Vastu Tips- ଯେଉଁ ଘରର ସ୍ତ୍ରୀ ଏହି 5 କାମ କରନ୍ତି, ସେହି ଘରକୁ ଆସନ୍ତି ନାହିଁ ମା’ ଲକ୍ଷ୍ମୀ, ଦୁଃଖ ଦରିଦ୍ରତା କେବେ ବି ପିଛା ଛାଡେ ନାହିଁ

ବନ୍ଧୁଗଣ ଘରର ମହିଳା ମାନେ ଘରର ଲକ୍ଷ୍ମୀ ହୋଇଥାନ୍ତି । ଘରର ଝିଅ ବୋହୁ ମାନେ ଘରେ ଯେପରି ଭାବରେ କାମ ସବୁ କରିଥାନ୍ତି, ସେହି ଅନୁସାରେ ଘରର ସ୍ଥିତି ହୋଇଥାଏ । ତେଣୁ ଘରର ମହିଳା ମାନଙ୍କୁ କାର୍ଯ୍ୟ କରିବା ସମୟରେ ଧର୍ମ ଶାସ୍ତ୍ର କୁ ଦୃଷ୍ଟିରେ ରଖି ବୁଝି ବିଚାରୀ କାର୍ଯ୍ୟ ସବୁ କରିବା ଉଚିତ । ଏହାଦ୍ବାରା ଘରେ ସବୁବେଳେ ମାତା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ରହିଥାଏ । ଶାସ୍ତ୍ର ଅନୁସାରେ ମହିଳା ମାନଙ୍କୁ କିଛି କାର୍ଯ୍ୟ କରିବାକୁ ବିଶେଷ ଭାବରେ ବାରଣ କର ଯାଇଛି ।

ଯଦି ଘରର ମହିଳା ଏମାନେ ଏହି ସବୁ କାର୍ଯ୍ୟ ଭୁଲରେ ମଧ୍ୟ କରନ୍ତି, ତେବେ ଏହାଦ୍ବାରା ମାତା ଲକ୍ଷ୍ମୀ ସେହି ଘରେ କେବେ ହେଲେ ପ୍ରବେଶ କରନ୍ତି ନାହିଁ । ବନ୍ଧୁଗଣ ଘର ର ମହିଳା ମାନେ ଯଦି ସନ୍ଧ୍ୟା ସମୟ ରେ ନିଜର କେଶ କୁ ଖୋଲା କରି ରଖନ୍ତି, ତେବେ ମାତା ଲକ୍ଷ୍ମୀ ସେହି ଘରେ କେବେ ପ୍ରବେଶ କରନ୍ତି ନାହିଁ ।

ତାହାସହ ଏପରି କରିବା ଦ୍ଵାରା ଘରେ ନକରାତ୍ମକତା ର ବାତାବରଣ ଲାଗି ରହିଥାଏ । ଦ୍ଵିତୀୟ ରେ ବନ୍ଧୁଗଣ ଘରର ମହିଳା ମାନଙ୍କୁ କେବେ ମଧ୍ୟ ଘରର ମୁଖ୍ୟ ଦ୍ଵାରରେ ରାସ୍ତା କୁ ଅବରୋଧ କରି ବସିବା ଉଚିତ ହୋଇ ନଥାଏ । କାରଣ ଏପରି କରିବା ଦ୍ଵାରା ମାତା ଲକ୍ଷ୍ମୀ ଗୃହ ତ୍ୟାଗ କରି ଚାଲି ଯାଇଥାନ୍ତି । ଏହାସହ ଘରର ମହିଳା ମାନଙ୍କୁ ସବୁବେଳେ ଘରର ମୁଖ୍ୟ ଦ୍ଵାର କୁ ସଫା ଓ ପରିଷ୍କାର କରି ରଖିବା ଉଚିତ ହୋଇଥାଏ ।

ତୃତୀୟ ରେ ଯେଉଁ ଘରର ମହିଳା ମାନେ ସନ୍ଧ୍ୟା ସମୟ ରେ ସୋଇ ରହିଥାନ୍ତି, ସେହି ଘରେ ନକରାତ୍ମକତା ଲାଗି ରହିବା ସହ ଅଲକ୍ଷ୍ମୀ ପ୍ରବେଶ କରିଥାଏ । ତାହାସହ ସୂର୍ଯ୍ୟ ଉଦୟ ପରେ ମଧ୍ୟ ଯଦି ଘରର ମହିଳା ମାନେ ଶୋଇ ରହିଥାନ୍ତି, ତେବେ ଘରର ଭଲ ପରିସ୍ଥିତି ମଧ୍ୟ ଖରାପ ରେ ପରିବର୍ତ୍ତନ ହୋଇ ଯାଇଥାଏ । ତେଣୁ ଘରର ମହିଳା ମାନଙ୍କୁ ସବୁବେଳେ ସକାଳେ ଶୀଘ୍ର ଉଠି ସ୍ନାନ ଆଦି ନିତ୍ୟ କର୍ମ ସାରି ଈଶ୍ଵର ଆରାଧନା କରିବା ଉଚିତ । ଚତୁର୍ଥ ରେ ମହିଳା ମାନଙ୍କୁ ନିଜ ଘରର ରୋଷେଇ ଘରକୁ ସବୁବେଳେ ସଫା ରଖିବା ଉଚିତ ।

ତାହାସହ ଘରର ମହିଳା ମାନଙ୍କୁ କେବେ ମଧ୍ୟ କୌଣସି ଅଇଁଠା ବା ଭଙ୍ଗା ଚେପା ବାସନ ରେ ଭୋଜନ କରିବା ଉଚିତ ହୋଇ ନଥାଏ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ଖୁବ ଅସନ୍ତୁଷ୍ଟ ହୋଇଥାନ୍ତି । ପଞ୍ଚମ ରେ ଘର ର ମହିଳା ମାନଙ୍କୁ ସବୁବେଳେ ନିଜର ବାଣୀ କୁ ମଧୁର ରଖିବା ଉଚିତ । ଏହା ଦ୍ଵାରା ମା ଲକ୍ଷ୍ମୀ ଙ୍କର ଆଶୀର୍ବାଦ ସବୁବେଳେ ପରିବାର ଉପରେ ରହିଥାଏ ।

ତାହା ସହ ଘରର ମହିଳା ମାନଙ୍କୁ କେବେ ମଧ୍ୟ କୌଣସି ଭିକ୍ଷୁକ କୁ ଘରୁ ଖାଲି ହାତ ରେ ଫେରାଇବା ଉଚିତ ହୋଇ ନଥାଏ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ମାନେ ଆମର ଏହି ପୋଷ୍ଟ ଟ୍କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ 

Leave a Reply

Your email address will not be published. Required fields are marked *