସେ ସାହାରା ଖୋଜିଥାଏ । ତାକୁ ଶକ୍ତି ଓ ଉର୍ଜାର ଆବଶ୍ୟକ ହୋଇଥାଏ । କୌଣସି ଏକ ସ୍ଥାନରେ ସାଧୁ ସନ୍ଥ ଥିଲେ । ସେହି ସନ୍ଥଙ୍କ ର ଗୋଟେ ବଡ ଗୁଣ ଥିଲା ଯଦି କୌଣସି ଅଞ୍ଚଳ ରେ ବର୍ଷା ନ ହେଉଛି ତାଙ୍କୁ ସେହି ସ୍ଥାନ କୁ ଡକାଯାଇଥାଏ । ସେ ସନ୍ଥ ସେହି ସ୍ଥାନକୁ ଯାଇ ନୃତ୍ୟ କଲେ ବର୍ଷା ହେବା ପାଇଁ ବାଧ୍ୟ ହୋଇଥାଏ ।

ଲୋକମାନଙ୍କର ମଙ୍ଗଳ ସାଧ୍ୟ ମଧ୍ୟ ହୋଇଥାଏ । ଏହି ଜିନିଷକୁ କିଛି ଅହଙ୍କାରୀ ଯୁବକ ମାନେ ସହ୍ୟ କରିପାରିଲେ ନାହିଁ । ସେମାନେ କହିଲେ ଯେଉଁ ଜାଗାରେ ବର୍ଷା ନ ହେଉଛି ଆମ୍ଭେ ଯାଇ ନାଚିବୁ । ପ୍ରଥମ ଯୁବକ ଜଣକ ଯାଇ ନଚିଲା ବହୁତ ସମୟ ନାଚିଲା ପରେ କିଛି ଫଳ ହେଲା ନାହିଁ । ନାଚି ନାଚି ରାତି ହୋଇଗଲା ଏବଂ ସେ ଥକି ବସିଗଲା ।

ତାହାପରେ ଦ୍ଵିତୀୟ ଯୁବକ ଜଣକ ଅର୍ଦ୍ଧ ରାତି ଯାଏଁ ନାଚିଲା । ତହିଁ ପରେ ସକାଳେ ସାଧୁ ଜଣଙ୍କ ନାଚିବା ଆରମ୍ଭ କଲେ । କିଛି ଦିନ ପରେ ସେହି ଜାଗାରେ ବର୍ଷା ହେବାକୁ ଲାଗିଲା । ସବୁ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇ ସେହି ସାଧୁଙ୍କୁ ପଚାରିଲେ ଏବଂ ସେହି ଦୁଇ ଘମଣ୍ଡ ଯୁବକ ମଧ୍ୟ ପଚାରିଲେ । ଆମ୍ଭେ ଦୁଇ ଦିନ ଧରି ନାଚିଲୁ ବର୍ଷା ହେଲା ନାହିଁ କିନ୍ତୁ ଆପଣ ଦୁଇ ଦିନ ନାଚିଲେ ବର୍ଷା ହେଲା ଏହାର କାରଣ କଣ ?

ଆପଣଙ୍କର ଗୁରୁ କିଏ ଆପଣ କେଉଁ ଅମୂଲ୍ୟ ଶିକ୍ଷା ଜାଣିଛନ୍ତି ଆମ୍ଭକୁ କୁହନ୍ତୁ ? ସେହି ସନ୍ଥ କହିଲେ ମୋର ଗୁରୁ ହେଉଛି ଗୋଟେ ଛୋଟ ଝିଅ । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ଚକିତ ହେଲେ । ଲୋକମାନଙ୍କ ସଙ୍କା ଦୂର କରିବା ପାଇଁ ସନ୍ଥ କହିଲେ କିଛି ବର୍ଷ ପୂର୍ବରୁ କୌଣସି ଏକ ଜାଗାରେ ବର୍ଷ ବର୍ଷ ଧରି ବର୍ଷା ହେଉ ନଥିଲା ।

ହାହାକାର ପଡ଼ିଲା ଏବଂ ଲୋକମାନେ ତ୍ରାହି ତ୍ରାହି ଡାକିଲେ । ମରିବା ପୂର୍ବରୁ ସେମାନେ ପାହାଡ ଉପରେ ଥିବା ଗୋଟେ ସାଧୁଙ୍କ ପାଖକୁ ଗଲେ । ତାଙ୍କୁ ସବୁ କଥା ଜଣାଇଲେ । ସାଧୁ ଜଣଙ୍କ ଯଜ୍ଞ କରିବା ପାଇଁ ବ୍ୟବସ୍ଥା କଲେ । ଏହି ଯଜ୍ଞ ରେ ସମସ୍ତେ ଯୋଗ ଦେବାକୁ ସାଧୁ କହିଲେ । ଯଜ୍ଞ ଦୁଇ ଦିନ ହେଲା କିନ୍ତୁ କିଛି ଫଳ ହେଲା ନାହିଁ । ଲୋକମାନେ ନିରାଶ ହେଲେ । ସାଧୁ କହିଲେ ଏବେ ମୋ ହାତରେ କିଛି ନାହିଁ ତୁମ୍ଭେମାନେ ସେହି ଭଗବାନ ଙ୍କୁ ପ୍ରାର୍ଥନା କର ସେହି ତୁମ୍ଭ ଡାକ ଶୁଣିବେ ।

ସବୁ ଲୋକମାନେ ଭଗବାନଙ୍କ କୀର୍ତ୍ତନ କରି ନାଚି ଗୁହାରି କରିବାକୁ ଲାଗିଲେ । ସେହିଠାରେ ଗୋଟେ ଛୋଟ ଝିଅଟି ଛତା ଧରି ନାଚୁ ଥାଏ । ଏହା ଦେଖି ସମସ୍ତେ ପଚାରିଲେ ଏତେ ଦିନ ଯାଏ ବର୍ଷା ହେଇନି ତୁମେ ଛତା ଧରି କଣ ନାଚୁଛ ? ଝିଅଟି କହିଲା ଯଦି ବର୍ଷା ହେବ ମୁଁ ଭିଜି ଯିବି ଓ ମୋର ଦେହ ଖରାପ ହୋଇଯିବ । ସେଥିପାଇଁ ମୁଁ ଛତା ଧରି ନାଚୁଛି । ଦୁଇ ଦିନ ବିତିଗଲା କିନ୍ତୁ ବର୍ଷା ହେଲା ନାହିଁ ।

ସମସ୍ତେ ନିରାଶ ହୋଇ ଫେରିଗଲେ । କିନ୍ତୁ ସେହି ଝିଅଟି ଦୃଢ଼ ବିଶ୍ଵାସ ସହ ଭଗବାନ ଙ୍କ ନାମ ଧରି ନାଚୁଥାଏ । ପାଞ୍ଚ ଦିନ ପରେ ବାଦଲ ଫାଟି ବର୍ଷ ହେଲା । ସମସ୍ତେ ଖୁସି ରେ ଆନନ୍ଦରେ ବିହ୍ୱର ହେଲେ । ସମସ୍ତେ କହିଲେ ଧନ୍ୟ ସେ ସାଧୁଙ୍କୁ ଯାହାଙ୍କ ଯଜ୍ଞ କାରଣରୁ ବର୍ଷା ହେଲା । ସମସ୍ତେ ମିଶି ସେ ପାହାଡ ଉପରର ସାଧୁଙ୍କ ପାଖକୁ ଗଲେ ତାଙ୍କୁ ଧନ୍ୟବାଦ ଜଣାଇବା ପାଇଁ, ସମସ୍ତେ ସାଧୁଙ୍କୁ ବହୁତ ବହୁତ ଧନ୍ୟବାଦ ଦେଲେ ଆପଣଙ୍କ ପାଖରେ ଚମତ୍କାର ଶକ୍ତି ଅଛି ଯାହା ପାଇଁ ଅଞ୍ଚଳରେ ଏତେ ବର୍ଷ ପରେ ବର୍ଷା ହେଲା ।

କିନ୍ତୁ ସେହି ସାଧୁ କହିଲେ ମତେ ଧନ୍ୟବାଦ ଦିଅ ନାହିଁ । ଏହି ଝିଅ କୁ ଧନ୍ୟବାଦ ଓ କୃତଜ୍ଞତା ଜଣାଅ । ଆଜିଠାରୁ ଏହି ଝିଅ ହେଉଛି ମୋର ଗୁରୁ । କାରଣ ଏହି ଝିଅ କାରଣରୁ ଆଜି ବର୍ଷା ହୋଇଛି । ଏହା ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହେଲେ । ସାଧୁ କହିଲେ ଏହି ଝିଅ ଜଣଙ୍କ ମୋତେ ଜୀବନ ର ଦୁଇଟି ଅମୂଲ୍ୟ ଶିକ୍ଷା ଦେଇଛି । ଯାହା ଜୀବନର ପ୍ରତେକ କ୍ଷେତ୍ରରେ କାମରେ ଆସିବ । ପ୍ରଥମ ହେଉଛି ଏହି ଝିଅଟି ଛତା ଧରି ଆସିଥିଲା କାରଣ ତାର ଦୃଢ଼ ବିଶ୍ଵାସ ଥିଲା ଯେ ଯଜ୍ଞ ହେବ ବର୍ଷା ନିଶ୍ଚିତ ଭାବରେ ହେବ ।

ସେଥିପାଇଁ ସେ ଛତା ନେଇ ଆସିଥିଲା । ଦ୍ଵିତୀୟ ଟି ହେଉଛି ସେ ବିଶ୍ୱାସ ର ସହିତ ସେତେବେଳ ଯାଏ କାର୍ଯ୍ୟ କରିଥିଲା ଯେତେବେଳ ଯାଏଁ ସଫଳତା ପ୍ରାପ୍ତ ନ ହୋଇଥିଲା । ଯଜ୍ଞ ମୁଁ ଦୁଇ ଦିନ କରି ବନ୍ଦ କରିଦେଲି ଓ ଆପଣ ମାନେ ଗୋଟେ ଦିନ ପ୍ରାର୍ଥନା କରି ବନ୍ଦ କରିଦେଲେ କିନ୍ତୁ ସେହି ଝିଅଟି ପାଞ୍ଚ ଦିନ ଯାଏ ଏଠି ଈଶ୍ୱରଙ୍କୁ ପ୍ରାର୍ଥନା କରିଛି ତାର ଦୁଃଖ ଜଣାଇଛି । ତେଣୁ ଇଶ୍ଵର ତାର ଡାକ ଶୁଣିଲେ ଓ ବର୍ଷା ହେଲା । ଏଥିରେ ମୋର କିଛି ଅବଦାନ ନାହିଁ । ଏହି ଦୁଇଟି ଅମୂଲ୍ୟ ଶିକ୍ଷା ଆଜି ମୁ ତାହା ଠାରୁ ଶିଖିଲି । ଆଜି ଠୁ ଏହି ଛୋଟ ଝିଅକୁ ମୋର ଗୁରୁ ବୋଲି ଗ୍ରହଣ କଲି ।

ଯିଏ ଜ୍ଞାନ ଦିଅନ୍ତୁ ସତ ମାର୍ଗ ଦେଖନ୍ତି ସେ ହେଉଛନ୍ତି ଗୁରୁ ବୟସ କିଛି ବି ହେଉ । ଏତିକି କହିଲେ ସେହି ସନ୍ଥ ଜଣଙ୍କ ତେଣୁ ସେହି ଝିଅ ହେଉଛି ମୋର ଗୁରୁ । ଆପଣ ନାଚିଲେ ବର୍ଷା ହେଲା ନାହିଁ । ମୁଁ ନଚିଲି ବର୍ଷା ହେଲା କାରଣ ମୁ ନାଚିବା ଆଗରୁ ପୂର୍ଣ୍ଣ ବିଶ୍ୱାସର ସହ ନାଚିବା ଆରମ୍ଭ କଲି । ମୁଁ ନାଚିବି ଅର୍ଥାତ ବର୍ଷା ହେବ ଏବଂ ସେ ପର୍ଯ୍ୟନ୍ତ ନାଚିବି ଯେଉଁ ପର୍ଯ୍ୟନ୍ତ ବର୍ଷା ହେଇନାହିଁ ।

ତେଣୁ ମଣିଷ ଯେଉଁ କାର୍ଯ୍ୟ କରିଥାଏ ଅଧା ଅନ୍ତର ରୁ ଅଧା ବିଶ୍ୱାସ ର ସହ କରିଥାଏ ତେଣୁ ସଫଳ ହୋଇନଥାଏ । କାରଣ ମଣିଷ ମନରେ ଶଙ୍କା ଥାଏ । ସେହି ଶଙ୍କା ହେଉଛି ଅସଫଳତା ର ମୁଖ୍ୟ କାରଣ । ତେବେ ଏହାକୁ ନେଇ ଆପଣଙ୍କ ମତାମତ କଣ ନିଶ୍ଚିତ ଜଣାନ୍ତୁ । ପୋସ୍ଟ ଟି ପୁରା ପଢିଥିବାରୁ ଧନ୍ୟବାଦ ! ଆମ ପୋସ୍ଟ ଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରିବେ ।

Leave a Reply

Your email address will not be published. Required fields are marked *