ବନ୍ଧୁଗଣ, ବାସ୍ତୁ ଶାସ୍ତ୍ର ରେ କିଛି ଏମିତି ଜିନିଷ କୁହାଯାଇଛି ଯାହାକୁ ଘରେ ଉଚିତ ସ୍ଥାନରେ ରଖିବା ଦ୍ଵାରା ଘରର ସବୁ ଅସୁବିଧା ଦୂର ହୋଇଥାଏ ଓ ଘର ପରିବାର ଓ ବ୍ୟବସାୟରେ ମଧ୍ୟ ବୃଦ୍ଧି ହୋଇଥାଏ । ତେଣୁ ଆଜି ଆମେ ଆପଣଙ୍କୁ ଜଣାଇବୁ ଘରେ ଏହି ତିନୋଟି ମୂର୍ତ୍ତିଙ୍କୁ ସଠିକ ସ୍ଥାନରେ ରଖିବା ନିହାତି ଦରକାର । ଏବଂ ଏହି ଭଗବାନଙ୍କୁ ଘରେ ଉଚିତ ସ୍ଥାନରେ ରଖିବା ଦ୍ଵାରା ଘରେ ଉନ୍ନତି ହୋଇଥାଏ ଓ ଜୀବନର ସବୁ ଅସୁବିଧା ଦୂର ହୋଇଥାଏ । ତେବେ ଚାଲନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପେ ଜାଣିବା ।
୧:- ଘରର ଦକ୍ଷିଣ ପଶ୍ଚିମ ଦିଗରେ ପଞ୍ଚମୁଖି ହନୁମାନଙ୍କ ଫୋଟୋ ଲଗାଇବା ଭଲ ହୋଇଥାଏ । ଆପଣ ଘରର ଦକ୍ଷିଣ ପଶ୍ଚିମ କୋଣରେ ହନୁମାନଙ୍କ ଫୋଟୋ ଏମିତି ଲଗାନ୍ତୁ ଯେମିତି ହନୁମାନଙ୍କ ମୁହଁ ଦକ୍ଷିଣ ଦିଗ ଆଡ଼କୁ ରହିଥିବ । ଏମିତି କରିବା ଦ୍ୱାରା ଘରକୁ କୌଣସି ଅଶୁଭ ଶକ୍ତି ପ୍ରବେଶ କରିନଥାଏ । ଘରୁ ନକରାତ୍ମକ ଶକ୍ତି ମଧ୍ୟ ପଳାଇଥାଏ ଓ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ ଏବଂ ପରିବାରରେ ସୁଖ ସମୃଦ୍ଧି ଭଲ ରହିଥାଏ ।
୨:- ଭଗବାନ ଗଣେଶ, ଭଗବାନ ଗଣେଶ ସବୁ ରୂପରେ ମଙ୍ଗଳକାରୀ ଅଟନ୍ତି । କିନ୍ତୁ ଧନ ଓ ସୁଖର ବାଧା କୁ ଦୂର କରିବା ପାଇଁ ନୃତ୍ୟ କରୁଥିବା ଗଣେଶଙ୍କ ଫୋଟୋ କିମ୍ବା ମୂର୍ତ୍ତି ଘରେ ରଖିବା ଶୁଭ ମାନା ଯାଇଥାଏ । ଭଗବାନ ଗଣେଶଙ୍କ ଏହି ପ୍ରତିମା କୁ ଏମିତି ରଖନ୍ତୁ କି ଯେମିତି ଗଣେଶଙ୍କ ମୁହଁ ମୁଖ୍ୟ ଦ୍ଵାର ଆଡ଼କୁ ରହିବ ।
୩:- ଯଦି ଆମ୍ଭର ଘରେ ମା’ଲକ୍ଷ୍ମୀ ଙ୍କ ମୂର୍ତ୍ତି ଅଛି ତେବେ ଆମ୍ଭର ବହୁତ ଅସୁବିଧା ଦୂର ହୋଇଥାଏ । କିନ୍ତୁ ମା ଲକ୍ଷ୍ମୀଙ୍କ ସହ କୁବେର ଙ୍କ ମୂର୍ତ୍ତି ରହିବା ନିହାତି ଜରୁରୀ । କାରଣ ମା’ଲକ୍ଷ୍ମୀ ଧନ ଦେଇଥାନ୍ତି କିନ୍ତୁ ଆୟୁ ବିନା ଧନର ସୁଖ ସମ୍ଭବ ନାହିଁ । କୁବେର ଭଗବାନ ମଣିଷ ଙ୍କୁ ଆୟୁ ପ୍ରଦାନ କରିଥାନ୍ତି । ସେଥିପାଇଁ ଘରେ ମା’ଲକ୍ଷ୍ମୀଙ୍କ ସହ କୁବେର ଭଗବାନଙ୍କ ଫୋଟୋ ମଧ୍ୟ ଲଗାନ୍ତୁ ।
ଭଗବାନ କୁବେର ଉତ୍ତର ଦିଗର ସ୍ଵାମୀ ଅଟନ୍ତି । ତେଣୁ କୁବେର ଭଗବାନ ଙ୍କ ଫୋଟୋ ଏପରି ଲଗାନ୍ତୁ ଯେମିତି ତାଙ୍କ ମୁଖ ଉତ୍ତର ଦିଗ ଆଡ଼କୁ ରହିବ । ଏହି ତିନୋଟି ମୂର୍ତ୍ତିକୁ ଘରେ ରଖିବା ଦ୍ଵାରା ମାଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିଶେଷ ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ । ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ