ଯେଉଁ ମହିଳା ମାନେ ନିଜ ସ୍ଵାମୀଙ୍କ ସମ୍ମାନ କରିନଥାନ୍ତି, ସବୁବେଳେ ସ୍ଵାମୀଙ୍କ ନିନ୍ଦା କରନ୍ତି ଜାଣନ୍ତୁ ସେମାନେ ପର ଜନ୍ମରେ କଣ ହୁଅନ୍ତି ?

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ହେଉଛି ପବିତ୍ର ସମ୍ପର୍କ । କାରଣ ବିବାହ ପରେ ଉଭୟ ପୁରୁଷ ଓ ମହିଳାଙ୍କ ମଧ୍ୟରେ ଏକ ସୁସମ୍ପର୍କ ଗଢିଉଠିଥାଏ । ତେଣୁ ସ୍ଵାମୀ ତା’ ସ୍ତ୍ରୀ ପାଇଁ ଇହକାଳ ଓ ପରକାଳର ଦେବତା ହୋଇଥାଏ । ତେଣୁ ପ୍ରତ୍ଯେକଟି ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଉତ୍ତମ ବୁଝାବଣା ରହିବା ନିତାନ୍ତ ରହିବା ଉଚିତ । ଦମ୍ପତିଙ୍କ ମଧ୍ୟରେ ଏପରି ସମ୍ପର୍କ ଗଢିଉଠିବା ଯେପରି ଉଭୟ ଉଭୟଙ୍କ ପ୍ରତି ସମ୍ମାନ ରଖିବା ଉଚିତ ।

ତେବେ ଯଦି କୌଣସି ମହିଳା ନିଜର ସ୍ଵାମୀ ନାମରେ ସଦା ସର୍ବଦା ବଦନାମ କରିଥାଏ । ସ୍ଵାମୀର ସବୁ କିଛି ଠିକ ଘର କାର୍ଯ୍ୟର ପରିକଳନା କରିବା ସତ୍ବେ ମଧ୍ୟ ସ୍ତ୍ରୀ ସବୁବେଳେ ନିନ୍ଦା ଦେଇଥାଏ । ଅନ୍ୟ ଲୋକଙ୍କ ଆଗରେ ନିଜ ସ୍ଵାମୀର ସମ୍ମାନ ସବୁବେଳେ ତଳକୁ ପକାଇ ଦେଇଥାଏ ।

ଯେଉଁ ମହିଳା ପର ପୁରୁଷ ସହିତ ଖରାପ ସମ୍ପର୍କ ରଖିବା । ନିଜ ସ୍ଵାମୀକୁ ଛାଡି ଅନ୍ୟ ପୁରୁଷ ସହିତ ପରକିଆ ପ୍ରୀତି ରଖିଥାଏ । ସେହି ମହିଳା ମାନେ ଯେତେ ପାଇଲେ ମଧ୍ୟ କୌଣସି ଥିରେ ସନ୍ତୁଷ୍ଟି ହୋଇପାରିନଥାଏ । ଏହା ସହିତ ଏହି ଜନ୍ମରେ ସ୍ଵାମୀ ସୁଖରୁ ମଧ୍ୟ ବଞ୍ଚିତ ରହିଥାଏ । ସେହି ମହିଳାର ମୃତ୍ୟୁ ପରେ ୭ ଜନ୍ମ ପାଇଁ ମଣିଷ ଜନ୍ମ ପ୍ରାପ୍ତ ହୋଇନଥାଏ ।

ସେ ପ୍ରେତ, ପିଶାଚିନି ହୋଇ ବୁଲୁଥାଏ । ଅଶରୀରୀ ହୋଇ ଅଶାନ୍ତିରେ ଖାଇବା, ପିଇବାକୁ ନପାଇ ଘୁରିବୁଲିବେ । ବହୁତ ଦୁଃଖ ଯନ୍ତ୍ରଣାର ସମ୍ମୁଖୀନ ହୋଇବେ । ତାପରେ ନର୍କକୁ ଯାଇ ଯମଯନ୍ତ୍ରଣା ଭୋଗ କରିବା ପରେ ତାଙ୍କର ପାପ କର୍ମ ଧୀରେ ଧୀରେ କମିବାକୁ ଲାଗିଥାଏ । ତାପରେ କିଛି ପୂଣ୍ୟ କାର୍ଯ୍ୟ କିମ୍ବା ସାଧୁସନ୍ଥଙ୍କର ସେବା କରିବା ପରେ ବୈକୁଣ୍ଠକୁ ଗମନ କରିବେ ।

ଏହା ଛଡା ଯେଉଁ ପୁରୁଷ ମନେ ନିଜ ସ୍ତ୍ରୀ ଉପରେ ବିନା କାରଣରେ ଅନ୍ୟାୟ ଅତ୍ୟାଚାର କରିଥାଏ । ନିଜ ସ୍ତ୍ରୀକୁ ସମ୍ମାନ ଦେଇନଥାଏ । ପର ମହିଳା ଉପରେ ଖରାପ ନଜର ରଖିଥାଏ । ସ୍ତ୍ରୀ ବହୁତ କିଛି କରି ମଧ୍ୟ ତାକୁ ସବୁବେଳେ ଖୁଣ୍ଟା ଦେଇ କଟୁ ବଚନ କହିଥାଏ ।

ଏପରି ପୁରୁଷ ମଧ୍ୟ ନର୍କ ଯନ୍ତ୍ରଣା ଭୋଗ କରିଥାନ୍ତି । ଏହି ଜନ୍ମରେ ଯେତେ ଟଙ୍କା ରୋଜଗାର କରିଲେ ମଧ୍ୟ ଶାନ୍ତି ମିଳିନଥାଏ । ଅଯଥା ଖର୍ଚ ବୃଦ୍ଧି ହୋଇଥାଏ । ଯେତେ ଅର୍ଜନ କରିଲେ ମଧ୍ୟ ଟଙ୍କାକୁ ଠିକ କାମରେ ବିନିଯୋଗ କରିହୋଇନଥାଏ । ତେବେ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଉଭୟ ଉଭୟଙ୍କ ପ୍ରତି ସର୍ବଦା ଯତ୍ନବାନ ହେବା ଉଚିତ । ଏହା ସହିତ ଜଣେ ଅନ୍ୟ ଜଣଙ୍କ ପ୍ରତି ସମ୍ମାନଭାବ ରହିବା ନିତାନ୍ତ ରହିବା ଆବ୍ଯଶ୍ଯକ ହୋଇଥାଏ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *