ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ମଣିଷ ଶରୀରରେ କିଛି ପ୍ରକାର ଦାଗ, ଚିହ୍ନ ତଥା କଳାଜାଇ ଥାଏ । ଏହି ଚିହ୍ନ ସବୁ ଉଭୟ ପୁରୁଷ ତଥା ମହିଳା ମାନଙ୍କଠାରେ ଦେଖାଯାଇଥାଏ । ଏଭଳି କିଛି ଶରୀରର ସଙ୍କେତ ଦେଖିକି ଆପଣମାନେ ନିଜ ଜୀବନର ଆଗାମୀ ଭବିଷ୍ୟତ ବିଷୟରେ ଜାଣିପାରିବେ । ଆପଣ ସମସ୍ତେ ଜାଣିଥିବେ କର୍ମ ନକରିଲେ ଆପଣ କିଛି ମଧ୍ୟ ହାସଲ କରିପାରିବେ ନାହିଁ । କିନ୍ତୁ ଏମିତି କିଛି ଶରୀରର ସଂକେତ ମଧ୍ୟ ଆପଣଙ୍କର ଭାଗ୍ୟ ବଦଳାଇଦେଇପାରିବ।
ପ୍ରଥମରେ ଯେଉଁ ମଣିଷର ହାତର ପାପୁଲିରେ ରଥ, ଶଙ୍ଖ, ଧ୍ୱୋଜ ଓ ଚକ୍ର ଚିହ୍ନ ଥାଏ । ସେହି ବ୍ୟକ୍ତିକୁ ଶାସନ କରିବାର ବହୁତ ଅବସର ମିଳିଥାଏ । ସେହି ବ୍ୟକ୍ତିମାନେ ସର୍ବଦା ଶାସନ ଭାର ତୁଲାଇଥାନ୍ତି । ଲୋକମାନଙ୍କର ନେତୃତ୍ଵ ନେବାର ଦକ୍ଷତା ଓ ସମର୍ଥତା ସେମାନଙ୍କର ପାଖରେ ଥାଏ । ବହୁତ ଭଲ ଭାବରେ ସେହି ଲୋକମାନେ ଅନ୍ୟକୁ ଶାସନ କରିବାର କାର୍ଯ୍ୟକୁ ସମ୍ଭାଳି ଥାନ୍ତି । ଦିତୀୟରେ ଯେଉଁ ଲୋକମାନଙ୍କର ହାତର ମଧ୍ୟ ଭାଗରେ ତିଳ ଚିହ୍ନ ଥାଏ ।
ସେହି ଲୋକମାନେ ଅତ୍ୟନ୍ତ ଧନବାନ ହେବାର ଦେଖାଯାଇଥାଏ । ସେହି ବ୍ୟକ୍ତି ବିଶେଷମାନେ ସମାଜରେ ଭଲ କାର୍ଯ୍ୟ କରି ନିଜର ଏକ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥାନ୍ତି । ସମାଜର ଦାୟିତ୍ଵ ତୁଲାଇବାରେ ଅଗ୍ରଣୀ ଭୂମିକା ନିଭାଇଥାନ୍ତି । ଭଗବାନଙ୍କ କୃପାଦୃଷ୍ଟି ସର୍ବଦା ସେହି ଲୋକମାନଙ୍କ ପାଖରେ ରହିଥାଏ ।ତୃତୀୟରେ ଯେଉଁ ବ୍ୟକ୍ତିମାନଙ୍କର ପାଦରେ ଶଙ୍ଖ ଓ ପଦ୍ମ ଫୁଲର ଚିହ୍ନ ଥାଏ । ସେହି ବ୍ୟକ୍ତିମାନଙ୍କ ପାଖରେ ବହୁତ ଧନ ସମ୍ପତ୍ତି ଥାଏ କିମ୍ବା ଆଗାମୀ ଭବିଷ୍ୟତରେ ଧନ ପ୍ରାପ୍ତିର ଅବସର ଥାଏ ।
ସେହି ବ୍ୟକ୍ତି ଜୀବନର ବହୁତ ବଡ ସ୍ଵପକୁ ପୂରଣ କରିବାର ସକ୍ଷମତା ରଖିଥାଏ । ଚତୁର୍ଥରେ ଯେଉଁ ଲୋକର ପାଦର ତଳେ ତିଳ ଚିହ୍ନ ଥାଏ । ସେମାନେ ସବୁ ଉତ୍ତମ ଶାସକ ହୋଇଥାନ୍ତି । ସେମାନଙ୍କୁ ଅନ୍ୟ ଲୋକମାନେ ମାନିଥାନ୍ତି । ତାଙ୍କର ସମସ୍ତ କଥାକୁ ଅନ୍ୟ ଲୋକମାନେ ସମ୍ମାନ ଦେଇଥାନ୍ତି । ଯାହାର ହାତର ପାପୁଲିରେ ମଧ୍ୟମ ଆଙ୍ଗୁଳି ଠାରୁ ମଣିବନ୍ଧ ପର୍ଯ୍ୟନ୍ତ ରେଖା ସ୍ପଷ୍ଠ ଅଟେ । ତେବେ ସେହି ଭାଗ୍ୟଶାଳି ବ୍ୟକ୍ତିବିଶେଷମାନେ ସେମାନେ ଧନୀ ହୋଇଥାନ୍ତି ।
ମା ମହାଲକ୍ଷ୍ମୀଙ୍କ ଅଶେଷ କୃପା ସେହି ବ୍ୟକ୍ତିମାନଙ୍କ ଉପରେ ଥାଏ । ମା ଲକ୍ଷ୍ମୀଙ୍କ ଆଶ୍ରୀବାଦ ସେହି ଲୋକମାନଙ୍କ ପାଖରେ ଥିବାରୁ ସେମାନେ ସୁଖ, ଶାନ୍ତି ଓ ଶ୍ରମୃଦ୍ଧି ଭଳି ସମସ୍ତ ସୌହାର୍ଦ୍ଧ୍ୟ ଉପଭୋଗ କରିଥାନ୍ତି ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ, ତେବେ ଆମର ପେଜ୍କୁ ଲାଇକ୍ କରିବା ସହିତ ଆପଣଙ୍କର ମତାମତ ଆମକୁ କମେଣ୍ଟ ଦ୍ଵାରା ନିହାତି ଭାବରେ ଜଣାଇବେ ।