ଯେଉଁ ସ୍ତ୍ରୀ ସର୍ବଦା ସ୍ଵାମୀର ନିନ୍ଦା କରିଥାଏ ମୃତ୍ୟୁ ପରେ ତାହାକୁ କେଉଁ ଦଣ୍ଡ ମିଳିଥାଏ ? ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କିଛି ଅନୁଚିନ୍ତା ବିଷୟରେ କହିବାକୁ ଯାଉଛୁ । ଯାହା ପ୍ରତେକ ମଣିଷର କାମରେ ଆସିଥାଏ । ଯାହା ଜୀବନରେ ସଫଳତା ଆଣିବାର ସୂଚନା ମିଳିଥାଏ । ଏହି ସବୁ ଅନୁଚିନ୍ତା ଗୁଡିକ ମାନବ ସମାଜରେ ହିତରେ ଆସିଥାଏ । ତେବେ ଆସନ୍ତୁ ଜାଣିବା ସେଗୁଡିକ ବିଷୟରେ । ୧; ବନ୍ଧୁଗଣ, ଯେଉଁ ଲୋକର ସ୍ତ୍ରୀ ଥାଇ ପର ସ୍ତ୍ରୀ ସହ ରମଣ କରେ, ସେହି ବ୍ୟକ୍ତି ର ସ୍ତ୍ରୀ ଦୁଶ୍ଚରିତା ଓ ଚରିତ୍ରହୀନା ହୋଇଥାନ୍ତି ।

୨; ଯେଉଁ ଲୋକ ନିଜ ସ୍ତ୍ରୀ ଏବଂ ପର ସ୍ତ୍ରୀ ପ୍ରତି ସର୍ବଦା ଅତୟଆଚାର କରେ ତା’ର ପୁରୁଷତ୍ଵ ନଷ୍ଟ ହୁଏ ।

୩; ଯେଉଁ ପୁରୁଷ ଅନ୍ୟଠାରେ ନିଜ ପତ୍ନୀର ନିନ୍ଦାକରେ ସେ ଅର୍ଥହାନୀ ହୋଇ ନାନାବିଧ କଷ୍ଟ ପାଏ ।

୪; ଯେଉଁ ପୁରୁଷ ବିବାହ ପରେ କୁଳଧର୍ମ ରକ୍ଷା କରି କାର୍ଯ୍ୟକରେ, ତା’ ପ୍ରତି ସମସ୍ତଙ୍କ ଆଶୀର୍ବାଦ ରହେ । ପୂର୍ବ ପୁରୁଷ ତାକୁ ଆଶୀର୍ବାଦ କରନ୍ତି ସର୍ବଦେବାଦେବୀ ଅଭୟ ବର ପ୍ରଦାନ କରନ୍ତି ।

୫; ଯେଉଁ ପୁରୁଷ ବାରମ୍ବାର ସ୍ତ୍ରୀ ସାଙ୍ଗ କରେ ତାହାର ଓଜନ ଏବଂ ବଳ କ୍ଷୟ ହୁଏ ।

୬; ଯେଉଁ ପୁରୁଷ ବିନା କାରଣରେ ସନ୍ତାନକୁ, ପତ୍ନୀ କୁ ହଇରାଣ କରେ ସେ ଜନ୍ମ ଜନ୍ମାନ୍ତର ରେ ନପୁଂସକ ହୋଇ ଜନ୍ମ ହୁଏ ।

୭; ଯେଉଁ ପୁରୁଷ ନାରୀ ବା କନ୍ୟା ଦେଖିଲେ ମଧୁର କଥା କହି ତା’ ପାଖେ ରହିବାକୁ ବ ଆଳାପ କରିବାକୁ ଚାହେଁ ତା’ର ନାନାବିଧ ଅନିଷ୍ଟ ଘଟେ, ମୃତ୍ୟୁ ପରେ ମାଇଚିଆ ହୋଇ ଜନ୍ମ ହୁଏ ।

୮; ନାରୀ ଯଦି ଗୃହ କଥାକୁ ବା ଭଲ ମନ୍ଦ କୁ ବାହାରେ ପ୍ରକାଶ କରେ ତେବେ ସ୍ଵାମୀ ସ୍ତ୍ରୀ ମଧ୍ୟରେ ଅଶାନ୍ତି ବୃଦ୍ଧି ପାଏ ଏବଂ ପରିବାରରେ ଅଶାନ୍ତି ଲାଗି ରହେ ।

୯; ଯେଉଁ ପତ୍ନୀ ସ୍ଵାମୀକୁ କଟୁ କଥା କହେ ଏବଂ ଅନ୍ୟ ପୁରୁଷ ଦେଖିଲେ ଖୁସି ହୁଏ ତା’ ପରିବାର ସର୍ବଦା ଅଶାନ୍ତିରେ କଟେ, ବଯସର ଶେଷ ସମୟରେ ଯନ୍ତ୍ରଣା ଭୋଗ କରେ, ଶରୀରରୁ ଦୁର୍ଗନ୍ଧ ବାହାରେ ।

୧୦; ଯେଉଁ ପତ୍ନୀ ସ୍ଵାମୀର ସର୍ବଦା ନିନ୍ଦା କରିଥାଏ, ତେବେ ସେହି ସ୍ତ୍ରୀ କୁ ନରକବାସ ଦଣ୍ଡ ମିଳିଥାଏ ।

୧୧; ଯେଉଁ ପତ୍ନୀ ସ୍ଵାମୀ ଙ୍କୁ ଦେବତା ପରି ମାନ୍ୟ କରେ ତେବେ ସେହି ସ୍ତ୍ରୀ ର ବଂଶ ଓ ପରିବାରକୁ ସର୍ବଦେବତା ସହାୟ ହୁଅନ୍ତି ।

୧୨; ଯେଉଁ ନାରୀ ଅନ୍ୟର ସନ୍ତାନଙ୍କୁ ପର ବୋଲି ଭାବି ଅନିଷ୍ଟ କରିଥାଏ, ସେହି ସ୍ତ୍ରୀ ର ନିଜ ସନ୍ତାନ ର ସର୍ବଦା କ୍ଷତି ହୋଇଥାଏ ।

୧୩; ଯେଉଁ ନାରୀ ବିନା କାରଣରେ ଶିଶୁକୁ ମାରେ ସେ ନାରୀ ଅଭାଗିନୀ ହୁଏ ଓ ସେମାନଙ୍କ ଘରେ ଦାରିଦ୍ରତା ବୃଦ୍ଧି ହୋଇଥାଏ ।

୧୪; ଋତୁସ୍ରାବ ର ପଞ୍ଚମ, ସପ୍ତମ, ନବମ, ଏକାଦଶ ଦିବସରେ ନାରୀ ଗର୍ଭବତୀ ହେଲେ କନ୍ୟା ସନ୍ତାନ ଜାତ ହୁଏ ।

Leave a Reply

Your email address will not be published. Required fields are marked *