Vastu Tips- ରାତିରେ ଶୋଇବା ପୂର୍ବରୁ ଝାଡୁ ତଳେ ରଖି ଦିଅନ୍ତୁ ଏହି 1 ଜିନିଷ କେବେ ବି ହେବନି ଧନର ଅଭାବ

ନମସ୍କାର ବନ୍ଧୁଗଣ, ଜୀବନରେ ସୁଖ ଶାନ୍ତିର ଆଗମନ କରିବା ପାଇଁ ହେଲେ ସର୍ବଦା ଘରର ସମସ୍ତ ଜିନିଷକୁ ବାସ୍ତୁ ଅନୁଯାୟୀ ଉଚିତ ସ୍ଥାନରେ ରଖିବା ଆବଶ୍ୟକ । ତେବେ ଆପଣଙ୍କ ଘରର ଅଲିଆକୁ ସଫା କରୁଥିବା ଝାଡୁର ମହତ୍ଵ ବହୁତ ଅଧିକ ରହିଥାଏ ଆପଣଙ୍କ ଜୀବନରେ । ଝାଡୁକୁ ନେଇ କିଛି ନିୟମ ରହିଛି କାରଣ ଝାଡୁ ମାତା ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ ଯାହା ଫଳରେ ଆପଣଙ୍କ ଜୀବନରେ ଧନ ସମ୍ପତ୍ତିର ଆଗମନ ହୋଇଥାଏ ।

ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଆପଣ ଝାଡୁ ତଳେ କେଉଁ ଜିନିଷ ରଖିବା ଫଳରେ ଅଭାବ ଦେଖା ଦେଇନଥାଏ । ପ୍ରଥମ: ସର୍ବଦା ମନେରଖିବେ ସ୍ଵାମୀ ସ୍ତ୍ରୀ ଶୋଉଥିବା ଶୋଇବା ଘରେ କେବେ ମଧ୍ୟ ଝାଡୁ ରଖିବା ଉଚିତ ନୁହେଁ । ଦିତୀୟ: ଯେଉଁ କକ୍ଷରେ ଆପଣଙ୍କ ଘରର ଅତିଥି ଆସି ବସିଥାନ୍ତି ସେହି କକ୍ଷରେ ଥିବା ଖଟ କିମ୍ବା ସୋଫା ତଳେ  ଆପଣଙ୍କୁ ଝାଡୁ ରଖିବା ଅନୁଚିତ । ଏହା ଫଳରେ ଶାଶୁ ବୋହୁ ମଧ୍ୟରେ ସମ୍ପର୍କ ଖରାପ ହୋଇଥାଏ ।

ତୃତୀୟ: ଆପଣ ନିଜର ରୋଷେଇ ଘରେ କେବେ ମଧ୍ୟ ଝାଡୁ ରଖନ୍ତୁ ନାହିଁ । କାରଣ ଏହା ଫଳରେ ଆପଣଙ୍କ ଘରେ ଥିବା ପିଲାଙ୍କ ମଧ୍ୟରେ କ୍ରୋଧ ବଢିଥାଏ । ଚତୁର୍ଥ: ସନ୍ଧ୍ୟା ସମୟରେ କେବେ ଝାଡୁ ଲଗାଇବା ଉଚିତ ହୋଇନଥାଏ । କାରଣ ସନ୍ଧ୍ୟା ସମୟରେ ଭଗବାନ ବିଚରଣ କରିଥାନ୍ତି ଯାହାଫଳରେ ତାଙ୍କର ଅପମାନ ହୋଇଥାଏ ।

ପଞ୍ଚମ: ଆପଣ ଘରେ ବ୍ୟବହାର କରୁଥିବା ଝାଡୁ ଯଦି ପୁରୁଣା ହୋଇଯାଏ ତେବେ ସେହି ଝାଡୁକୁ ଆପଣ ବାହାରେ  ବାହାରେ ନ ଫୋପାଡି ତାହାକୁ ମାଟିରେ ପୋତିଦେବା ଉଚିତ । ଷଷ୍ଠ: ଆପଣଙ୍କ ଘରର ଝାଡୁ କେବେ ମଧ୍ୟ ଅନ୍ୟ କାହାକୁ ବ୍ୟବହାର କରିବା ପାଇଁ ଦେବା ଉଚିତ ନୁହେଁ । ଯଦି ଆପଣ ଏହା କରନ୍ତି ତେବେ ଆପଣଙ୍କ ଘରର ଲକ୍ଷ୍ମୀ ତାଙ୍କ ଘରକୁ ଚାଲି ଯାଇଥାନ୍ତି ।

ଆପଣଙ୍କ ଘରର ଲକ୍ଷ୍ମୀ ସେହି ଝାଡୁରେ ବାସ କରିଥାନ୍ତି ତେଣୁ ଆପଣ ସେହି ଝାଡୁକୁ ଅନ୍ୟ ଜଣଙ୍କୁ ଦେବା ଦ୍ଵାରା ଆପଣଙ୍କ ଘର ଲକ୍ଷ୍ମୀ ଛଡା ହୋଇଯାଇଥାଏ । ସପ୍ତମ: ଆପଣ ନିଜ ଘରକୁ ନୂଆ ଝାଡୁ ଆଣିବା ପରେ ତାହାକୁ ପ୍ରଥମେ ପୂଜା କରନ୍ତୁ । ଗଙ୍ଗା ଜଳରେ ଝାଡୁକୁ ଧୋଇ ଦିଅନ୍ତୁ । ଏହାପରେ ଆପଣ ସେହି ଝାଡୁକୁ ଆପଣଙ୍କ ଘରେ ବ୍ୟବହାର କରନ୍ତୁ । ଏବଂ ପୁରୁଣା ଝାଡୁକୁ ଆପଣଙ୍କ ଘରୁ ବାହାର କରନ୍ତୁ ।

ଆପଣ ଏପରି କରିବା ଦ୍ଵାରା ଆପଣଙ୍କ ଘରେ କେବେ ମଧ୍ୟ ଟଙ୍କା ପଇସାର ଅଭାବ ଦେଖା ଦେଇନଥାଏ । ଘରକୁ ସୁଖ ଶାନ୍ତିର ଆଗମନ ହେବ । ଯଦି ଆପଣ ମାନଙ୍କୁ ଆମ୍ର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି । ଆଶା କରୁଛୁ ଏହା ଆପଣଙ୍କ ପାଇଁ ଫଳପ୍ରଦ ହେବ ।

Leave a Reply

Your email address will not be published. Required fields are marked *