Vastu Shastra- ଯେଉଁ ଘରେ ନ ଥାଏ ଏହି ୩ ଟି ଫଟୋ, ସେହି ଘରକୁ କେବେ ବି ଯାଆନ୍ତି ନାହିଁ ମା’ ଲକ୍ଷ୍ମୀ, ସବୁବେଳେ ଲାଗିରୁହେ ଦରିଦ୍ରତା

ବନ୍ଧୁଗଣ ଏହି ଦୁନିଆରେ ଥିବା ସମସ୍ତ ମଣିଷ ଏକ ସୁଖ ଓ ସମୃଦ୍ଧିମ୍ୟ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ଏଥିପାଇଁ ମଣିଷ ଦିନ ରାତି ଟଙ୍କା ଅର୍ଜନ କରିବା ପାଇଁ ବହୁତ ଅଧିକ କଷ୍ଟ କରିଥାନ୍ତି ।

କାରଣ ଏହି ଜୀବନକୁ ଅତିବାହିତ କରିବାକୁ ହେଲେ ଧନର ବହୁତ ଆବଶ୍ୟକତା ରହିଥାଏ । ହେଲେ ଏମିତି କିଛି ଲୋକ ଅଛନ୍ତି ଯେଉଁ ମାନେ ବହୁତ କମ କଷ୍ଟରେ ଅଧିକ ଫଳ ପାଇଥାନ୍ତି ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି ଲୋକ ଅଛନ୍ତି ଯେଉଁ ମାନେ ଯେତେ ଅଧିକ ଟଙ୍କା ଅର୍ଜନ କରିଲେ ମଧ୍ୟ ସେମାନଙ୍କ ପାଖରେ ସର୍ବଦା ଧନର ଅଭାବ ରହିଥାଏ ।

ବନ୍ଧୁଗଣ ଆମ ବାସ୍ତୁଶାସ୍ତ୍ର ଅନୁସାରେ ଏପରି କିଛି ଫଟୋ ବା ମୂର୍ତ୍ତି ବିଷୟରେ କୁହାଯାଇଛି ଯାହାକୁ ମଣିଷ ନିଜ ଘର ମଧ୍ୟରେ ରଖିଲେ ତାର ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହୋଇଯିବ । ଏହା ସହିତ ତାର ଆର୍ଥିକ ସ୍ଥିତି ମଝବୁତ ହେବ ଓ ତାର ପରିବାରରେ ସୁଖ ସମୃଦ୍ଧି ଭରିଯିବ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ସେହି ତିନୋଟି ମୂର୍ତ୍ତି ବା ଫଟୋ ବିଷୟରେ କହିବାକୁ ଯାଉଛୁ ଯାହାକୁ ଲଗାଇବା ଦ୍ଵାରା ଆପଣଙ୍କ ଜୀବନ ବଦଳିଯିବ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଆମ ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ପଞ୍ଚମୁଖୀ ହନୁମାନଙ୍କ ଫଟୋ । ବନ୍ଧୁଗଣ ଯଦି ଆପଣ ନିଜ ଘରର ଦକ୍ଷିଣ- ପଶ୍ଚିମ ଦିଗରେ ପଞ୍ଚମୁଖୀ ହନୁମାନଙ୍କ ଫଟୋ ଲଗାଇବେ ତା ହେଲେ ଆପଣଙ୍କ ଘରେ ଥିବା ସମସ୍ତ ନକରାତ୍ମକ ଶକ୍ତି ଦୂର ହୋଇଯିବ । ହେଲେ ଧ୍ୟାନ ରଖିବେ ଯେମିତି ହନୁମାନଙ୍କ ମୁହଁ ଦକ୍ଷିଣ ଦିଗ ଆଡକୁ ରହିବ । ଏମିତି କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ସମସ୍ଯା ଦୂର ହେବା ସହିତ ଆପଣ ପ୍ରଚୁର ଧନଲାଭ କରିବେ । ଏହା ସହିତ ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ବୃଦ୍ଧି ହେବ ।

୨. ଯଦି ବନ୍ଧୁଗଣ ଆପଣଙ୍କ ଜୀବନରେ ବିଭିନ୍ନ ଆର୍ଥିକ ସମସ୍ଯା ରହିଛି ତା ହେଲେ ଆପଣ ନିଜ ଘର ମଧ୍ୟରେ ନୃତ୍ୟ କରୁଥିବା ଗଣେଶଙ୍କ ଫଟୋ ରଖନ୍ତୁ । ହେଲେ ଧ୍ୟାନ ରଖିବେ ସେହି ଫଟୋରେ ଥିବା ଗଣେଶଙ୍କ ମୁହଁ ମୁଖ୍ୟ ଦ୍ଵାର ଆଡକୁ ରହିବ । ଏହା କରିବା ଦ୍ଵାରା ଆପଣଙ୍କ ଜୀବନରେ ଥିବା ସମସ୍ତ ଆର୍ଥିକ ସମସ୍ଯା ଦୂର ହୋଇଯିବ । ଆପଣ ସମସ୍ତ କ୍ଷେତ୍ରରେ ସଫଳତା ପାଇବେ । ବ୍ୟାପାର ଓ ଚାକିରି କ୍ଷେତ୍ରରେ ଉନ୍ନତି କରିବେ ଓ ଆପଣଙ୍କ ବୈବାହିକ ଜୀବନରେ ମଧୁରତା ରହିବ ।

୩. ବନ୍ଧୁଗଣ ଆମେମାନେ ସମସ୍ତେ ଆମ ଘର ମଧ୍ୟରେ ମା ଲକ୍ଷ୍ମୀଙ୍କ ଫଟୋ କିମ୍ବା ମୂର୍ତ୍ତି ନିଶ୍ଚାତ ରଖିଥାଉ । ହେଲେ ଆମକୁ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ରଖିବା ସହ କୁବେରଙ୍କ ମୂର୍ତ୍ତି କିମ୍ବା ଫଟୋ ରଖିବା ମଧ୍ୟ ନିହାତି ଆବଶ୍ୟକ । ଭଗବାନ କୁବେର ଉତ୍ତର ଦିଗର ସ୍ଵାମୀ ଅଟନ୍ତି । ତେଣୁ ବନ୍ଧୁଗଣ ଆପଣ ନିଜ ଘରେ କୁବେରଙ୍କ ଫଟୋକୁ ଏମିତି ଏକ ସ୍ଥାନରେ ରଖନ୍ତୁ ଯେଉଠି କୁବେରଙ୍କ ମୁହଁ ଉତ୍ତର ଦିଗ ଆଡକୁ ରହିବ । ଏହି ଦୁଇଜଣଙ୍କ ଫଟୋ ବା ମୂର୍ତ୍ତି ଘରେ ରହିଲେ ଘରେ କୌଣସି ପ୍ରକାରର ସମସ୍ଯା ହେବ ନାହିଁ । ଏହା ସହିତ ଆପଣ ଚାକିରି ଓ ବ୍ୟାପାର କ୍ଷେତ୍ରରେ ପ୍ରଚୁର ଧନଲାଭ କରିବେ ।

ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *