Vastu Tips- ଝାଡୁକୁ ଘରର ଏହି ଦିଗରେ ରଖନ୍ତୁ, ହେବ ମା’ ଲକ୍ଷ୍ମୀଙ୍କ କୃପା, ବଢି ଚାଲେ ଧନ ସମ୍ପତି

ବନ୍ଧୁଗଣ, ଆଜି ଆମ୍ଭେ ଆପଣ ମାନଙ୍କୁ ଝାଡୁ ସମ୍ବନ୍ଧରେ କିଛି ମହତ୍ଵପୂର୍ଣ୍ଣ ତଥ୍ୟ ଦେବାକୁ ଯାଉଅଛୁ । ଆପଣ ଜାଣିଛନ୍ତି କି ଘରର ଝାଡୁ ଆର୍ଥିକ ଦୃଷ୍ଟିରୁ ବହୁତ ଗୁରୁତ୍ଵପୂର୍ଣ୍ଣ ହୋଇଥାଏ । ଝାଡୁ ମଣିଷ କୁ କରୋଡ ପତି ବନାଇ ପରେ ଏବଂ ଭିକାରୀ ମଧ୍ୟ ବନାଇ ପାରେ । ଶାସ୍ତ୍ର ଅନୁସାରେ ଝାଡୁ ର ଅନେକ ମହତ୍ଵ ରହିଅଛି । ଶାସ୍ତ୍ର ରେ ଝାଡୁ କୁ ମାତା ଲକ୍ଷ୍ମୀ ବୋଲି ମାନାଯାଇଅଛି । ଏବଂ ଛିଣ୍ଡା ଏବଂ ଅପରିଷ୍କାର ଝାଡୁ କୁ ଅଲକ୍ଷ୍ମୀ ବୋଲି ମାନା ଯାଇଅଛି ।

ଝାଡୁର ସଠିକ ବ୍ୟବହାର ଆମ୍ଭ ଜୀବନରେ ସଫଳତା ର ଦ୍ଵାର ଖୋଲିଦେଇଥାଏ । ମାତ୍ର ଭୁଲ ବ୍ୟବହାର ଦରିଦ୍ରତାର କାରଣ ହୋଇଥାଏ । ବନ୍ଧୁଗଣ ଆମ୍ଭେ ସାଧାରଣତ ସକାଳେ ଝାଡୁ କରିଥାଉ । ଏହା ବହୁତ ଭଲ ହୋଇଥାଏ । କିନ୍ତୁ ଆପଣ ଗୋଟିଏ କଥା ମନେ ରଖନ୍ତୁ ଯେ ସନ୍ଧ୍ୟା ସମୟରେ ଝାଡୁ କରନ୍ତୁ ନାହିଁ । ସନ୍ଧ୍ୟା ସମୟରେ ଝାଡୁ କରିଲେ ମାତା ଲକ୍ଷ୍ମୀ ଅସନ୍ତୁଷ୍ଠ ହୋଇଥାନ୍ତି ।

ଆସନ୍ତୁ ବର୍ତ୍ତମାନ ଜାଣିବା ଝାଡୁ ଘରର କେଉଁ କୋଣ ରେ ରଖିବା ଉଚିତ ଏବଂ କେଉଁ କୋଣରେ ରଖିବା ଅନୁଚିତ ? ଘରର ଇଶାଣ କୋଣରେ ଅର୍ଥାତ ଯେଉଁ କୋଣରେ ଆମ୍ଭେ ଠାକୁର ଘର ବନେଇଥାଉ, ସେହି କୋଣରେ ଝାଡୁ ରଖିବା ଉଚିତ ନୁହେଁ । ବିଶେଷ କରି ଠାକୁର ଘରେ ଝାଡୁ ଆଦୌ ରଖନ୍ତୁ ନାହିଁ । କାରଣ ଏହା ହେଉଛି ଦେବତା ମାନଙ୍କର ସ୍ଥାନ । ଏଭଳି କରିବା ଦ୍ଵାରା ଦେବତା ମାନେ ଅସନ୍ତୁଷ୍ଠ ହୋଇଥାନ୍ତି ।

ଏହା ସହିତ ଏହା ଆମ୍ଭର ଦୁର୍ଭାଗ୍ୟ ର କାରଣ ବନିଥାଏ । ଆସନ୍ତୁ ବର୍ତ୍ତମାନ ଜାଣିବା କେଉଁ କୋଣରେ ଝାଡୁ ରଖିବା ଉଚିତ ? ଘରର  ଦକ୍ଷିଣ-ପଶ୍ଚିମ କୋଣ ରେ ଝାଡୁ ରଖିବା ଉଚିତ । ଏହା ଝାଡୁ ରଖିବାର ସବୁଠାରୁ ଉତ୍ତମ ଜାଗା ହୋଇଥାଏ । ଏହି କୋଣରେ ଝାଡୁ ରଖିବା ଦ୍ଵାରା ଘରର ମାଲିକ କୁ ଧନ ଯଥେଷ୍ଟ ମାତ୍ରାରେ ମିଳିଥାଏ । ଘରକୁ ସବୁବେଳେ ସଫା ସୁତରା ରଖିବା ଦ୍ଵାରା ଘରେ ମାତା ଲକ୍ଷ୍ମୀ ବାସ କରିଥାନ୍ତି ।

ଗୁରୁବାର ଦିନ ଭୁଲ ରେ ମଧ୍ୟ ପୋଛା ଲଗାନ୍ତୁ ନାହିଁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ରାଗିଯାଇଥାନ୍ତି । ଆପଣ ଗୁରୁବାର ଛାଡି ଅନ୍ୟ ସବୁ ବାରରେ ପୋଛା ଲଗାଇ ପାରିବେ । ମୁଖ୍ୟତ ଝାଡୁ କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି ମାନାଯାଇଅଛି । ଏଥିପାଇଁ ଝାଡୁ କୁ ଲୁଚେଇଲା ଭଳି ରଖନ୍ତୁ । ଖୋଲା ଜାଗାରେ ରଖନ୍ତୁ ନାହିଁ ଯଦି ସମ୍ଭବ, ଏହାକୁ ଘରର କୌଣସି ରୁମ ର ପଶ୍ଚିମ ଦିଗରେ ରଖନ୍ତୁ ।

କେବେ ହେଲେ ମଧ୍ୟ ଆପଣ ଝାଡୁକୁ ରୋଷେଇ ଘରେ ରଖନ୍ତୁ ନାହିଁ । ଏହା ଦ୍ଵାରା ଘରର ସଦସ୍ୟ ମାନଙ୍କୁ ସ୍ୱାସ୍ଥ୍ୟ ସମ୍ବନ୍ଧିତ ରୋଗ ହୋଇପାରେ । ଶନିବାର ଦିନ ଝାଡୁ କୁ ଘରକୁ ଆଣନ୍ତୁ ନାହିଁ । ଯଦି ଆମ୍ଭେ କିଛି ନିୟମ ମାଣିବାରେ ଆମ୍ଭ ପରିବାର ତଥା ଆମ୍ଭର ଉପକାର ହୋଇଥାଏ, ତେବେ ଏ ସବୁ ନିଶ୍ଚିତ ମାନିବା ଉଚିତ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *