ବନ୍ଧୁଗଣ, ଆମ୍ଭ ହିନ୍ଦୁ ଧର୍ମ ରେ ସମସ୍ତ ମନ୍ତ୍ର ଏବଂ ଶ୍ଳୋକ କୁ ଅତ୍ୟନ୍ତ ମହତ୍ଵପୂର୍ଣ୍ଣ ସ୍ଥାନ ରହିଅଛି । ହିନ୍ଦୁ ଧର୍ମରେ ଏହି ମନ୍ତ୍ର ଏବଂ ଶ୍ଳୋକ ରେ ବହୁତ ଶକ୍ତି ଏବଂ ପବିତ୍ରତା ରହିଥାଏ । ଏହାକୁ କେବଳ ଆମ୍ଭ ଭାରତୀୟ ହିଁ ନୁହେଁ ବରଂ ସଂପୂର୍ଣ୍ଣ ବିଶ୍ଵ ମାନିବାକୁ ଲାଗିଲାଣି ଯେ ମନ୍ତ୍ର ରୁ ଉତ୍ପନ୍ନ ହୋଇଥିବା ଭାଇବ୍ରେସନରେ ସକାରତ୍ମ ପ୍ରଭାବ ପଡିଥାଏ । ଆମ୍ଭ ପୂର୍ବଜ ମାନେ ୧୦୦୦ ବର୍ଷ ଧରି ସମସ୍ତ ଶ୍ଳୋକ ଏବଂ ମନ୍ତ୍ର ର ରଚନା କରିଥିଲେ । ଏଥିରେ ଅସମିତ ଊର୍ଜା ତଥା ସକାରତ୍ମକତା ରହିଥାଏ । ଏହା ଆମ୍ଭକୁ ସର୍ବଦା ଆଗକୁ ବଢିବା ନିମନ୍ତେ ପ୍ରେରଣା ଦେଇଥାନ୍ତି ।
ମନ୍ତ୍ର ର ଉଚ୍ଚାରଣରେ ମାନସିକ ତଥା ଶାରୀରିକ ସ୍ୱାସ୍ଥ୍ୟ ମଧ୍ୟ ଉତ୍ତମ ରହିଥାଏ । ଆଜି ଆମ୍ଭେ ସକାଳ ଉଠିବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ ସମସ୍ତ ମନ୍ତ୍ର ଗୁଡିକ ସମ୍ବନ୍ଧରେ ରହସ୍ୟ କହିବାକୁ ଯାଉଅଛୁ । ଆସନ୍ତୁ ଜାଣିବା ତାହା କଣ ଅଟେ ?
୧;- ପ୍ରଥମ ମନ୍ତ୍ର;- “କରାଗ୍ରେ ବସତେ ଲକ୍ଷ୍ମୀ, କରମଧ୍ୟେ ସରସ୍ଵତୀ, କରମୂଳେତୁ ଗୋବିନ୍ଦ, ପ୍ରଭାତେ କର ଦର୍ଶନମ” । ଯଦି ଆମ୍ଭର ଦିନର ଆରମ୍ଭ ଈଶ୍ବରଙ୍କ ମନ୍ତ୍ର ଉଚ୍ଚାରଣ କରି ଆରମ୍ଭ ହୋଇଥାଏ ତେବେ ଆମ୍ଭର ସଂପୂର୍ଣ୍ଣ ଦିନ ବହୁତ ଶୁଭ ହୋଇଥାଏ । ଏଣୁ ସକାଳେ ଉଠିବା ମାତ୍ରେ ଏହି ମନ୍ତ୍ରର ଉଚ୍ଚାରଣ କରିବା ଆବଶ୍ୟକ । ଏହା ସହିତ ନିଜ ହାତ ପାପୁଲି କୁ ସର୍ବପ୍ରଥମେ ଦର୍ଶନ କରିବା ଆବଶ୍ୟକ । କାରଣ ମାତା ଲକ୍ଷ୍ମୀ ହସ୍ତ ରେ ବିରାଜମାନ ଥାନ୍ତି ।
୨;- ଆପଣ ପୃଥିବୀ ମାତା ଙ୍କ ଉପରେ ନିଜ ପାଦ ରଖିବା ଆଗରୁ ଏହି ମନ୍ତ୍ରର ଉଚ୍ଚାରଣ କରନ୍ତୁ । ତାହା ହେଉଛି,- “ସମୁଦ୍ର ବସନେ ଦେବୀ, ପର୍ବତ ସ୍ଥନ ମଣ୍ଡିତେ, ବିଷ୍ଣୁ ପତ୍ନୀ ନମସ୍ତୁଭ୍ୟମ, ପାଦ ସ୍ପର୍ଶମ କ୍ଷମଶ୍ଵମେବମ” । ଏହି ମନ୍ତ୍ରର ଅର୍ଥ ହେଉଛି ସମୁଦ୍ର ରୂପୀ ବସ୍ତ୍ର କୁ ଧାରଣ କରିଥିବା ପର୍ବତ ଭଳି ସ୍ଥାନ ଥିବା ତଥା ଭଗବାନ ଶ୍ରୀ ବିଷ୍ଣୁ ଙ୍କ ପତ୍ନୀ ହେ’ ଭୂମି ମାତା ମୁଁ ଆପଣଙ୍କୁ ନମନ କରୁଅଛି । ଏବଂ ମୋର ପାଦ ଆପଣଙ୍କୁ ସ୍ପର୍ଶ କରିବ ଏଥି ନିମନ୍ତେ ଆପଣଙ୍କୁ କ୍ଷମା ପାର୍ଥନା କରୁଅଛି ।
୩;- ଏହି ମନ୍ତ୍ର ର ଉଚ୍ଚାରଣ ସ୍ନାନ କରୁଥିବା ସମୟରେ ଉଚ୍ଚାରଣ କରିବା ଆବଶ୍ୟକ । ତାହା ହେଉଛି,- “ଓମ ଗଙ୍ଗେ ଚ ୟମୁନେ ଚୟୀବ ଗୋଦାବରୀ ସରସ୍ଵତୀ, ନର୍ମଦେ ସିନ୍ଧୁ କାବେରୀ, ଜଳେ ଅସ୍ମିନ ସନିନ୍ଦ୍ଧ କୁରୁ” । ଏହି ମନ୍ତ୍ରରେ ପବିତ୍ର ନଦୀ ମାନଙ୍କର ଆଦର ପୂର୍ବ ସ୍ମରଣ ତଥା ଆବାହନ କରି କୁହାଯାଇଅଛି ଯେ, ହେ’ ଗଙ୍ଗା ମା’ ଯମୁନା ମା’ ଗୋଦାବରୀ, ହେ ନର୍ମଦା, ସିନ୍ଧୁ ଏବଂ କାବେରୀ ମୋର ସ୍ନାନ କରୁଥିବା ଜଳରେ ଆପଣ ସମସ୍ତେ ପଧାରନ୍ତୁ ।
ସ୍ନାନ ସମୟରେ ଏହି ମନ୍ତ୍ରର ଉଚ୍ଚାରଣ କରିବା ଫଳରେ ଜଳ ରୂପୀ ଜୀବନ ଦେଉଥିବା ସମସ୍ତ ପବିତ୍ର ନଦୀ ମାନଙ୍କୁ ଆଭାର ସହିତ ଏକ ନମନ କରାଯାଇଥାଏ । ଏହା ଫଳରେ ଆମ୍ଭ ଶରୀରରେ ଏକ ନୂତନ ଚେତନା ଏବଂ ଉତ୍ସାହ ର ଅନୁଭବ ହୋଇଥାଏ । ବନ୍ଧୁଗଣ ପ୍ରଥମେ ଆପଣ ଏହି ୩ ଟି ମନ୍ତ୍ର ର ଜପ କରନ୍ତୁ ଏବଂ ଏହାର ସୁପ୍ରଭାବ କୁ ଅନୁଭବ କରନ୍ତୁ । ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।