ବନ୍ଧୁଗଣ, ଆମ୍ଭ ହିନ୍ଦୁ ଧର୍ମ ରେ ମହିଳା ମାନଙ୍କୁ ଦେବୀ ରୂପରେ ଦେଖାଯାଇଥାଏ । ମହିଳା ମାନଙ୍କୁ ମାତା ଲକ୍ଷ୍ମୀ, ମାତା ସରସ୍ଵତୀ, ମାତା ପାର୍ବତୀ ଙ୍କ ରୂପ ସ୍ୱରୂପ ମାନାଯାଇଥାଏ । ପ୍ରତ୍ୟକ ପୁରୁଷ ଙ୍କ ଅର୍ଦ୍ଧାଙ୍ଗୀନୀ ତାଙ୍କ ସ୍ତ୍ରୀ ହିଁ ହୋଇଥାନ୍ତି ।
ମନୁଷ୍ୟ ଙ୍କ ଜୀବନରେ ଉନ୍ନତି ର କାରଣ ତାଙ୍କ ସ୍ତ୍ରୀ କୁ ହିଁ ମାନାଯାଇଅଛି । ଗରୁଡ ପୁରାଣରେ ସ୍ତ୍ରୀ ମାନଙ୍କ ସମ୍ବନ୍ଧରେ ବର୍ଣ୍ଣନା କରାଯାଇଅଛି । ଯେଉଁ ମହିଳା ମାନଙ୍କ ମଧ୍ୟରେ ଏହି ୫ ଟି ଲକ୍ଷଣ ଦେଖାଯାଇଥାଏ, ସେମାନେ ମାତା ଲକ୍ଷ୍ମୀ ଙ୍କ ସ୍ୱରୂପ ହୋଇଥାନ୍ତି । ଆସନ୍ତୁ ଜାଣିବା ସେହି ଲକ୍ଷଣ ମାନ କଣ ?
୧;- ଯେଉଁ ମହିଳା ସୂର୍ଯ୍ୟ ଉଦୟ ପୂର୍ବ ରୁ ଉଠିଥାନ୍ତି ସେମାନେ ବହୁତ ଭାଗ୍ୟଶାଳି ହୋଇଥାନ୍ତି । ଗରୁଡ ପୂରଣ ଅନୁଯାୟୀ ଯେଉଁ ମହିଳା ବ୍ରହ୍ମ ମୂହୁର୍ତ୍ତ ସମୟରେ ଉଠିଥାନ୍ତି ତାଙ୍କ ଉପରେ ମାତା ଲକ୍ଷ୍ମୀ ଙ୍କ କୃପା ସର୍ବଦା ରହିଥାଏ । ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ମହିଳା ସମସ୍ତ ଦେବୀଦେବତାଙ୍କ କୃପା ପ୍ରାପ୍ତ କରିଥାନ୍ତି ।
୨;- ଯେଉଁ ମହିଳା ସକାଳୁ ଉଠି ନିଜ ନିତ୍ୟ କର୍ମ ସାରି ସ୍ଵଛ ବସ୍ତ୍ର ପରିଧାନ କରି ଦେବୀ ଦେବତାଙ୍କ ବିଧି ପୂର୍ବକ ପୂଜା କରିଥାନ୍ତି ଏବଂ ଆରତୀ କରି ଦୀପ ଧୂପ ଲଗାଇଥାନ୍ତି, ଏଭଳି ମହିଳା ମାନଙ୍କ ପାଇଁ ଏମାନଙ୍କ ଘରେ ସୁଖ ଶାନ୍ତି ବାସ କରିଥାଏ ।
୩;- ଗୃହ କୁ ସଫା ସୁତରା ରଖିବା, ମାତା ଲକ୍ଷ୍ମୀ ସଫା ସୁତାର ସ୍ଥାନରେ ରହିବାକୁ ପସନ୍ଦ କରିଥାନ୍ତି । ଯେଉଁ ସ୍ତ୍ରୀ ଙ୍କ ଘରେ ସର୍ବଦା ସଫା ସୁତରା ରହିଥାଏ, ତାଙ୍କ ଘରେ ମାତା ଲକ୍ଷ୍ମୀ ବାସ କରିବା ସହିତ ନିଜ ଆଶୀର୍ବାଦ ର ହାତ ତାଙ୍କ ଉପରେ ସର୍ବଦା ରଖିଥାନ୍ତି ।
୪;- ଦେବତାଙ୍କୁ ଯେଉଁ ମହିଳା ପ୍ରତିଦିନ ସକାଳେ ଉଠି ଜଳ ଅର୍ପିତ କରିଥାନ୍ତି, ଏବଂ ମାତା ବୃନ୍ଦାବତୀ ନିକଟରେ ଜଳ ଦେଇ ତାଙ୍କୁ ହାତ ଯୋଡି ପ୍ରଣାମ କରିଥାନ୍ତି, ସେହି ମହିଳା ଙ୍କୁ ମାତା ଲକ୍ଷ୍ମୀ ରୂପୀ ମାନାଯାଇଥାଏ । ଏଭଳି ମହିଳା ମାନଙ୍କ ଘରେ ରୋଗ, ଦୁଖ, କଷ୍ଟ ପ୍ରବେଶ କରି ପାରି ନଥାଏ ।
୫;- ଯେଉଁ ସ୍ତ୍ରୀ ଚରଣ ଛୁଇଁ ସ୍ଵାମୀ ଙ୍କ ଆଶୀର୍ବାଦ ନେଇଥାନ୍ତି ତଥା ଶୋଇବା ପୂର୍ବରୁ ସ୍ଵାମୀ ଙ୍କ ସେବା କରିଥାନ୍ତି, ଏହିଭଳି ସ୍ତ୍ରୀ ମାତା ଲକ୍ଷ୍ମୀ ଙ୍କୁ ଅତ୍ୟନ୍ତ ପ୍ରିୟ ହୋଇଥାନ୍ତି । କାରଣ ମାତା ଲକ୍ଷ୍ମୀ ଭଗବାନ ବିଷ୍ଣୁ ଙ୍କ ଚରଣ ର ସେବା ସର୍ବଦା କରିଥାନ୍ତି । ଏଣୁ ଯେଉଁ ସ୍ତ୍ରୀ ସାଧାରଣ ସ୍ତ୍ରୀ ହୋଇ ମଧ୍ୟ ମାତା ଲକ୍ଷ୍ମୀ ଙ୍କ ଅନୁସରଣ କରିଥାନ୍ତି, ସେମାନେ ସୌଭାଗ୍ୟଶାଳୀ ହୋଇଥାନ୍ତି । ଏଠି ନିମନ୍ତେ ସ୍ତ୍ରୀ ମାନଙ୍କୁ ନିଜ ସ୍ଵାମୀ ଙ୍କ ସେବା କରି ପୂଣ୍ୟ ଅର୍ଜନ କରିବା ଆବଶ୍ୟକ ।
ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।