Vastu Tips- ଭଗବାନ ଶ୍ରୀ କୃଷ୍ଣ କୁହନ୍ତି ଯେଉଁ ସ୍ତ୍ରୀ ଏହି 5 ଟି ବ୍ରତ କରିଥାଏ, ତା’ ଘରକୁ କେବେ ବି ଆସେନି ଦରିଦ୍ରତା

ନମସ୍କାର ବନ୍ଧୁଗଣ ବ୍ରତ କରିବା ଦ୍ୱାରା ତନ ଏବଂ ମନ ର ଶୁଦ୍ଧି ହୋଇଥାଏ । ଆତ୍ମୀକ ସୁଖ ସନ୍ତୁଷ୍ଟ ଏବଂ ଶାନ୍ତି ମିଳିଥାଏ । ବ୍ରତ ଏକ ସଂକଳ୍ପ ହୋଇଥାଏ ଏବଂ ନିଜ ଆରାଧ୍ୟ ଦେବତା ଙ୍କ ସହ ଜୋଡ଼ି ହେବାର ଏକ ମାଧ୍ୟମ ମଧ୍ୟ ହୋଇଥାଏ ।

ଆମ ସଂସ୍କୃତି ରେ କନ୍ୟା ଏବଂ ନାରୀ ମାନଂକୁ ଦେବୀ ଙ୍କ ରୂପ ବୋଲି ମଧ୍ୟ କୁହାଯାଏ । ଯେଉଁ ପ୍ରକାର ରେ ଦେବୀ ସଙ୍କଟ ହରି ଥାଆନ୍ତି ସେହି ଭଳି ଏକ ପରିବାର ରେ ନାରୀ ହିଁ ସୁଖ ଦୁଃଖ ର କର୍ତ୍ତା ହୋଇଥାଏ ନାରୀ ହିଁ ସମ୍ପୂର୍ଣ୍ଣ ପରିବାର ଏକ ନିଜ ସ୍ୱାମୀ ଙ୍କ ମଙ୍ଗଳ କାମନା କରି ବ୍ରତ ଉପାସ କରିଥାଏ । ଯାହା ଦ୍ୱାରା ସେହି ବ୍ରତ ର ଫଳ ରେ ପରିବାର ଏବଂ ତାଙ୍କ ସ୍ୱାମୀ ପାଖକୁ କୌଣସି ବିପଦ ନ ଆସୁ ଘରେ ଶାନ୍ତି ଏବଂ ସୁଖ ବଜାୟ ରହୁ ।

ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ମଧ୍ୟ ନାରୀ କୁ କିଛି ବ୍ରତ ନିଶ୍ଚିତ କରିବା ଆବଶ୍ୟକ ଅଟେ । ଏହି ବ୍ରତ କୁ କରିବା ଦ୍ୱାରା ସ୍ତ୍ରୀ କିମ୍ବା ନାରୀ କୁ ମାତା ଲକ୍ଷ୍ମୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ଏହି ଭଳି ସ୍ତ୍ରୀ ଙ୍କ ଘରୁ ରୋଗ,ଶୋକ,କଷ୍ଟ,ଦୁଃଖ ଏବଂ ନକରାତ୍ମକ ଶକ୍ତି ରୁହେ ନାହିଁ । ସେହି ଘରେ ସର୍ଵଦା ସୁଖ ଶାନ୍ତି ଏବଂ ସକରାତ୍ମକ ଭାବନା ଏବଂ ଶକ୍ତି ରହିଥାଏ ।ସୁଖ ସମୃଦ୍ଧି ଏବଂ ଧନ ଆଦି ମଧ୍ୟ ପ୍ରାପ୍ତ ହୋଇଥାଏ । ଆଜି ଆମେ ଏହି ଭଳି କିଛି ବ୍ରତ ବିଷୟରେ ଚର୍ଚ୍ଚା କରିବା ଯାହା କୁ କରିବା ଦ୍ୱାରା ଘରେ ଦାରିଦ୍ର୍ୟତା ରୁହେ ନାହିଁ ଏବଂ ସୁଖ ଶାନ୍ତି ଧନ ଆଦିର ପ୍ରାପ୍ତ ହୋଇଥାଏ ତେବେ ଆସନ୍ତୁ ଜାଣିନେବା ସେହି ବ୍ରତ ଗୁଡିକ ବିଷୟରେ ।

୧- ପ୍ରଥମ ରେ ହେଉଛି ଷୋହଳ ସୋମବାର ବ୍ରତ । ଷୋହଳ ସୋମବାର ର ବ୍ରତ କେହି ବି କରି ପାରିବେ । କିନ୍ତୁ ଏହି ବ୍ରତ କୁ ବିଶେଷ କରି କୁମାରୀ ଝିଅ ଏବଂ ସୌଭାଗ୍ୟବତୀ ମହିଳା ମାନେ କରିଥାନ୍ତି । କୁମାରୀ ମାନେ ଶିବ ଙ୍କ ଭଳି ସ୍ୱାମୀ ପାଇବା ପାଇଁ ଏହି ବ୍ରତ କରିଥାନ୍ତି ଏବଂ ସୌଭାଗ୍ୟବତୀ ମହିଳା ନିଜ ସ୍ୱାମୀ ଙ୍କ ସୁରକ୍ଷା ପାଇଁ ଏହି ବ୍ରତ କରିଥାନ୍ତି । ମହିଳା ମାନଙ୍କ ଜୀଵନ କାଳ ରେ ଏହି ବ୍ରତ ନିଶ୍ଚିତ ରଖିବା ଆବଶ୍ୟକ ଅଟେ ।

୨- ଦ୍ଵିତୀୟ ରେ ହେଉଛି ହରିତାଲି ବ୍ରତ । ଭାରତ ର କିଛି ସ୍ଥାନରେ ଏହି ବ୍ରତ କରିବାର ପ୍ରଥା ରହିଛି । ଭାଦ୍ରବ ମାସ ଶୁକ୍ଳପକ୍ଷ ତିଥିରେ ତୃତୀୟ କୁ ଏହି ବ୍ରତ କରା ଯାଇଥାଏ । ଏହି ବ୍ରତ ଶିବ ପାର୍ବତୀ ଙ୍କ ଆରାଧନା କରା ଯାଇଥାଏ । ଷୋହଳ ସୋମବାର ଭଳି ହିଁ ଏହି ବ୍ରତ କୁମାରୀ ଝିଅ ଏବଂ ସୌଭାଗ୍ୟବତୀ ମହିଳା ମାନେ କରିଥାନ୍ତି ।

୩- ତୃତୀୟ ରେ ହେଉଛି ବଟ ସାବିତ୍ରୀ ବ୍ରତ । ଭାରତ ର କିଛି ସ୍ଥାନରେ ଏହି ବ୍ରତ ଅଲଗା ଅଲଗା ନାମ ରେ ଜଣା ଯାଇଥାଏ । ପ୍ରାଚୀନ କାଳ ରୁ ହିଁ ଅନେକ ସୌଭାଗ୍ୟବତୀ ମହିଳା ମାନେ ନିଜ ସ୍ୱାମୀ ଙ୍କ ଦୀର୍ଘାୟୁ ଏବଂ ଭଲ ସ୍ୱାସ୍ଥ୍ୟ ପାଇଁ ଏହି ବ୍ରତ କରିଥାନ୍ତି । ଏହି ବ୍ରତ ର କଥା ମହା ସତୀ ସାବିତ୍ରୀ ଙ୍କ ସହ ଯୋଡି ହୋଇ ରହିଛି । ଯିଏ ନିଜ ତପ ଏବଂ ସତିତ୍ବ ଦ୍ୱାରା ଯମରାଜ ଙ୍କ ଠାରୁ ନିଜ ସ୍ୱାମୀ କୁ ଫେରେଇ ଆଣି ପାରିଥିଲା ଏବଂ ଏହି ଘଟଣା ର ସାକ୍ଷୀ ଏକ ବଟବୃକ୍ଷ ଥିଲା ସେବେଠାରୁ ଏହି ବ୍ରତ କୁ ବଟ ସାବିତ୍ରୀ ରୂପରେ ନାମିତ କରାଗଲା ।

୪- ଚତୁର୍ଥ ରେ ହେଉଛି କରବା ଚୋଥ ବ୍ରତ । ଏହି ବ୍ରତ କୁ ସବୁ ସୌଭାଗ୍ୟବତୀ ମହିଳାମାନେ କରିଥାନ୍ତି । ସ୍ୱାମୀ ଙ୍କ ଦୀର୍ଘାୟୁ ଏଵଂ ଭଲ ସ୍ୱାସ୍ଥ୍ୟ ସହିତ ସବୁବେଳେ ଖୁସିରେ ରୁହନ୍ତୁ ବୋଲି ଏହି ବ୍ରତ ପାଳନ କରାଯାଇ ଥାଏ । ଏହି ବ୍ରତ ସମୟରେ ମହିଳା ମାନେ କିଛି ଖାଇ ନଥାନ୍ତି କିମ୍ବା ପିଇ ମଧ୍ୟ ନଥାନ୍ତି । ରାତିରେ ଚାନ୍ଦ ଏବଂ ସ୍ୱାମୀ ଙ୍କ ହାତରୁ ହି ନିଜ ବ୍ରତ କୁ ଭାଂଗିଥାନ୍ତି ଏବଂ ଭୋଜନ କରିଥାନ୍ତି ।

୫- ପଞ୍ଚମ ବ୍ରତ ହେଉଛି ବୈଭବ ଲକ୍ଷ୍ମୀ ବ୍ରତ ଏବଂ ସନ୍ତୋଷି ମାତା ଙ୍କ ବ୍ରତ । ଏହି ବ୍ରତ କରିବା ଦ୍ୱାରା ଘରେ ଖୁସି,ସୁଖ,ଶାନ୍ତି ବଜାୟ ରହିଥାଏ ଏବଂ ଘରେ ଧନ ର ଲାଭ ମଧ୍ୟ ହୋଇଥାଏ ।
ଏହା ଛଡା ଆହୁରି ଅନେକ ବ୍ରତ ରହିଛି ଯେପରି ଏକାଦଶୀ, ନବରାତ୍ର ଆଦି । ସବୁ ବ୍ରତ କୁ କରିବା ପାଇଁ ମନରେ ଭକ୍ତି ଏବଂ ଶ୍ରଦ୍ଧା ର ଆବଶ୍ୟକ ରହିଛି ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ

Leave a Reply

Your email address will not be published. Required fields are marked *