Vastu Shastra- ଯେଉଁ ଘରେ ଏକାଠି ଥାଏ ଏହି 2 ଟି ଗଛ, ସେହି ଘରେ ପାଣି ଭଳି ବର୍ଷିଥାଏ ଟଙ୍କା ପଇସା, ହୋଇଥାଏ ମା ଲକ୍ଷ୍ମୀଙ୍କ କୃପା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ହିନ୍ଦୁ ଧର୍ମ ଶାସ୍ତ୍ର ରେ ବୃଷ କୁ ଭଗବାନ ଙ୍କ ସ୍ଵରୂପ କୁହା ଯାଇଥାଏ କାରଣ ଏହା ଆମକୁ ଅମ୍ଳଜାନ ଯୋଗାଇଥାଏ ଯାହାଫଳରେ ଆମେ ନିଶ୍ୱାସ ନେଇ ପାରିଥାଉ । ବନ୍ଧୁଗଣ ପ୍ରାୟତଃ ବ୍ୟକ୍ତି ନିଜ ଘରେ ଗଛ ଲଗାଇବାକୁ ଭଲ ପାଇଥାନ୍ତି କାରଣ ଏହା ଘରର ଆକର୍ଷଣ କୁ ବୃଦ୍ଧି କରିଥାଏ ଏବଂ ସୌନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ କରିଥାଏ । କିନ୍ତୁ ବନ୍ଧୁଗଣ ଘରେ ଗଛ ଲଗାଇବା ଦ୍ୱାରା ସୌନ୍ଦର୍ଯ୍ୟ ସହିତ ଆମକୁ ଆହୁରି ଅନେକ ପ୍ରକାର ଲାଭ ପ୍ରାପ୍ତ ହୋଇଥାଏ ।

ଘରେ ଗଛ ଲଗାଇବା ଦ୍ଵାରା ଘରେ ଥିବା ସମସ୍ତ ପ୍ରକାରର ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ ଏବଂ ଏକ ସକରାତ୍ମକ ଶକ୍ତି ର ସୃଷ୍ଟି ହୋଇଥାଏ ଯାହାଦ୍ୱାରା ଘରର ବାତାବରଣ ବିଶୁଦ୍ଧ ହୋଇଯାଏ ଏବଂ ଘର ସୁଖ ଏବଂ ସମୃଦ୍ଧି ରେ ପରିପୂର୍ଣ୍ଣ ହୋଇଯାଏ ଏହାସହିତ ପରିବାର ର ସମସ୍ତ ସଦସ୍ୟ ସୁସ୍ଥ ମଧ୍ୟ ରୁହନ୍ତି ଏବଂ ଶରୀରରେ କୌଣସି ପ୍ରକାର ରୋଗ ଶୀଘ୍ର ପ୍ରବେଶ କରିପାରି ନଥାଏ ।

ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ,ଏଭଳି କିଛି ଗଛ ରହିଛି ଯାହାକୁ ଘରେ ଲଗାଇବା ଦ୍ଵାରା ଘରେ ଧନ ଦୌଲତ ବୃଦ୍ଧି ହୋଇଥାଏ ଏବଂ ସଦା ସର୍ବଦା ସେହି ଘରେ ହସଖୁସିର ବାତାବରଣ ରହିଥାଏ । କିନ୍ତୁ କିଛି ଏଭଳି ଗଛ ରହିଛି ଯାହାକୁ ଘରେ ଲଗାଇବା ଦ୍ବାରା ଅଶୁଭ ହୋଇଥାଏ ଏବଂ ଧନ ହାନୀ ହୋଇଥାଏ ଏବଂ କୌଣସି ସୁଫଳ ପ୍ରାପ୍ତ ହୋଇନଥାଏ । ବନ୍ଧୁଗଣ ଦୁନିଆ ରେ ଏଭଳି କୌଣସି ବ୍ୟକ୍ତି ନାହିଁ ଯିଏ ମାତା ଲକ୍ଷ୍ମୀ ଙ୍କ କୃପା ପାଇବାକୁ ଅନିଚ୍ଛୁକ ଥିବ ।

ତେବେ ଆଜି ଆମେ ଆପଣଙ୍କୁ ଏଭଳି ଦୁଇଟି ବୃଷ ସମ୍ବନ୍ଧରେ କହିବୁ ଯାହାକୁ ଘରେ ଲଗାଇବା ଦ୍ୱାରା ଧନ ଲାଭ ହୋଇଥାଏ ଏବଂ ମାତା ଲକ୍ଷ୍ମୀ ସେହି ଘରେ ସଦା ସର୍ବଦା ବାସ କରିଥାନ୍ତି । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବୃଷ ଗୁଡ଼ିକ କଣ କଣ ।

୧. ବନ୍ଧୁଗଣ ପ୍ରଥମ ବୃଷ ହେଉଛି ତୁଳସୀ ବୃକ୍ଷ । ବନ୍ଧୁଗଣ ଯେଉଁ ଘରେ ତୁଳସୀ ବୃଷ ଲାଗିଥାଏ ସେହି ଘରେ ମାତା ଲକ୍ଷ୍ମୀ ଏବଂ ଶ୍ରୀ ହରି ବିଷ୍ଣୁ ସଦା ସର୍ବଦା ବାସ କରିଥାନ୍ତି । ବନ୍ଧୁଗଣ ତୁଳସୀ ବୃଷ ଭଗବାନ ବିଷ୍ଣୁ ଙ୍କ ଅତିପ୍ରିୟ ଅଟେ ଏବଂ ତୁଳସୀ ବୃଷ କୁ ଭଗବାନ ବିଷ୍ଣୁ ଙ୍କ ଆଶୀର୍ବାଦ ମଧ୍ୟ ପ୍ରାପ୍ତ ହୋଇଛି ତେଣୁ ଯେଉଁ ସ୍ଥାନରେ ତୁଳସୀ ବୃକ୍ଷ ଥାଏ, ସେହି ସ୍ଥାନରେ ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀ ସର୍ବଦା ବାସ କରନ୍ତି ।

ବନ୍ଧୁଗଣ ଯେଉଁ ସ୍ଥାନରେ ତୁଳସୀ ବୃଷ ଲାଗିଥାଏ ସେଠିକାର ବାୟୁ ଅତ୍ୟନ୍ତ ବିଶୁଦ୍ଧ ହୋଇଯାଏ ଏବଂ କେବଳ ସେହି ସ୍ଥାନର ବାତାବରଣ ହିଁ ନୁହେଁ ସମସ୍ତ ପରିବାର ସଦସ୍ୟ ଙ୍କ ବିଚାର ମଧ୍ୟ ଶୁଦ୍ଧ ହୋଇଯାଏ । ତୁଳସୀ ବୃଷ ଘରେ ଲଗାଇବା ଦ୍ୱାରା ଧନ ଦୌଲତ ର ପ୍ରାପ୍ତି ହୋଇଥାଏ ଏବଂ ମାତା ଲକ୍ଷ୍ମୀ ଙ୍କ କୃପାଦୃଷ୍ଟି ସଦା ସର୍ବଦା ପ୍ରାପ୍ତ ହୋଇଥାଏ ।

୨. ବନ୍ଧୁଗଣ ଦ୍ଵିତୀୟ ବୃକ୍ଷ ହେଉଛି ଅଶ୍ୱଗନ୍ଧା ବୃଷ । ବନ୍ଧୁଗଣ ପ୍ରାୟତଃ ଘରେ ବାସ୍ତୁ ଦୋଷ ପାଇଁ ଅନେକ ପ୍ରକାର ସମସ୍ୟା ଦେଖିବାକୁ ମିଳିଥାଏ ଏବଂ ଘରେ ଆର୍ଥିକ ସ୍ଥିତି ମଧ୍ୟ ଅସମ୍ଭାଳ ହୋଇ ଯାଇଥାଏ ଏବଂ ଘରେ ସର୍ବଦା ଅଶାନ୍ତି ସୃଷ୍ଟି ହୋଇଥାଏ । ତେବେ ବନ୍ଧୁଗଣ ଯଦି ଘରେ ଅଶ୍ୱଗନ୍ଧା ବୃଷ ଲଗାଇବା ତେବେ ଘରର ବାସ୍ତୁ ଦୋଷ ଦୂର ହୋଇଥାଏ ଏବଂ ମାତା ଲକ୍ଷ୍ମୀ ସେହି ଘରେ ସର୍ବଦା ବାସ କରନ୍ତି ।

୩. ବନ୍ଧୁଗଣ ତୃତୀୟ ବୃକ୍ଷ ଟି ହେଉଛି ଅଁଳା ବୃଷ । ବନ୍ଧୁଗଣ ଘରେ ସୁଖ ସମୃଦ୍ଧି ନିମନ୍ତେ ଅଁଳା ବୃଷ ଲଗାଇବା ନିହାତି ଆବଶ୍ୟକ । ବନ୍ଧୁଗଣ ଏହି ବୃକ୍ଷ କୁ ଯଦି ଆପଣ ପୂର୍ବ ଦିଗ ରେ କିମ୍ବା ଉତ୍ତର ଦିଗରେ ଲଗାଇ ପାରିବେ । ଏହା ଦ୍ୱାରା ଆପଣଙ୍କ ଘରେ ସୁଖ ସମୃଦ୍ଧି ସ୍ଥାପନ ହେବ ଏବଂ ଘରେ ଧନ ଦୌଲତ ବୃଦ୍ଧି ହେବ । ତେବେ ଏହି ଗଛର ପୂଜା କରିବା ଦ୍ୱାରା ସମସ୍ତ ଇଚ୍ଛା ପୂରଣ ହୋଇଥାଏ ।

୪- ଚତୁର୍ଥ ରେ ହେଉଛି କଦଳୀ ଗଛ । ତେବେ ଆପଣ ଏହି ଗଛ କୁ ଘରର ଇସାଣ କୋଣରେ ଲଗେଇ ପାରିବେ । ଏହି ବୃକ୍ଷ କୁ ପୂଜା କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ସହିତ ସୁଖ ଶାନ୍ତି ତଥା ସକରାତ୍ମକ ବାତାବରଣ ରହିଥାଏ ଏହା ସହ ଏହି ବୃକ୍ଷ ବୃହସ୍ପତି ଗ୍ରହ ର ପ୍ରତିନିଧି ଥାଏ ତେଣୁ ଏହାର ପୂଜା ଅର୍ଚ୍ଚନା ଦ୍ୱାରା ସବୁ ମନୋକାମନା ପୂର୍ଣ୍ଣ ହୋଇଥାଏ ଏବଂ ଘରକୁ ଖୁସି ଆସିଥାଏ ।

ବନ୍ଧୁଗଣ କଦଳୀ ବୃଷ ଏବଂ ତୁଳସୀ ବୃଷ କୁ ଏକାଠି ଗୋଟିଏ ସ୍ଥାନରେ ଲଗାଇବା ଦ୍ୱାରା ଶୁଭ ହୋଇଥାଏ ଏବଂ ଏହା ଘରେ ସୁଖ ଶାନ୍ତି ସୃଷ୍ଟି କରିଥାଏ ଏବଂ ଯେଉଁ ସ୍ଥାନରେ ଏହି ଦୁଇଟି ବୃକ୍ଷ ଏକାଠି ଲଗାଯାଏ ସେହି ସ୍ଥାନରେ ମାତା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି । ଆମ ପୋଷ୍ଟଟି ଆପଣଙ୍କୁ ଭଲ ଲାଗିଥିଲେ ଲାଇକ, କମେଣ୍ଟ ଓ ସେୟାର କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *