Vastu Tips- ଝାଡୁ ଘରର କେଉଁ ସ୍ଥାନରେ ରଖିଲେ ହୋଇଥାଏ ଧନପ୍ରାପ୍ତି ? ଜାଣନ୍ତୁ କଣ କୁହନ୍ତି Astrologer Pragyan Tripathy

ନମସ୍କାର ବନ୍ଧୁଗଣ । ସୁଚନା ଅନୁସାରେ ମନୁଷ୍ୟ ଖୁସିରେ ରହିବାକୁ ହେଲେ ତାକୁ କିଛି ନିୟମର ପାଳନ କରିବାକୁ ପଡିଥାଏ । ଘରର ସୁଖ ସମୃଦ୍ଧି ପ୍ରାପ୍ତ କରିବାକୁ ଚାହୁଁଥିଲେ । ତେବେ ଶାସ୍ତ୍ର ଅନୁସାରେ ଯେଉଁ ସବୁ ନୀତି ଲିପିବଦ୍ଧ ହୋଇ ରହିଅଛି । ସେସବୁକୁ ପାଳନ କରିବା ଦ୍ଵାରା ହିଁ ଆପଣ ଉନ୍ନତିର ମାର୍ଗରେ ଅଗ୍ରସର ହୋଇପାରିବେ । ଘରର ସବୁ ଜିନିଷକୁ ଯେଉଁ ଜାଗାରେ ରଖିବା ଉଚିତ ସେହି ସ୍ଥାନରେ ହିଁ ରଖନ୍ତୁ । ଯେପରି ଝାଡୁ, ଏହା ଏପରି ଏକ ଜିନିଷ ଯାହାକୁ ଘରର ଯେଉଁଠି ଚାହିଁବେ ସେଠି ରଖିପାରିବେ ନାହିଁ ।

ଆଜି ଜାଣିବେ ଝାଡୁକୁ କେଉଁଠି ରଖିବେ ଓ କେଉଁ ଜାଗାରେ ରଖିବେ ନାହିଁ । ଝାଡୁକୁ ଆମେ ଘରର ଅଳିଆ କାଢିବା ପାଇଁ ବ୍ୟବହାର କରିଥାଉ । ଘରର ବେଡ୍ରୁମରେ କେବେ ମଧ୍ୟ ଝାଡୁ ରଖିବା ଉଚିତ ହୋଇନଥାଏ । କାରଣ ଯଦି ଆପଣ ବେଡ୍ରୁମରେ ଝାଡୁକୁ ରଖିବେ । ତେବେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ କଳହ ସୃଷ୍ଟି ହେବ । ଦାମ୍ପତ୍ୟ ଜୀବନରେ ଛୋଟ ଛୋଟ କାରଣକୁ ନେଇ ସନ୍ଦେହ ସୃଷ୍ଟି ମଧ୍ୟ ହୋଇପାରେ ।

ଯଦି ଆପଣ ଡ୍ରଇଙ୍ଗ୍ ରୁମରେ ଝାଡୁ ରଖନ୍ତି । ତେବେ ଶାଶୁ ଓ ବୋହୁ ମଧ୍ୟରେ କଳି ବଢିଥାଏ। ଦୁଇଙ୍କର ଭିତରେ ସବୁବେଳେ ମାନମାଳିନ୍ୟ ଦେଖାଦବ । ରୋଷେଇ ଘରେ ମଧ୍ୟ ଝାଡୁକୁ ରଖିବେ ନାହିଁ । କାରଣ ମା ଲକ୍ଷ୍ମୀଙ୍କର ରୋଷେଇ ଘର ହୋଇଥାଏ । ରୋଷେଇ ଘରେ ମା ଲକ୍ଷ୍ମୀ ବିରାଜ ହୋଇକରି ରହିଥାନ୍ତି । ଯଦି ସେହି ଘରେ ଆପଣ ଝାଡୁକୁ ରଖିବେ ।

ତେବେ ମା ଲକ୍ଷ୍ମୀ ଆପଣଙ୍କ ଉପରେ କ୍ରୋଧ ପ୍ରକାଶ କରିଥାନ୍ତି ।ଏହା ଛଡା ଘର ପରିବାରରରେ ଅଶାନ୍ତି ବଢିଥାଏ । ବାପାମାଙ୍କ ସହିତ ପିଲାମାନଙ୍କର ଭଲ ସମ୍ପର୍କ ରହିନଥାଏ । ମନ ମତାନ୍ତର ଦେଖିବାକୁ ମିଳିଥାଏ । ବାପାମାଆ ପସନ୍ଦ କରିଥିବା ପ୍ରସ୍ତାବରେ ପୁଅ କିମ୍ବା ଝିଅ ଯାହାର ବାହାଘର ହେବାର ଥିବ । ସେ ସେହି ପ୍ରସ୍ତାବରେ ଖୁସି ନଥିବେ ।

ଯେଉଁଥି ପାଇଁ ପିଲା ଓ ପରିବାରର ସଦସ୍ୟ ସବୁବେଳେ ଅଶାନ୍ତିରେ ରହୁଥିବେ । ସେଥିପାଇଁ କେବେ ମଧ୍ୟ ଡ୍ରଇଙ୍ଗ ରୁମରେ ଝାଡୁ ରଖିବା ଠିକ ହୋଇନଥାଏ । ଘର ଝାଡୁ କରିସାରିବା ପରେ ତାକୁ କେବେ ଠିଆ କରି ରଖିବା ଉଚିତ ହୋଇନଥାଏ । ଆପଣ ଝାଡୁକୁ ଏପରି ଜାଗାରେ ରଖନ୍ତୁ । ଯେଉଁ ଜାଗାରେ ଝାଡୁକୁ କେହି ଦେଖିପାରିବେ ନାହିଁ । ଆପଣ ନିଜ କବାଟ ସାଇଡ୍ ର ପଛ ଭାଗରେ ଝାଡୁକୁ ଶୁଆଇ ରଖିବା ଉଚିତ ହୋଇଥାଏ ।

ଝାଡୁରେ ଯଦି କିଛି କପଡା ଘୋରାଇ ରଖିବେ । ତେବେ ଏହା ଆପଣଙ୍କ ପରିବାର ପାଇଁ ବହୁତ ହିଁ ଭଲ ହୋଇଥାଏ ।  ଘରେ ଧନ ବୃଦ୍ଧି ହୋଇଥାଏ । ଝାଡୁରେ ଯଦି ଆପଣ ଦୁଇଟି ଘୁଙ୍ଗୁର ବାନ୍ଧିଦେବେ । ତେବେ ଏହିପରି କରିଥିବା ଲୋକଙ୍କର ପରିବାରରେ ସୁଖ ସମୃଦ୍ଧି ବଢିବ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜ୍କୁ ନିହାତି ଭାବେ ଲାଇକ୍ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *